|
logo
Live
Argus News App
GET APP

Argus News - ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି

National

IRCTC Food Service / ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି
IRCTC Food Service

Key Points

ଏଲପିଜି ଗ୍ୟାସ୍ ସଂକଟ ମଧ୍ୟରେ ଯାତ୍ରୀଙ୍କୁ ଖାଦ୍ୟ ପରସିବାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ
IRCTC Onboarding Food Service: ମଧ୍ୟ ପ୍ରାଚ୍ୟ ସଂକଟ ମଧ୍ୟରେ ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଏଣିକି ଅଗ୍ନିହୀନ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବ ଆଇଆରସିଟିସି। ଏବେ ଏହାର ମୂଳ ରୋଷେଇ ଘରକୁ ଅଗ୍ନିହୀନ ରୋଷେଇ ଘରେ ସ୍ଥାନାନ୍ତରିତ କରୁଛି। ଏବେ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ଅଧିକାଂଶ ଖାଦ୍ୟ ଏବେ ବୈଦ୍ୟୁତିକ ଚୁଲା ବ୍ୟବହାର କରି ପ୍ରସ୍ତୁତ କରୁଛି ଆଇଆରସିଟିସି।

ଅଗ୍ନିହୀନ ରୋଷେଇ ଘର କ'ଣ?
ଏନେଇ ଆଇଆରସିଟିସି କହିଛି ଯେ ବର୍ତ୍ତମାନ, ମୂଳ ରୋଷେଇ ଘରର ୫୦ ପ୍ରତିଶତ ଖାଦ୍ୟ ବୈଦ୍ୟୁତିକ ଚୁଲା (Electric Induction System) ବ୍ୟବହାର ରନ୍ଧା ଯାଉଛି। ଡାଲି, ଭାତ, ରୁଟି ଏବଂ ବିଭିନ୍ନ ପନିପରିବା ତରକାରୀ ରାନ୍ଧିବା ପାଇଁ ବୈଦ୍ୟୁତିକ ଚୁଲା ବ୍ୟବଦୃତ ହେଉଛି। ଭବିଷ୍ୟତରେ ଏହି ବ୍ୟବସ୍ଥାକୁ ଆହୁରି ବିସ୍ତାର କରାଯିବ।

ସୌରଶକ୍ତିକୁ ସ୍ଥାନାନ୍ତରିତ କରିବା ପାଇଁ ହେବ ଯୋଜନା
ଆଇଆରସିଟିସି ଆହୁରି କହିଛି ମୂଳ ରୋଷେଇ ଘରର ଛାତରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ଯୋଜନା କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ ହୋଇଯିବା ପରେ ସୌର ପ୍ୟାନେଲ ମାଧ୍ୟମରେ ବିକଳ୍ପ ଇନ୍ଧନ ବ୍ୟବହାର କରି ଯାତ୍ରୀଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇପାରିବ।

Also Read: ଏଲପିଜି ସଂକଟ ବେଳେ ଯାତ୍ରୀଙ୍କ ପାଇଁ ରେଳବାଇର ବଡ଼ ନିଷ୍ପତ୍ତି

ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ଏବେ ସାରା ବିଶ୍ୱରେ ଅନୁଭୂତ ହେଉଛି। ଯାହା ଦ୍ୱାରା ଏଲପିଜି ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଲପିଜି ଗ୍ୟାସ୍ ସିଲିଣ୍ଡର ଯୋଗାଣ ବାଧିତ ହୋଇଥିବାରୁ ଏହାର ପ୍ରଭାବ ରୋଷେଇ ଘରେ ଅନୁଭୂତ ହେଉଛି। ଏହି ସମସ୍ୟାର ମୁକାବିଲା କରିବାକୁ ଯାଇ ଆଇଆରସିଟିସି ବୈଷୟିକ ଦୃଷ୍ଟିକୋଣରୁ ଏହାର ରୋଷେଇ ଘରକୁ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଏହାକୁ ଅଗ୍ନିହୀନ ରୋଷେଇ ଘରେ (IRCTC Flameless Kitchen Centre) ପରିଣତ କରିବାକୁ ଯୋଜନା କରୁଛି।

ଦୈନିକ ୧୬.୫ ଲକ୍ଷ ଯାତ୍ରୀଙ୍କୁ ଭୋଜନ ପରସିଥାଏ ଆଇଆରସିଟିସି

ଆଇଆରସିଟିସି ଦାବି ଅନୁସାରେ ପ୍ରତିଦିନ ଦେଶରେ ଦୈନିକ ୧୬.୫ ଲକ୍ଷ ଯାତ୍ରୀଙ୍କୁ ଭୋଜନ ପରସା ଯାଇଥାଏ। ଏହି ସେବା ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଜାରି ରହିଛି। ଏବେ ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ ଏହାର କ୍ୟାଟରିଂ ୟୁନିଟ୍କୁ ନିର୍ଦ୍ଦେଶ ଦେଇଛି ଯେ ବର୍ତ୍ତମାନର ସଙ୍କଟ କାରଣରୁ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇପାରେ। ଯାତ୍ରୀ ଖାଦ୍ୟ ଏବଂ ପାନୀୟ ପାଇବାରେ ଯେପରି କୌଣସି ସମସ୍ୟାର ସାମ୍ନା ନ କରନ୍ତି, ତାହାକୁ ସୁନିଶ୍ଚିତ କରିବା ପାଇଁ ଧୂମବୀହିନ ବୈଦ୍ୟୁତିକ ଚୁଲ୍ଲା ବ୍ୟବହାର କରିବାକୁ କହିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IRCTC Food Service: ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି | Argus News