Videos
|
National

Air India Pilot Dope Test Report / ଆସିଲା ଦ୍ୱିତୀୟ ଡୋପ୍ ଟେଷ୍ଟ ରିପୋର୍ଟ; ଗଞ୍ଜେଇ ନିଶାରେ ବିମାନ ଉଡ଼ାଉଥିଲେ ପାଇଲଟ୍

Subhramjit Ray
Browse all articles by Subhramjit Ray
·14 mins ago·3 min read
ଆସିଲା ଦ୍ୱିତୀୟ ଡୋପ୍ ଟେଷ୍ଟ ରିପୋର୍ଟ; ଗଞ୍ଜେଇ ନିଶାରେ ବିମାନ ଉଡ଼ାଉଥିଲେ ପାଇଲଟ୍
Air India Pilot Dope Test Report

Key Points

ପାଇଲଟ୍ ଦ୍ୱିତୀୟ ଥର ପାଇଁ ଡୋପ୍ ପରୀକ୍ଷାରେ ବିଫଳ ହୋଇଛନ୍ତି। ଏୟାର ଟର୍ବ୍ୟୁଲେନ୍ସ କାରଣରୁ ଏହି ବିମାନରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ।
Air India Pilot Second Dope Test: ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ହୋଇଥିବା "ଏୟାର ଟର୍ବ୍ୟୁଲେନ୍ସ" (Air Turbulence) ଘଟଣାରେ ଆସିଛି ବଡ଼ ଅପଡେଟ। ଏହି ବିମାନକୁ ଉଡ଼ାଉଥିବା ଏୟାର ଇଣ୍ଡିଆ ବିମାନର ପାଇଲଟ୍ ଦ୍ୱିତୀୟ ଥର ପାଇଁ ଡୋପ୍ ପରୀକ୍ଷାରେ ବିଫଳ ହୋଇଛନ୍ତି। ଏୟାର ଟର୍ବ୍ୟୁଲେନ୍ସ କାରଣରୁ ଏହି ବିମାନରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ। ମଙ୍ଗଳବାର (ଅଗଷ୍ଟ ୧୧) ପାଇଲଟ୍ ଦ୍ୱିତୀୟ ଥର ପାଇଁ ଡୋପ୍ ପରୀକ୍ଷାରେ ବିଫଳ ହୋଇଛନ୍ତି। ଏହା ପୂର୍ବରୁ ଗତ ରବିବାର, ଦିଲ୍ଲୀରେ ଉଡ଼ାଣ ପରେ ସ୍କ୍ରିନିଂ ସମୟରେ ପାଇଲଟ୍ ଙ୍କ ସାଇକୋଏକ୍ଟିଭ୍ ସବଷ୍ଟାନ୍ସ୍ (Psychoactive Substance) ରିପୋର୍ଟ ପଜିଟିଭ୍ (Positive) ଆସିଥିଲା। ବିଶେଷକରି ଏହି ପରୀକ୍ଷା ନିଶ୍ଚିତ କରିଛି ଯେ ପାଇଲଟ୍ ଗଞ୍ଜେଇ ସେବନ କରିଥିଲେ।

ଏହି ଘଟଣାକୁ ନେଇ କ'ଣ କହିଲା AAIB?
ଏହି ଘଟଣାରେ ପ୍ରତିକ୍ରିୟା ରଖି ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (AAIB)। ଏହି ଘଟଣାରେ ଏକ ସରକାରୀ ବିବୃତ୍ତି ଜାରି କରି AAIB (Aircraft Accident Investigation Bureau) କହିଛି, "ଏୟାର ଟର୍ବ୍ୟୁଲେନ୍ସ ଘଟଣାର ଏକ ସରକାରୀ ତଦନ୍ତ ଆରମ୍ଭ ହୋଇଛି। ICAO (International Civil Aviation Organization) ଅନ୍ତର୍ଜାତୀୟ ନିୟମ ଏବଂ ପ୍ରୋଟୋକଲ୍ ଅନୁଯାୟୀ ତଦନ୍ତ କରାଯାଉଛି। ଫରାସୀ ତଦନ୍ତକାରୀ ସଂସ୍ଥା BEA ଏବଂ ବିମାନ ନିର୍ମାତା ଏୟାରବସ୍ (Airbus) ବୈଷୟିକ ବିଶେଷଜ୍ଞ AAIBକୁ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି।"

ଏହା ସହ ପଢନ୍ତୁ: ଏୟାର ଇଣ୍ଡିଆ ଏୟାର ଟର୍ବ୍ୟୁଲାନ୍ସ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ; ଡ୍ୟୁଟିରୁ ହଟିଲେ ପାଇଲଟ୍

ଏହି ତଦନ୍ତ ବିମାନର ବୈଷୟିକ ପ୍ରଣାଳୀ,ଫ୍ଲାଇଟ୍ ଡାଟା ଏବଂ ରେକର୍ଡିଂ, ବିମାନ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ରେକର୍ଡ, ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କ ଡାକ୍ତରୀ ରେକର୍ଡ, ପାଇଲଟ୍ ଏବଂ ସମ୍ପର୍କିତ ବ୍ୟକ୍ତିଙ୍କ ବୟାନ ଏବଂ ମାନବ-ସମ୍ବନ୍ଧୀୟ କାରଣ ସମେତ ଅନେକ ଦିଗ ଉପରେ ଆଧାର କରି କରାଯାଉଛି। AAIB କହିଛି ଯେ ସମସ୍ତ ପ୍ରମାଣର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଯାଇ କୌଣସି ନିଷ୍କର୍ଷରେ ପହଞ୍ଚି ହେବ। ଗୋଟିଏ ସୂଚନା କିମ୍ବା ବିବୃତ୍ତିକୁ ଆଧାର କରି ଘଟଣାର କାରଣ ଅନୁମାନ କରିବା ଠିକ୍ ନୁହେଁ। ତଦନ୍ତର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଘଟଣାର କାରଣ ନିର୍ଣ୍ଣୟ କରିବା ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ କ’ଣ ସୁରକ୍ଷା ପଦକ୍ଷେପ ନିଆଯିବା ଆବଶ୍ୟକ।

ତଦନ୍ତ ସହିତ ଜଡି଼ତ କିଛି ଡାକ୍ତରୀ ରେକର୍ଡ, ବିବୃତ୍ତି ଏବଂ ଅନ୍ୟାନ୍ୟ ଦସ୍ତାବିଜକୁ ଗୋପନୀୟ ରଖାଯିବ। AAIB ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ଅସମ୍ପୂର୍ଣ୍ଣ କିମ୍ବା ଯାଞ୍ଚ ନ ହୋଇଥିବା ସୂଚନା ଉପରେ ଆଧାର କରି କୌଣସି ନିଷ୍କର୍ଷରେ ନପହଞ୍ଚିବାକ ନିବେଦନ କରିଛି। AAIB ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପ୍ରକାଶ କରିବ। ତଦନ୍ତର ଉପଯୁକ୍ତ ପର୍ଯ୍ୟାୟରେ ଅଧିକ ସୂଚନା ସାର୍ବଜନୀନ କରାଯିବ। AAIB କହିଛି ଯେ ତଦନ୍ତ ସ୍ୱାଧିନ, ସ୍ୱଚ୍ଛ ଏବଂ ପ୍ରମାଣ-ଭିତ୍ତିକ ହେବ। ବିମାନ ସୁରକ୍ଷା ସୁନିଶ୍ଚିତ କରିବା ହେଉଛି ଏହି ତଦନ୍ତର ପ୍ରାଥମିକ ଉଦ୍ଦେଶ୍ୟ।

ଏହା ସହ ପଢନ୍ତୁ: 'ଏୟାର ଟର୍ବୁଲେନ୍ସ' କ’ଣ? ଉଡ଼ାଣ ସମୟରେ ବାୟୁରେ କିପରି ଦୋହଲିଥାଏ ବିମାନ? କେତେ ବିପଦପୂର୍ଣ୍ଣ ଏହି ଘଟଣା?
 

ଡ୍ୟୁଟି ରୁ ହଟିଲେ ଉଭୟ ପାଇଲଟ୍
AAIB ଏହି ଘଟଣାର ତଦନ୍ତ କରୁଛି। ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ DGCA ଉଭୟ ପାଇଲଟଙ୍କୁ ଡ୍ୟୁଟି/ରୋଷ୍ଟର (Duty/Roaster) ରୁ ହଟାଇ ଦେଇଛି। ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତଦନ୍ତ ଏବଂ ନିଶ୍ଚିତକରଣ ପରୀକ୍ଷାର ଫଳାଫଳ ଉପରେ ଆଧାରିତ ହେବ। ବିମାନ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (Civil Aviation Ministry of India) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) କହିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ନିୟମ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: