Ajit Doval Operation Sindoor / ଅପରେସନ୍ ସିନ୍ଦୂର ଉପରେ ଡୋଭାଲଙ୍କ ବଡ଼ ଖୁଲାସା ! 'ଭାରତର ସହନଶୀଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ'
·2 weeks ago·2 min read

Key Points
ଅପରେସନ୍ ସିନ୍ଦୂର ପରେ ଡୋଭାଲଙ୍କ ବଡ଼ ସନ୍ଦେଶ
ଶତ୍ରୁଙ୍କୁ ଦେଲେ କଡ଼ା ଚେତାବନୀ
‘ସହନଶୀଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ’
ଶତ୍ରୁଙ୍କୁ ଦେଲେ କଡ଼ା ଚେତାବନୀ
‘ସହନଶୀଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ’
“ଭାରତ ସହନଶୀଳ, କିନ୍ତୁ ଦୁର୍ବଳ ନୁହେଁ । ଆବଶ୍ୟକ ପଡ଼ିଲେ ଭାରତ ନିଜ ଘରେ ନୁହେଁ, ଶତ୍ରୁର ଘରେ ପଶି କଡ଼ା ପ୍ରହାର କରିପାରେ ।” ଜାତୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲଙ୍କ ଏହି ବୟାନ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଅପରେସନ୍ ସିନ୍ଦୂରକୁ ନେଇ ଡୋଭାଲଙ୍କ ପ୍ରଥମ ଇଣ୍ଟରଭ୍ୟୁ ବୋଲି କୁହାଯାଉଥିବା ଏହି ସାକ୍ଷାତକାରରେ ସେ ୮୮ ଘଣ୍ଟା ଧରି ଚାଲିଥିବା ସାମରିକ ଅଭିଯାନ ପଛର ରଣନୀତି ଓ ନିଷ୍ପତ୍ତି ପ୍ରକ୍ରିୟା ଉପରେ ନିଜ ମତ ରଖିଛନ୍ତି ।
"ଡିକ୍ଲାସିଫାଇଡ୍: ଅପରେସନ ସିନ୍ଦୂର" ଏକ ଦୁଇ ଭାଗ ବିଶିଷ୍ଟ ଡକ୍ୟୁମେଣ୍ଟାରୀ ସିରିଜ୍ । ଏହା ଶନିବାର ରାତି ୯ ଟାରେ ଡିସ୍କଭରୀ ଚ୍ୟାନେଲ ଏବଂ ଏହାର ଷ୍ଟ୍ରିମିଂ ଆପ୍ ଡିସ୍କଭରୀ+ ରେ ପ୍ରସାରିତ ହେବ । ଏହା ଅପରେସନ ସିନ୍ଦୂର ସମ୍ବନ୍ଧୀୟ ଘଟଣା ଏବଂ ଭାରତର ଶୀର୍ଷ ସାମରିକ ଏବଂ ସୁରକ୍ଷା ନେତୃତ୍ୱ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ପ୍ରତ୍ୟକ୍ଷ ବିବରଣୀ ଉପସ୍ଥାପନ କରିବ । ଏହି ସିରିଜ୍ରେ ଡୋଭାଲ ମଧ୍ୟ ଅପରେସନ୍ ପଛର ରଣନୀତି, ଦୃଢ଼ ସଂକଳ୍ପ ଓ ନିଷ୍ପତ୍ତି ନେବାର ପ୍ରକ୍ରିୟା ଉପରେ ନିଜ ପକ୍ଷ ରଖିବେ ।
ଡୋଭାଲ ଭାରତର ସୁରକ୍ଷା ନୀତି ଓ ସାମରିକ କ୍ଷମତାକୁ ନେଇ ମଧ୍ୟ ଏକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଭାରତର ଉଦାରତା କିମ୍ବା ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ବଡ଼ ଭୁଲ । ଆବଶ୍ୟକ ପଡ଼ିଲେ ପରିଣାମକୁ ଖାତିର ନକରି ଭାରତ କଡ଼ା ପଦକ୍ଷେପ ନେଇପାରିବ ।
ଅଧିକ ପଢ଼ନ୍ତୁ: ଭାରତ ଆସିବେ ଇରାନ ରାଷ୍ଟ୍ରପତି, BRICS ସମ୍ମିଳନୀରେ ମୋଦିଙ୍କ ସହ ହେବ ବଡ଼ ଆଲୋଚନା
ଗତ ବର୍ଷ ୭ ମେ'ରେ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ଏହା ୨୨ ଏପ୍ରିଲରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ ।
ଏହା ପରେ ପାକିସ୍ତାନ ପକ୍ଷରୁ ମଧ୍ୟ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଭାରତ ଏହାର ଜବାବରେ ପ୍ରତିଆକ୍ରମଣ କରିଥିଲା । ଉଭୟ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଏହି ସାମରିକ ଲଢ଼େଇ ପ୍ରାୟ ୮୮ ଘଣ୍ଟା ଧରି ଚାଲିଥିଲା । ଶେଷରେ ୧୦ ମେ' ସନ୍ଧ୍ୟାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି ପରେ ସାମରିକ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ‘Declassified: Operation Sindoor’ ମାଧ୍ୟମରେ ସେହି ଅଭିଯାନର ଅନେକ ଘଟଣା, ରଣନୀତି ଓ ନିଷ୍ପତ୍ତି ପ୍ରକ୍ରିୟା ସାମ୍ନାକୁ ଆସିବାକୁ ଯାଉଛି ।
Related Topics
Explore more stories