Air India / ସାଉଦି ଆରବକୁ ସମସ୍ତ ଉଡ଼ାଣ ବାତିଲ୍ କଲା ଏୟାର ଇଣ୍ଡିଆ; ଯାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
·1 hour ago·2 min read

Key Points
ରିୟାଧ, ଦମ୍ମାମ ଓ ଜେଦ୍ଦାହକୁ ସମସ୍ତଙ୍କ ଉଡ଼ାଣ ଏୟାର ଇଣ୍ଡିଆ ବାତିଲ୍ । ଅକ୍ଟୋବର ୨୦ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ରବ୍ଦ । ବଡ଼ ନିଷ୍ପତ୍ତି ନେଲା ଏୟାରଇଣ୍ଡିଆ ।
ନୂଆଦିଲ୍ଲୀ: ସାଉଦି ଆରବର ବିଗୁଡ଼ୁଥିବା ସ୍ଥିତିକୁ ଦେଖି ଏୟାର ଇଣ୍ଡିଆ ନେଇଛି ବଡ଼ ନିଷ୍ପତ୍ତି । ରିୟାଧ, ଦମ୍ମାମ ଓ ଜେଦ୍ଦାହକୁ ସମସ୍ତଙ୍କ ଉଡ଼ାଣ ଏୟାର ଇଣ୍ଡିଆ ବାତିଲ୍ କରିଛି । ଅକ୍ଟୋବର ୨୦ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ରବ୍ଦ କରାଯାଇଛି । ଅକ୍ଟୋବର ୧୬ ତାରିଖରେ ଏନେଇ ସୋସିଆଲ୍ ମିଡିଆ Xରେ ସୂଚନା ଦେଇଛି ଏୟାର୍ ଇଣ୍ଡିଆ ।
କମ୍ପାନୀର ସୂଚନା ଅନୁସାରେ, ପ୍ରଭାବିତ ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ସାଉଦି ଆରବ ଉପରେ ନିକଟରେ ହୋଇଥିବା ଆକ୍ରମଣ ପାଇଁ ବିମାନ ସେବା ପ୍ରଭାବିତ ହୋଇଛି । ଅକ୍ଟୋବର ୧୦ରେ ରିୟାଧ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର ! ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ସାଉଦି ଆରବର ପରିବର୍ତ୍ତିତ ସ୍ଥିତିକୁ ଦେଖି ସମସ୍ତ ଉଡ଼ାଣ ୨୦ ଅକ୍ଟୋବର ପର୍ଯ୍ୟନ୍ତ ବାତିଲ୍ କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସୁରକ୍ଷିତ ଭାବେ ପୁଣିଥରେ ଉଡ଼ାଣ ଆରମ୍ଭ ନେଇ ନିୟମିତ ଆକଳନ କରାଯାଉଛି । ଆମ ପାଇଁ ଯାତ୍ରୀ ଓ କ୍ରିଉଙ୍କ ସୁରକ୍ଷା ହେଉଛି ବଡ଼ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ସାଉଦି ଆରବରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିପୁଲ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଯେଉଁଥିରେ ସେ ନାଗରିକ ସୁବିଧା ଓ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ । କହିଥିଲେ, "ଭାରତ ଏହି ସଂକଟ ସମୟରେ ସାଉଦିର ଜନତା ଓ ନେତୃତ୍ଵ ସହ ଛିଡ଼ା ରହିଛି ।" ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
ରାଷ୍ଟ୍ରଦୂତ କହିଥିଲେ, "ମୃତ ଭାରତୀୟଙ୍କ ପରିବାର ସମ୍ପର୍କରେ ଅଧିକାରୀ ରହିଛନ୍ତି । ଆକ୍ରମଣରେ ୧୧ ଜଣ ଭାରତୀୟ ଆହତ ହୋଇଥିବା ବେଳେ ହସ୍ପିଟାଲ୍ ଓ ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିଛୁ ।"
ରିୟାଧ ବିମାନବନ୍ଦରରେ ଆକ୍ରମଣ ପରଠାରୁ ଏୟାରଇଣ୍ଡିଆ ଓ ଇଣ୍ଡିଗୋ ଉଡ଼ାଣ ବାତିଲ୍ କରାଯାଇଛି । ଅନ୍ୟ ବିଦେଶୀ ବିମାନସେବା ପ୍ରଦାନକାରୀ ଏୟାରଲାଇନ୍ସ ବିମାନ ଚଳାଚଳ କରୁଛି । ଯାତ୍ରୀ ପଡ଼ୋଶୀ ଦେଇ ଯିବାଆସିବା କରିପାରିବେ ।
ଏଥିସହ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କୁ ରାଜନାଥ ସିଂହଙ୍କ କଟାକ୍ଷ; କଂଗ୍ରେସ ସହ ସହଯୋଗୀଙ୍କୁ କଲେ ଟାର୍ଗେଟ୍
ସତର୍କ ରହିବାକୁ ପରାମର୍ଶ
ଏଥିସହ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ଶାନ୍ତ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆକାଶ ମାର୍ଗରୁ ଆକ୍ରମଣ ସମୟରେ ଖୋଲାରେ ନ ବୁଲିବା ସହ କୋଠା ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ଆକ୍ରମଣର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରୁ ବିରତ ରହିବାକୁ କୁହାଯାଇଛି । କାରଣ ଏହା ସାଉଦି ଆରବ ଆଇନ୍ର ଉଲ୍ଲଂଘନ କରୁଛି ।

Related Topics
Explore more stories