Air India / ସମ୍ପର୍କୀୟ ଦର୍ଶାଇ ବାହାର ଲୋକଙ୍କୁ ମାଗଣା ଟିକେଟ୍ ବିକିଦେଲେ ଏୟାର ଇଣ୍ଡିଆର ୪ ହଜାର କର୍ମଚାରୀ
·4 months ago·2 min read

Key Points
ଏୟାରଲାଇନ୍ର ହିଁ କର୍ମଚାରୀ ଫ୍ରି ଟିକେଟ୍ ପିଲିସିର ବ୍ୟାପକ ଦୂରୁପଯୋଗ କରିଥିବା ପର୍ଦ୍ଦାଫାସ୍ ହୋଇଛି । ଏହି ଘୋଟାଲାରେ ଏୟାର ଇଣ୍ଡିଆର ୪ ହଜାରରୁ ଅଧିକ କର୍ମଚାରୀ ସାମିଲ୍ ଥିବା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଛାନଭିନ୍ ।
ନୂଆଦିଲ୍ଲୀ: ଟାଟା ଗ୍ରୁପ ଅଧିନରେ ଥିବା ଏୟାର ଇଣ୍ଡିଆ (Air India)ରେ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି । ଏୟାରଲାଇନ୍ର ହିଁ କର୍ମଚାରୀ ଫ୍ରି ଟିକେଟ୍ ପିଲିସିର ବ୍ୟାପକ ଦୂରୁପଯୋଗ କରିଥିବା ପର୍ଦ୍ଦାଫାସ୍ ହୋଇଛି । ଏହି ଘୋଟାଲାରେ ଏୟାର ଇଣ୍ଡିଆର ୪ ହଜାରରୁ ଅଧିକ କର୍ମଚାରୀ ସାମିଲ୍ ଥିବା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଛାନଭିନ୍ ।
ମାଗଣା ଟିକେଟ୍ ଦୁର୍ନୀତିରେ ସାମିଲ୍ ଥିବା ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଏବେ ବିପୁଳ ଜରିମାନା ସହ ଟିକେଟ୍ ଅର୍ଥ ପୈଠ କରିବାକୁ ପଡ଼ିପାରେ । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ଧରଣର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି
ସମ୍ପର୍କୀୟ ଦର୍ଶାଇ ଟିକେଟ୍ କଳାବଜାରୀ
ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ELT ପଲିସିରେ ବାର୍ଷିକ ୧୪ଟି ମାଗଣା ଟିକେଟ୍ ମିଳିଥାଏ । ଏହି ମାଗଣା ଟିକେଟ୍ ଏୟାର ଇଣ୍ଡିଆର କର୍ମଚାରୀ ନିଜେ କିମ୍ବା ସେମାନଙ୍କ ପରିବାରର ସଦସ୍ୟ (ବାପାମାଆ, ସ୍ଵାମୀ କିମ୍ବା ସ୍ତ୍ରୀ)ଙ୍କ ପାଇଁ ବ୍ୟବହାର କରାଯାଇ ପାରିବ ।
ଆଭ୍ୟନ୍ତରୀଣ ଯାଞ୍ଚରୁ ଜଣାପଡ଼ିଛି ଯେ, ହଜାର ହଜାର କର୍ମଚାରୀ ଏହି ମାଗଣା ଟିକେଟ୍ର ଭରପୁର ଫାଇଦା ଉଠାଇବା ପାଇଁ ବାହାର ଲୋକଙ୍କୁ ସମ୍ପର୍କୀୟ ଦର୍ଶାଇଛନ୍ତି । ଏକାଧିକ ଷ୍ଟାଫ ମେମ୍ବର୍ସ ବାହାର ଲୋକଙ୍କୁ ସମ୍ପର୍କୀୟ କହି ମାଗଣା ଟିକେଟ୍ ହାତେଇଛନ୍ତି ।
ସୂତ୍ର ଅନୁସାରେ, ରକ୍ତ ସମ୍ପର୍କ ନ ଥାଇ ଏକାଧିକ କର୍ମଚାରୀ ମାଗଣା ଟିକେଟ୍ ନେଇଛନ୍ତି । ଆଉ ମାଗଣା ଟିକେଟ୍ ହାତେଇବା ପରେ ସେ ସବୁକୁ ବାହାରେ ଅଜଣା ଲୋକଙ୍କୁ ବିକ୍ରି କରି ଦିଆଯାଇଛି ।
ପିଟିଆଇ ରିପୋର୍ଟ ଅନୁସାରେ, ଏୟାର ଇଣ୍ଡିଆ ପାଖରେ ୨୪ ହଜାରରୁ ଅଧିକ କର୍ମଚାରୀ ଥିବାବେଳେ ଏଥିରେ ପ୍ରାୟ ୪ ହଜାର କର୍ମଚାରୀ ସାମିଲ୍ ଥିବା ଜଣାପଡ଼ିଛି । ଏହି ଘୋଟାଲାରେ ସମ୍ପୃକ୍ତ ଅଧିକାଂଶ କର୍ମଚାରୀ ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍ ହାତକୁ ଆସିବା ପରେ ଜଏନ୍ କରିଥିଲେ ।
ଏଥିସହ ପଢ଼ନ୍ତୁ: ଏହି ଯୋଜନାରେ ରେଲୱେ ଦେବ ମାଗଣା ଟିକେଟ୍ ସହ ଚା' ଓ ଜଳଖିଆ, ଜାଣନ୍ତୁ କେମିତି ଉଠାଇବେ ଲାଭ...
କ'ଣ କରିବ ଏୟାର ଇଣ୍ଡିଆ ?
ମାଗଣା ଟିକେଟ୍ ଘୋଟଲା ମାମଲା ସାମନାକୁ ଆସିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏବେ କୌଣସି ବି କର୍ମଚାରୀ ମାଗଣା ଟିକେଟ୍ ହାତେଇବା ପାଇଁ ସମ୍ପର୍କୀୟଙ୍କ ପରିଚୟପତ୍ର ପ୍ରମାଣ ଦେବା ବାଧ୍ୟ କରାଯାଇଛି । କୌଣସି କର୍ମଚାରୀଙ୍କୁ ଦୋଷୀ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଟିକେଟ୍ ଦୁର୍ନୀତିରେ ସାମିଲ୍ କର୍ମଚାରୀଙ୍କ ଠାରୁ ଟିକେଟ୍ ଅର୍ଥ ଆଦାୟ କରାଯାଉଛି । ନିୟମ ଭାଙ୍ଗିଥିବା କର୍ମଚାରୀଙ୍କ ଉପରେ ଜରିମାନା ଲଗା ଯାଉଛି ।
ଗୋଟିଏ ପଟେ ଏୟାର ଇଣ୍ଡିଆ ସହୁଥିବା କ୍ଷତିରୁ ଉପରକୁ ଉଠିବା ଲାଗି ରୂପାନ୍ତରୀକରଣ ଉପରେ କାମ କରୁଛି । ଅନ୍ୟପଟେ କର୍ମଚାରୀଙ୍କ ଏଭଳି କାରନାମା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ଏୟାରଲାଇନ୍ ସୂତ୍ର ଅନୁସାରେ, ଏହା କେବଳ ଆର୍ଥିକ କ୍ଷତି ପହଞ୍ଚାଉ ନାହିଁ ବରଂ ନୈତିକତା ଓ ଆଚରଣ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories