Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯବାନ ମୁତୟନ ପ୍ରକ୍ରିୟା ଆରମ୍ଭ

National

ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯବାନ ମୁତୟନ ପ୍ରକ୍ରିୟା ଆରମ୍ଭ

Jitendra Dash
Browse all articles by Jitendra Dash
·2 years ago·1 min read
ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯବାନ ମୁତୟନ ପ୍ରକ୍ରିୟା ଆରମ୍ଭ

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର ସିଆରପିଏଫ ଯବାନ । ପ୍ରଥମ ପର୍ଯ୍ୟାୟ ଫୋର୍ସ ମୁତୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନରେ ୨ ହଜାର କମ୍ପାନୀ ବା ୨ ଲକ୍ଷ ଯବାନ ମୁତୟନ ହେବେ । ସେହିପରି ଅନ୍ୟ ଦେଢ଼ ଲକ୍ଷ ଯବାନ ପରବର୍ତ୍ତୀ ସମୟରେ ମୁତୟନ କରାଯିବ ।  

ଅଧିକ ପଢନ୍ତୁ ଭାରତ ଖବର

ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ । ସେହିପରି ଆସନ୍ତା ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଫୋର୍ସ ମୁତୟନ କରାଯିବ । ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର ଫୋର୍ସ ମୁତୟନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ସଂପୃକ୍ତ ସ୍ଥାନ ବାବଦରେ ତଥ୍ୟ ହାସଲ ସହ ଆଗୁଆ ପ୍ରସ୍ତୁତ ହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ahead of the Lok Sabha elections, the process of early detection has started in various sensitive areas of the country | Argus News