IPS Dr Ajay Pal Sharma / ମୋର୍ଚ୍ଚା ସମ୍ଭାଳିବାକୁ ମୈଦାନକୁ ଓହ୍ଲାଇଲେ ୟୁପି ସିଘଂମ; ଭିଡ଼ିଓ ଭାଇରାଲ
·4 months ago·2 min read

Key Points
ଦବଙ୍ଗ ୟୁପି ପୋଲିସ ଅଫିସର ଅଜୟପାଲ ଶର୍ମାଙ୍କ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଯିଏ ଏବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପୋଲସି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିୟୋଜିତ ଅଛନ୍ତି।
UP Singham Ajay Pal Sharma: ପୁଣି ଥରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ୟୁପି ସିଘଂମ ଡକ୍ଚର ଅଜୟ ପାଲ ଶର୍ମା। ଉତ୍ତର ପ୍ରଦେଶର ଏହି ସାହସୀ ପୋଲିସ ଅଧିକାରୀ ଜଣଙ୍କ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପୋଲିସ ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରୁଛନ୍ତି। ନିଜର କର୍ମଭୂମି ଉତ୍ତର ପ୍ରଦେଶ ପରେ ଏବେତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ଖୋଲାଖୋଲି ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେମାନେ କୌଣସି ପ୍ରକାରର ଦଙ୍ଗା ହଙ୍ଗାମା କରନ୍ତି ତାହେଲେ ସେମାନଙ୍କୁ ଏହାର ଉପଯୁକ୍ତ ଜବାବ ଦିଆଯିବ। ପରେ ଯେପରି ସେମାନେ କୌଣସି ପ୍ରକାରର ଅନୁତାପ କରିବେ ନାହିଁ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ଦକ୍ଷିଣ ୨୪ ପରଗନା ଜିଲ୍ଲାର ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏବେ ତାଙ୍କର ଇଲେକସନ୍ ଡ୍ୟୁଟି ବେଳର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛନ୍ତି ଯେ "ସ୍ପଷ୍ଟ ଭାବରେ ବୁଝିନିଅନ୍ତୁ, ଯଦି କେହି ବଦମାସୀ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ସ୍ଥାନରୁ ଖବର ଆସେ ଯେ କେହି ଗଣ୍ଡଗୋଳ କରୁଛନ୍ତି କିମ୍ବା ଦଙ୍ଗା ହଙ୍ଗାମା କରୁଛନ୍ତି ଅଥବା କାହାକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛନ୍ତି, ତାହେଲେ ସେହି ଲୋକଙ୍କ ସହିତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏକଥା ୟୁପି ସିଘଂମ ଟିଏମସି ପ୍ରାର୍ଥୀ ଜାହାଙ୍ଗୀରଙ୍କ ପରିବାର ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଛନ୍ତି। ଟିଏମସି ନେତାଙ୍କ ପରିବାର ଲୋକ ଏକଥା ମନେ ରଖିଥାନ୍ତୁ। ବାରମ୍ବାର ଖବର ଆସୁଛି ଯେ ସେମାନେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ହେଲେ ସେମାନେ ପ୍ରଶାସନ ଦେଇଥିବା ଚେତାବନୀକୁ ମନେ ରଖିଥାନ୍ତୁ। କାରଣ ପରେ ଯେପରି ସେମାନଙ୍କୁ ଅନୁତାପ କରିବାକୁ ନପଡ଼େ।
ଅଜୟପାଲ ଶର୍ମା ହେଉଛନ୍ତି ୨୦୧୧ ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡର ଆଇପିଏସ ଅଧିକାରୀ। ଯିଏ ମୂଳତଃ ପଞ୍ଜାବର ଲୁଧିଆନା ଜିଲ୍ଲାର ବାସିନ୍ଦା। ଭାରତୀୟ ପୋଲିସ ସେବାରେ ଯୋଗ ଦେବା ପୂର୍ବରୁ ସେ ପେସାରେ ଜଣେ ଡାକ୍ତର ଥିଲେ। ଯିଏ ପ୍ରାୟତଃ ଡାକ୍ତର ଅଜୟପାଲ ଶର୍ମା ନାମରେ ପରିଚିତ। ଅଜୟପାଲ ଶର୍ମାଙ୍କୁ ଉତ୍ତର ପ୍ରଦେଶର ପୋଲିସର ଜଣେ ଦବଙ୍ଗ ଅଧିକାରୀ ଭାବେ ଗଣାଯାଏ। ଯିଏ ନିଜର ସାହାସୀ ପ୍ରଶାସନିକ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ଉତ୍ତର ପ୍ରଦେଶରେ "ଅପରେସନ୍ କ୍ଲିନ୍" କାର୍ଯ୍ୟକାରୀ କରିବାରେ ତାଙ୍କର ଆକ୍ରମଣାତ୍ମକ ଭୂମିକା ରହିଥିଲା। ତାଙ୍କ ନେତୃତ୍ୱରେ ପ୍ରାୟ ଶହେରୁ ଅଧିକ ପୋଲିସ ଏନକାଉଣ୍ଟର ହୋଇଛି। ଯେଉଁଥିରେ ଅନେକ କୁଖ୍ୟାତ ଅପରାଧି ଟଳି ପଡ଼ିଛନ୍ତି। ନୋଏଡା ଏସଏସପି ଭାବେ କାର୍ଯ୍ୟରତ ଥିବା ସମୟରେ ସେ ଅନେକ ୱାଣ୍ଟେଡ୍ ଅପରାଧିଙ୍କୁ ସେମାନଙ୍କ ଭାଷାରେ ଜବାବ ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦବଙ୍ଗ ଆଇପିଏସ ଅଧିକାରୀ ଡକ୍ଚର ଅଜୟ ପାଲ ଶର୍ମା ଏବେ ଉତ୍ତର ପ୍ରଦେଶର ପ୍ରୟାଗରାଜ ପୋଲିସ କମିଶନରେଟ୍ ରେ ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଗତ ୨୦୨୫ ଜାନୁଆରୀରେ ତାଙ୍କୁ ଡିଆଇଜି (DIG) ଭାବେ ପଦୋନ୍ନତି ମିଳିଥିଲା। ସେ ତାଙ୍କର ଉତ୍କୃଷ୍ଟ ସେବା ପାଇଁ ସମ୍ମାନିତ ହୋଇଛନ୍ତି।
ଏଥିସହ ପଢ଼ନ୍ତୁ: ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ

Related Topics
Explore more stories
UP Singham Ajay Pal SharmaIPS Dr Ajay Pal SharmaAjay Pal Sharma IPSWest Bengal Election 2026UP Encounter Specialist in BengalPolice Observer South 24 ParganasJahangir Khan TMCAjay Pal Sharma Viral VideoUP Singham in BengalElection Commission Police ObserversFalta TMC Candidate controversyYogi Adityanath favorite copBengal Election ViolenceAjay Pal Sharma warning to TMCIPS Ajay Pal Sharma West Bengal postingUP Police officer West Bengal election video