Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ

Politics

West Bengal Election 2026 / ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ

Subhramjit Ray
Browse all articles by Subhramjit Ray
·3 days ago·2 min read
ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ
West Bengal Election 2026

Key Points

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୋମବାର ଶେଷ ହୋଇଛି ନିର୍ବାଚନ ପ୍ରଚାର। ଆସନ୍ତା ବୁଧବାର ରାଜ୍ୟରେ ଅନୁଷ୍ଠିତ ହେବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ।
West Bengal Poll 2nd Pahse Voting: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୋମବାର (ଅପ୍ରେଲ ୨୭) ଶେଷ ହୋଇଯାଇଛି ନିର୍ବାଚନୀ ପ୍ରଚାର। ଆସନ୍ତା ୨୯ ତାରିଖରେ (ବୁଧବାର) ଅନୁଷ୍ଠିତ ହେବ ଶେଷ ପର୍ଯ୍ୟାୟ ମତଦାନ। ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଏହାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ନିର୍ବାଚନ ପ୍ରଚାର ଥମିବା ପୂର୍ବର ବିଭିନ୍ନ ଦଳର ନେତା ସେମାନଙ୍କ ଦଳ ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବ। ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର ୧୪୨ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି। ଏହା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ଶାଣିତ ସ୍ୱରରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ ବିଭିନ୍ନ ଦଳର ନେତୃବୃନ୍ଦ। ଏଥର ନିର୍ବାଚନ ପ୍ରଚାରରେ ଭୋଟର ତାଲିକା ସଂଶୋଧନ (SIR), ବେଆଇନ ଅନୁପ୍ରବେଶ, ଦୁର୍ନୀତି, ଭ୍ରଷ୍ଟାଚାର ପ୍ରମୁଖ ପ୍ରସଙ୍ଗ ରହିଥି୍ଲା।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩ କୋଟି ୨୧ ଲକ୍ଷ ୭୩ ହଜାର ୮୩୭ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧ କୋଟି ୬୪ ଲକ୍ଷ ୩୫ ହଜାର ୬୨୭ ପୁରୁଷ ଏବଂ ୧ କୋଟି ୫୭ ଲକ୍ଷ ୩୭ ହଜାର ୪୧୮ ମହିଳା ମତାଦାତା ରହିଛନ୍ତି। ପ୍ରାୟ ୪୧,୦୦୧ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେବ ମତଦାନ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ସମସ୍ତ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ।

ଏହା ସହ ପଢନ୍ତୁ:  'ଝାଲ୍ ମୁଢି ମୁଁ ଖାଇଛି ହେଲେ ଟିଏମସି ପାଟି ପୋଡି଼ଯାଉଛି'

ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୨୩୨୧ କମ୍ପାନୀ କେନ୍ଦ୍ରୀୟ ବଳର ଯବାନଙ୍କୁ ନିୟୋଜିତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୪୨ ସାଧାରଣ ପର୍ଯ୍ୟବେକ୍ଷକ, ୯୫ ପୋଲିସ ପର୍ଯ୍ୟବେକ୍ଷକ ଏବଂ ଅନ୍ୟ ୧୦୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ନିୟୋଜତ କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ରାଜଧାନୀ କୋଲକାତା ମହାନଗରୀରେ ୨୭୩ କମ୍ପାନୀ କେନ୍ଦ୍ରୀୟ ବାହିନୀ ନିୟୋଜିତ କରାଯାଇଛି। ମତଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଡ୍ରୋନ୍ ମାଧ୍ୟମରେ ନୀରିକ୍ଷଣ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଭାନଗଡ଼ ଆସନରେ ସର୍ବାଧିକ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ଯେଉଁ ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି ତାହା ମଧ୍ୟରେ ରହିଥିବା ପ୍ରମୁଖ ସିଟ୍ ହେଉଛି କୋଲକାତା ସହର ଉପକଣ୍ଠସ୍ଥ ଭବାନୀପୁର ଏବଂ କୋଲକାତା ପୋର୍ଟ ସହିତ ଭାଟପାରା, ଜଗତଦଲ, ବନଗାଓଁ, ଦମଦମ, ସନ୍ଦେଶଖାଲି, ହିଙ୍ଗଲଗଞ୍ଜ, ରାଣାଘାଟ ଉତ୍ତର, ରାଣାଘାଟ ଦକ୍ଷିଣ, ରାସବିହାରୀ, ବାଲିଗଞ୍ଜ ଏବଂ ଯାଦବପୁର।

ଏହା ସହ ପଢନ୍ତୁ: ଟିଏମସି ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ; କହିଲେ...

ଏଥର ଭବାନୀପୁର ଆସନରେ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିବ। ଏହି ଆସନରେ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବାକୁ ଯାଉଛ। ଏହି ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ତାଙ୍କର ପାରମ୍ପରିକ ନନ୍ଦିଗ୍ରାମ ସହ ଭବାନୀପୁର ଆସନରେ ଲଢୁଛନ୍ତି। ପଶ୍ଚିମବଙ୍ଗରେ ସରକାର ଗଠନ କରିବା ଲକ୍ଷ୍ୟରେ ରହିଥିବା ବିଜେପି ଏନଆରସି (NRC), ସିଏଏ (CAA) ପ୍ରଭୃତି ପ୍ରସଙ୍ଗରେ ଶାସକ ଟିଏମସି ସରକାରକୁ ଘେରିଛି। ସରକାରୀ ଦଳ ସମର୍ଥନରେ ସମାନ୍ତରାଳ ସରକାର ଚଳାଇଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛି ବିଜେପି।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ ୨୩ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୧୫୨ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାକ ୯୩.୧୯ ପ୍ରତିଶତ ମତଦାନ ହୋଇଛି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Election 2026: Campaigning Ends for Phase 2; Voting on April 29 | Argus News