Air India Flight Vandalized / ଝରକା କାଚ ଭାଙ୍ଗିଲେ ଯାତ୍ରୀ; ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି ଏୟାରଲାଇନ୍ସ
·1 hour ago·2 min read

Key Points
ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ଭିତରର ଝରକା କାଚ ଭାଙ୍ଗି ଦେଇଛନ୍ତି। ଏହା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯିବା ପରେ, ସେ ବାରମ୍ବାର କ୍ଷମା ପ୍ରାର୍ଥନା କରିଥିଲେ।
Chandigarh Delhi Air India Flight: ଯାତ୍ରା ସମୟରେ ଝରକା କାଚ ଭାଙ୍ଗି ଦେଇଛନ୍ତି ଯାତ୍ରୀ। ଚଣ୍ଡିଗଡ଼ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ରବିବାର (ଜୁନ୍ ୭) ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ବିମାନ ଦିଲ୍ଲୀରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଯାତ୍ରୀ ଜଣଙ୍କ ବିମାନ ଭିତରର ଝରକା କାଚ ଭାଙ୍ଗି ଦେଇଥିଲେ। ଏନେଇ ଏୟାରଲାଇନ୍ସ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନର ଚାଳକ ଦଳ ସଦସ୍ୟ ସମ୍ପୃକ୍ତ ଯାତ୍ରୀଙ୍କୁ ଅନେକ ମୌଖିକ ଏବଂ ଲିଖିତ ଚେତାବନୀ ଦେଇଥିଲେ। ହେଲେ ସେ ସେହି ଚେତାବନୀକୁ ଅଣଦେଖା କରି ଝରକା କାଚ ଭାଙ୍ଗି ଦେଇଥିଲେ।
ଦିଲ୍ଲୀରେ ବିମାନ ଅବତରଣ କରିସାରିବା ପରେ ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷା ଏଜେନ୍ସିକୁ ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ କରାଯାଇଥିଲା। ବିମାନ ଅବତରଣ ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ତୁରନ୍ତ ବିମାନବନ୍ଦର ସୁରକ୍ଷା କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାକୁ ଏୟାର ଇଣ୍ଡିଆ କମିଟି ପାଖକୁ ପଠାଯାଇଛି। ଯିଏ ଏହି ଘଟଣାର ତଦନ୍ତ କରି ନିଷ୍ପତ୍ତି ନେବ ଯେ ସେହି ଯାତ୍ରୀଙ୍କୁ ଅନୁଶାସନହୀନ ଘୋଷଣା କରାଯିବ ନା ନାହିଁ ଏବଂ କେତେ ଦିନ ପାଇଁ ତାଙ୍କର ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ।
ଏହା ସହ ପଢନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ପ୍ରକୃତିର ତାଣ୍ଡବ; ପବନରେ ଉଡ଼ିଗଲା ଲୁହା ଷ୍ଟାଣ୍ଡ୍
୩୦ ଦିନ ମଧ୍ୟରେ ନିଷ୍ପତ୍ତି ନେବ ପରିଚାଳନା କମିଟି
ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ, ଏହି ଘଟଣାରେ କମିଟି ୩୦ ଦିନ ମଧ୍ୟରେ ନିଷ୍ପତ୍ତି ନେବ। ଏହି ସମୟ ମଧ୍ୟରେ ଏୟାରଲାଇନ୍ସ ସର୍ବାଧିକ ୩୦ ଦିନ ପାଇଁ ଯାତ୍ରୀଙ୍କ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମଧ୍ୟ ଲଗାଇପାରେ। ଏହି ଘଟଣାକୁ ନିଶ୍ଚିତ କରି ଜଣେ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ଗତ ରବିବାର (ଜୁନ୍ ୭) ଚଣ୍ଡିଗଡ଼ରୁ ଦିଲ୍ଲୀ ଯାଉଥିବା ବିମାନ AI1879 ରେ ଯାତ୍ରା କରିବା ସମୟରେ ଜଣେ ଯାତ୍ରୀ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ହେଲେ ତଥାପି ବିମାନ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପାଇଲଟ୍ ଏବଂ ଚାଳକ ଦଳ ସଦସ୍ୟ ପ୍ରତିଷ୍ଠିତ ନିୟମ ଅନୁଯାୟୀ କାର୍ଯ୍ୟ କରିଥିଲେ। ସେମାନେ ସମ୍ପୃକ୍ତ ଯାତ୍ରୀଙ୍କୁ ଅନେକ ଥର ଚେତାବନୀ ଦେଇଥିଲେ। ପରେ ଏହି ମାମଲା ସମ୍ପର୍କରେ ଦିଲ୍ଲୀ ବିମାନବନ୍ଦର ସୁରକ୍ଷା ବଳକୁ ଅବଗତ କରାଯାଇଥିଲା।"
ଏହା ସହିତ ଏୟାର ଇଣ୍ଡିଆ ଆହୁରି କହିଛି ଯେ ଏହି ଘଟଣାରେଲ ଅନ୍ୟ କୌଣସି ଯାତ୍ରୀ, ଚାଳକ ଦଳର ସଦସ୍ୟ କିମ୍ବା ବିମାନର ସୁରକ୍ଷା ପ୍ରଭାବିତ ହୋଇନାହିଁ। ଦିଲ୍ଲୀରେ ପହଞ୍ଚିବା ପରେ, ସେହି ଯାତ୍ରୀଙ୍କୁ ସୁରକ୍ଷା ବଳକୁ ହସ୍ତାନ୍ତର କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ (DGCA) ମଧ୍ୟ ଘଟଣା ସମ୍ପର୍କର ଅବଗତ କରାଯାଇଛି। ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷା ସହିତ ଜଡିତ ବିଷୟରେ ଶୂନ୍ୟ-ସହନଶୀଳତା ନୀତି ରହିଛି। କୌଣସି ପ୍ରକାରେ ଏପରି ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ଅନ୍ୟପଟେ ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଉଡ଼ାଣ ସମୟରେ ଯାତ୍ରୀଙ୍କ ଆଚରଣ ଆକ୍ରମଣାତ୍ମକ ରହିଥିଲା। ଯିଏ ବାରମ୍ବାର ତାଙ୍କୁ ଦିଆ ଯାଇଥିବା ଚେତାବନୀକୁ ଅଣଦେଖା କରିଥିଲେ। ହେଲେ ତାଙ୍କୁ ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯିବା ପରେ, ସେ ବାରମ୍ବାର କ୍ଷମା ପ୍ରାର୍ଥନା କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories