Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଖାଦ୍ୟ ପାଇଁ ଚର୍ଚ୍ଚାରେ ଏୟାର ଇଣ୍ଡିଆ; ଯାତ୍ରୀ କହିଲେ ଏୟାରଲାଇନ୍ସ ଯୋଗାଇଲା ଅନ୍ନଛତ୍ର

National

Air India Food / ପୁଣି ଖାଦ୍ୟ ପାଇଁ ଚର୍ଚ୍ଚାରେ ଏୟାର ଇଣ୍ଡିଆ; ଯାତ୍ରୀ କହିଲେ ଏୟାରଲାଇନ୍ସ ଯୋଗାଇଲା ଅନ୍ନଛତ୍ର

Subhramjit Ray
Browse all articles by Subhramjit Ray
·1 hour ago·3 min read
ପୁଣି ଖାଦ୍ୟ ପାଇଁ ଚର୍ଚ୍ଚାରେ ଏୟାର ଇଣ୍ଡିଆ; ଯାତ୍ରୀ କହିଲେ ଏୟାରଲାଇନ୍ସ ଯୋଗାଇଲା ଅନ୍ନଛତ୍ର
Air India Bhandara

Key Points

ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ଏପରି ପାରମ୍ପରିକ ଦେଶୀ ଜଳଖିଆ ପରିବେଷଣ କରାଯିବା ଚର୍ଚ୍ଚାର ବିଷୟ ପାଲଟିଛି।
Delhi Bali Air India Flight: ବିମାନ ଯାତ୍ରା କରିବା ବେଳେ ଯାତ୍ରୀ ପ୍ରାୟତଃ ଏୟାରଲାଇନ୍ସ ପକ୍ଷରୁ ପ୍ରଦାନ କରାଯାଉଥିବା ଖାଦ୍ୟକୁ ନେଇ ଅଭିଯୋଗ କରିଥାନ୍ତି। କେତେକ ଯାତ୍ରୀ ଏୟାରଲାଇନ୍ସ ଦ୍ୱାରା ପ୍ରଦାନ କରାଯାଉଥିବା ଖାଦ୍ୟକୁ ସ୍ୱାଦିଷ୍ଟ ବୋଲି କହୁଥିବା ବେଳେ, ଅନ୍ୟ ଯାତ୍ରୀ ଏହାକୁ ପେଟ ଭରୁଥିବା ଖାଦ୍ୟ ବୋଲି କହିଥାନ୍ତି। ହେଲେ ଏଥର ସ୍ୱଦେଶୀ ଏୟାରଲାଇନ୍ସ ଏୟାରଇଣ୍ଡିଆ ପକ୍ଷରୁ ଯେଉଁ ଖାଦ୍ୟ ପରିବେଷଣ କରାଯାଇଛି ତାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହି ପୋଷ୍ଟ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସହ ଆନନ୍ଦିତ ହୋଇ ଉଠିଛନ୍ତି। ପୁଣେର ଜଣେ ମହିଳା ଦାବି କରିଛନ୍ତି ଯେ ବିମାନ ଯୋଗେ ସେ ଦିଲ୍ଲୀରୁ ଇଣ୍ଡୋନେସିଆ ବାଲି ଅଭିମୁଖେ ଯାତ୍ରା କରିବା ବେଳେ ତାଙ୍କୁ "ପୁରି ସୁଜି ତରକାରୀ" (ପୁରୀ ହାଲୱା ଛୋଲେ) ପରିବେଷଣ କରାଯାଇଥିଲା। ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ଏପରି ପାରମ୍ପରିକ ଦେଶୀ ଜଳଖିଆ ପରିବେଷଣ କରାଯିବା ଚର୍ଚ୍ଚାର ବିଷୟ ପାଲଟିଛି।

ଉଡ଼ାଣ ବେଳେ ଯାତ୍ରୀଙ୍କୁ ମିଳିଲା ଦେଶୀ ଜଳଖିଆ
ପୁଣେର ପ୍ରୀତି ଜୈନ ନାମକ ଜଣେ ମହିଳା ଏକ ଏକ୍ସ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଦିଲ୍ଲୀରୁ ଇଣ୍ଡୋନେସିଆ ବାଲି ଅଭିମୁଖେ ଯାତ୍ରା କରିବା କରିବା ସମୟରେ ତାଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଥିବା "ପୁରୀ ହାଲୱା ଛୋଲେ" ବିଷୟରେ କହିଥିଲେ। ସେ ମଜାରେ ଏପରି ଏକ ପୋଷ୍ଟ ସେୟାର କରିଥିଲେ। ଏହା ହୁଏତ ପ୍ରଥମ ଥର ପାଇଁ ହୋଇଥାଇ ପାରେ ଯେତେବେଳେ ତାଙ୍କ ପରିବାର କିମ୍ବା ବନ୍ଧୁ ବାନ୍ଧବକୁ ଯାତ୍ରା ବେଳେ ଏପରି ଖାଦ୍ୟ ମିଳିଛି। ଯାତ୍ରୀ ପ୍ରୀତିଙ୍କ କହିବା କଥା ଯେ ତାଙ୍କ ସ୍ୱାମୀ ଥଣ୍ଡା ପୁରୀ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେ ଏହାକୁ ଖାଇ ନଥିଲେ। ହେଲେ ସେ ଦେଶୀ ଖାଦ୍ୟକୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଦିଆଯାଇଥିବା ଖାଦ୍ୟକୁ ନିଜେ ଖାଇଥିଲେ।

ଏହା ସହ ପଢନ୍ତୁ: ମିଳିଲା BCAS ଲାଇସେନ୍ସ; କେବେ ଆରମ୍ଭ ହେବ ଟିକେଟ ବୁକିଂ?

ସୋସିଆଲ୍ ମିଡିଆରେ ପାଲଟିଲା ଚର୍ଚ୍ଚାର ବିଷୟ
ପ୍ରୀତି ଜୈନଙ୍କ ପୋଷ୍ଟ ଭାଇରାଲ ହେବା ପରେ, ସୋସିଆଲ ମିଡିଆ ୟୁଜର ମଜାକିଆ ଢଙ୍ଗରେ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର କହିଛନ୍ତି, ଏହା ବିମାନ ଯାତ୍ରା ବେଳେ ପ୍ରଦାନ କରାଯାଉଥିବା ପ୍ରକୃତ ଭାରତୀୟ ଖାଦ୍ୟ। ଆଉ ଜଣେ କହିଛନ୍ତି, ଯଦି ମୋତେ ବିମାନ ଯାତ୍ରା ବେଳେ ଏପରି ଖାଦ୍ୟ ଖାଇଥାଏ, ତାହେଲେ ମୁଁ ବହୁତ ଖୁସି ହେବି। ଆଉ ଜଣେ ମଜାଳିଆ ଢଙ୍ଗରେ କରି ଲେଖିଛନ୍ତି ଯେ ବାଲି ଯିବା ପୂର୍ବରୁ ମଧ୍ୟ ମୋର ଦେଶୀ ଆତ୍ମା ​​ଖୁସି ହୋଇଯିବ। ଅନେକ ମନ୍ତବ୍ୟ ଦେଇଛନ୍ତି ଯେ ଏହା ସାଧାରଣ ଏୟାରଲାଇନ୍ ଖାଦ୍ୟ ଅପେକ୍ଷା ବହୁତ ଭଲ।

ଏହା ସହ ପଢନ୍ତୁ: ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ

ଲୋକଙ୍କୁ ମନେ ପଡ଼ିଗଲା ଦେଶୀ ସ୍ୱାଦ
"ପୁରୀ ହାଲୱା ଛୋଲେ" ସାଧାରଣତଃ ମନ୍ଦିରର ପ୍ରସାଦ, ପର୍ବପର୍ବାଣୀ କିମ୍ବା ପାରମ୍ପରିକ ଜଳଖିଆ ସହିତ ଜଡି଼ତ ରହିଥିବାର କୁହାଯାଏ ଏକ ଅନ୍ତର୍ଜାତୀୟ ଏୟାରଲାଇନ୍ସ ପକ୍ଷରୁ ଏପରି ଖାଦ୍ୟ ପରିବେଷଣ କରାଯିବାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ୟୁଜର ଦାବି କରିଥିଲେ ଯେ ଏୟାରଲାଇନ୍ସ ଏପରି ଦେଶୀ ଜଳଖିଆ ବିକଳ୍ପକୁ ଏହାର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରୁ। ଅନେକ ଏହାକୁ "ଉଡ଼ାଣ ବେଳେ ଆରାମଦାୟକ ଖାଦ୍ୟ" ବୋଲି ମଧ୍ୟ କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India Serves 'Halwa Puri Chole' on Delhi-Bali Flight; Viral Menu Wins Internet | Argus News