Videos
|
Politics

Political News / ରାହୁଲ ଗାନ୍ଧୀଙ୍କୁ ରାଜନାଥ ସିଂହଙ୍କ କଟାକ୍ଷ; କଂଗ୍ରେସ ସହ ସହଯୋଗୀଙ୍କୁ କଲେ ଟାର୍ଗେଟ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାହୁଲ ଗାନ୍ଧୀଙ୍କୁ ରାଜନାଥ ସିଂହଙ୍କ କଟାକ୍ଷ; କଂଗ୍ରେସ ସହ ସହଯୋଗୀଙ୍କୁ କଲେ ଟାର୍ଗେଟ୍
Rajnath Singh Slams Congress and Opposition Parties

Key Points

ବିରୋଧର ଉଦ୍ଦେଶ୍ୟ ନିର୍ବାଚନରେ ସଂସ୍କାର ନୁହେଁ ବରଂ ଦେଶରେ ଅଶାନ୍ତି ସୃଷ୍ଟି କରି ଗଣତାନ୍ତ୍ରିକ ସଂସ୍ଥାକୁ କ୍ଷତି ପହଞ୍ଚାଇବା । କଂଗ୍ରେସ ଓ ତାର ସହଯୋଗୀ ଦଳକୁ ଏଭଳି କଡ଼ା ସମାଲୋଚନା କରି କହିଛନ୍ତି ରାଜନାଥ ସିଂହ ।
ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନେଇ ରାଜନାଥ ସିଂହ କହିଛନ୍ତି, "ସମାଜବାଦୀ ପାର୍ଟି ସମର୍ଥନ ନ କଲେ ସେ ନିଜ ରାଏବରେଲି ଆସନ ଜିତି ପାରିବେ ନାହିଁ ।"

ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ ବେଳେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏବେ ଚାଲିଥିବା ବିରୋଧ ମୁଖ୍ୟ ନିର୍ବାଚନ କମିଶନର କିମ୍ବା SIR ବିରୋଧରେ ନୁହେଁ । ରାଜନାଥଙ୍କ ଅନୁସାରେ, ବିରୋଧର ଉଦ୍ଦେଶ୍ୟ ନିର୍ବାଚନରେ ସଂସ୍କାର ନୁହେଁ ବରଂ ଦେଶରେ ଅଶାନ୍ତି ସୃଷ୍ଟି କରି ଗଣତାନ୍ତ୍ରିକ ସଂସ୍ଥାକୁ କ୍ଷତି ପହଞ୍ଚାଇବା ଅଟେ ।

ଏଥିସହ ପଢ଼ନ୍ତୁ: ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସକୁ କଟାକ୍ଷ କଲେ ରାଜନାଥ ସିଂ 

କଂଗ୍ରେସ ଓ ସହଯୋଗୀଙ୍କୁ ଟାର୍ଗେଟ୍

ରାଜନାଥ ସିଂହ କଂଗ୍ରେସ ଓ ତାର ସହଯୋଗୀ ଦଳକୁ ଟାର୍ଗେଟ୍ କରିଛନ୍ତି । ଏସବୁ ଦଳର ଉଦ୍ଦେଶ୍ୟ ସାମ୍ବାଧାନିକ ଢାଞ୍ଚାକୁ ଭାଙ୍ଗିବା ଓ ଦେଶର ମୁଣ୍ଡ ତଳକୁ କରିବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଂଗ୍ରେସ ଓ ତାର ସହଯୋଗୀ ଦଳ କ୍ଷମତା ପରିବର୍ତ୍ତନ ଶବ୍ଦ ବ୍ୟବହାର କରିବା ସ୍ପଷ୍ଟ କରୁଛି, ସେମାନଙ୍କ ସଂଘର୍ଷ ନିର୍ବାଚନରେ ସଂସ୍କାର ପାଇଁ ନୁହେଁ । କଂଗ୍ରେସ ନେତା ମହାତ୍ମା ଗାନ୍ଧୀଙ୍କ ନାଁ ବ୍ୟବହାର କରି ନୈତିକତା ହରାଇଥିବା ରାଜନାଥ ଅଭିଯୋଗ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ କଟାକ୍ଷ

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "କଂଗ୍ରସେ ଉତ୍ତରପ୍ରଦେଶରେ ୩୭ ବର୍ଷ ହେଲା କ୍ଷମତାରୁ ଦୂରରେ ରହିଛି । କାମ ଚୋରି ପାଇଁ ନା ଭୋଟ୍ ଚୋରି ପାଇଁ ? ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି ଯେ, ସମାଜବାଦୀ ପାର୍ଟି ବିନା ସେ ରାଏବରେଲି ସିଟ୍ ଜିତିବାର ସାମର୍ଥ୍ୟ ରଖିଛନ୍ତି କି ନାହିଁ ?"

କଂଗ୍ରେସ ଦାବି କରୁଛି- ଲୋକେ ସେମାନଙ୍କ ଉପରେ ଭରସା କରୁଛନ୍ତି, କିନ୍ତୁ ନେତାଙ୍କ ଭରସା ଦଳ ଉପରେ ନାହିଁ । ଯାହାର ପ୍ରମାଣ ଉତ୍ତରପ୍ରଦେଶ ଦେଉଛି । ରାଜ୍ୟ କଂଗ୍ରେସର ଜଣେ ନେତା ଅନ୍ୟ ଜଣଙ୍କ ଉପରେ ଭରସା କରୁ ନାହାନ୍ତି । ନେତା ନେତାଙ୍କ ମଧ୍ୟରେ ଲଢ଼ୁଛନ୍ତି । କଣ ଏଥିପାଇଁ ବିଜେପି ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ ସିଂହ ।

ଏଥିସହ ପଢ଼ନ୍ତୁ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସପାକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ 

ଯୁବପିଢ଼ିଙ୍କୁ କରୁଛନ୍ତି ମୋହରା

ରାଜନାଥ ଅଭିଯୋଗ କରିଛନ୍ତି ଯେ, ଯୁବବର୍ଗଙ୍କୁ ଅରାଜକ ରାଜନୀତି ପାଇଁ ମୋହରା କରିବାକୁ ପ୍ରୟାସ ହେଉଛି । ଜଣେ ବ୍ୟକ୍ତି ସରକାରକୁ ସଡ଼କରେ ଆନ୍ଦୋଳନ ଦ୍ଵାରା ଭାଙ୍ଗିବା କଥା କହୁଛନ୍ତି । ଏହି ବୟାନ ସ୍ପଷ୍ଟ କରୁଛି, ସେମାନଙ୍କ ଗୋଟିଏ ଏଜେଣ୍ଡା ଗଣତାନ୍ତ୍ରିକ ସଂସ୍ଥାକୁ କ୍ଷତି ପହଞ୍ଚାଇ ଦେଶରେ ଅଶାନ୍ତି ସୃଷ୍ଟି କରିବା ।