Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିମାନ ଉଡ଼ାଣ ବେଳେ ଫେଲ୍ ହୋଇଗଲା ଇଞ୍ଜିନ୍‍, ଲାଗିଲା ନିଆଁ; ୬ ଯାତ୍ରୀ ଆହତ

National

Plane Engine Fire / ବିମାନ ଉଡ଼ାଣ ବେଳେ ଫେଲ୍ ହୋଇଗଲା ଇଞ୍ଜିନ୍‍, ଲାଗିଲା ନିଆଁ; ୬ ଯାତ୍ରୀ ଆହତ

Sushanta Sahoo
Browse all articles by Sushanta Sahoo
·4 days ago·2 min read
ବିମାନ ଉଡ଼ାଣ ବେଳେ ଫେଲ୍ ହୋଇଗଲା ଇଞ୍ଜିନ୍‍, ଲାଗିଲା ନିଆଁ; ୬ ଯାତ୍ରୀ ଆହତ
Delhi Airport Incident

Key Points

ଉଡ଼ାଣ ବେଳେ ଫେଲ୍ ହୋଇଗଲା ବିମାନ ଇଞ୍ଜିନ୍ । ସ୍ଵିସ୍ ଏୟାରର ଏକ ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଛି । ଇଞ୍ଜିନ୍ ଫେଲ୍ ହେବା ସହ ବିମାନରେ ନିଆଁ ଲାଗିବାରୁ ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଅଘଟଣ । ଉଡ଼ାଣ ବେଳେ ଫେଲ୍ ହୋଇଗଲା ବିମାନ ଇଞ୍ଜିନ୍ । ସ୍ଵିସ୍ ଏୟାରର ଏକ ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଛି । ଇଞ୍ଜିନ୍ ଫେଲ୍ ହେବା ସହ ବିମାନରେ ନିଆଁ ଲାଗିବାରୁ ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ଖବର ଅନୁସାରେ, ଏହି ଅଘଟଣ ରବିବାର ବିଳମ୍ବିତ ରାତିରେ ଘଟିଛି । ସ୍ଵିସ୍ ଏୟାରର ବିମାନଟି ଦିଲ୍ଲୀରୁ ସ୍ଵିଜରଲ୍ୟାଣ୍ଡର ଜୁରିଚ୍ ଯାଉଥିଲା । ସ୍ଵିସ୍ ବିମାନ LX 147ର ଇଞ୍ଜିନ୍ ହଠାତ୍ ଫେଲ୍ ହୋଇ ଯାଇ ନିଆଁ ଲାଗି ଯାଇଥିଲା ।

ଏଥିସହ ପଢ଼ନ୍ତୁ: ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ

କେମିତି ବାହାରିଲେ ଯାତ୍ରୀ ?

ଏହି ଅଘଟଣରେ ବିମାନରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ବିମାନ ଇଞ୍ଜିନ୍ ଫେଲ୍ ହେବା ଓ ନିଆଁ ଲାଗିବା ପରେ ଏମରଜେନ୍ସି ଝରକା ଦେଇ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଥିଲା ।


ସୂଚନା ଅନୁସାରେ, Airbus A330 ବିମାନଟି ରାତି ଗୋଟାଏ ୮ ମିନିଟ୍‌ରେ ଉଡ଼ାଣ ଲାଗି ରନ୍‌ୱେର ଥିଲା । ସେହି ସମୟର ବିମାନର ପ୍ରଥମ ଇଞ୍ଜିନ୍ ଫେଲ୍ ହେବା ସହ ନିଆଁ ଲାଗି ଯାଇଥିଲା । ଉକ୍ତ ବିମାନରେ ୨୨୮ ଯାତ୍ରୀ ଓ ୪ ଜଣ ଶିଶୁ ଥିଲେ । ଏହି ଘଟଣା ପରେ ସ୍ଵିସ୍ ପକ୍ଷରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ରନଓ୍ବେରେ ମୁହାଁମୁହଁ ଧକ୍କା ହେଲା ୨ ବିମାନ

ଏହି ଅଘଟଣ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ କୁହାଯାଇଛି, ରାତି ପ୍ରାୟ ଗୋଟାଏ ସମରେ ଏକ ବିମାନର ଇଞ୍ଜିନ୍‌ରେ ସମସ୍ୟା ଦେଖା ଦେଇଥିଲା । ଫଳରେ ଉଡ଼ାଣ ରଦ୍ଦ କରାଯାଇ ଯାତ୍ରୀଙ୍କୁ ତୁରନ୍ତ ବାହାର କରାଯାଇଥିଲା । ଆହତ ୬ ଯାତ୍ରୀ ଏବେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

କିଛିଦିନ ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରର ରନୱେରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଥିଲେ । ରନୱେରେ ଅକାଶା ଏୟାର ବିମାନକୁ ଧକ୍କା ଦେଇଥିଲା ସ୍ପାଇଶ୍‌ ଜେଟ୍‌ ବିମାନ । ଦୁଇଟି ବିମାନର ୱିଙ୍ଗ୍ସ ଧକ୍କା ହୋଇଥିଲା । ଆଉ ଏହି ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଅକାଶା ଏୟାର ବିମାନଟି ଦିଲ୍ଲୀରୁ ହାଇଦ୍ରାବାଦ ଯାତ୍ରା କରୁଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Engine Failure Sparks Fire on Swiss Flight at Delhi Airport, 6 Injured | Argus News | Argus News