Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହରିୟାଣାରେ ଫେଲ୍ ମାରିଲା ସମସ୍ତ ଏକ୍‌ଜିଟ୍ ପୋଲର ଆକଳନ

National

ହରିୟାଣାରେ ଫେଲ୍ ମାରିଲା ସମସ୍ତ ଏକ୍‌ଜିଟ୍ ପୋଲର ଆକଳନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ହରିୟାଣାରେ ଫେଲ୍ ମାରିଲା ସମସ୍ତ ଏକ୍‌ଜିଟ୍ ପୋଲର ଆକଳନ

Key Points

  • ଭୁଲ ପ୍ରମାଣିତ ହେଲା କଂଗ୍ରେସ ଦଳର ସବୁ ଆସ୍ଫାଳନ
  • ହରିୟାଣାରେ ଫେଲ ମାରିଲା ସମସ୍ତ ଏକ୍‌ଜିଟ୍ ପୋଲର ଆକଳନ
  • ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍
  • ଧର୍ମେନ୍ଦ୍ରଙ୍କ ଗୋଟିଚାଳନାରେ ବିଜେପିକୁ ମିଳିଲା ହରିୟାଣାରେ ହ୍ୟାଟ୍ରିକ୍ ଜିତ୍
  • ପୋଲମାଷ୍ଟରଙ୍କ ଷ୍ଟ୍ରାଟେଜୀ ଆଗରେ ନିସ୍ଫଳ ହେଲା ସରକାର ବିରୋଧୀ ହାୱା
  • ୟୁପି,ବିହାର, ଛତିଶଗଡ଼, ଉତ୍ତରାଖଣ୍ଡ ନିର୍ବାଚନରେ ଦେଶ ଦେଖିଛି ଓଡ଼ିଆ ପୁଅଙ୍କ ଜଲୱା

 ଅର୍ଗସ ବ୍ୟୁରୋ : ହରିଆଣା ବିଧାନସଭା ନିର୍ବାଚନରେ ଇତିହାସ ରଚିଛି ବିଜେପି। ପ୍ରଥମ ଥର ପାଇଁ କୌଣସି ଦଳ ଲଗାତାର ତୃତୀୟ ଥର ଲାଗି ହରିୟାଣାରେ ଗଠନ କରିବାକୁ  ଯାଉଛି ସରକାର। ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସତ୍ତ୍ବେ ବିଜେପି ବନିଛି ହରିଆଣାର ବାଜିଗର। ଆଉ ଏହି ହ୍ୟାଟ୍ରିକ୍ ବିଜୟ ପଛରେ ରହିଛି ମୋଦିଙ୍କ ବିଶ୍ବସ୍ତ ସିପାହୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଭୂମିକା। ଦେଖିବାକୁ ଗଲେ ଛୋଟିଆ ରାଜ୍ୟଟିଏ ହରିଆଣା। କିନ୍ତୁ ଏଠାକାର ରାଜନୈତିକ ସମୀକରଣ ଅତି ଜଟିଳ। ଲଗାତାର ଦୁଇଥର ହରିଆଣାରେ କ୍ଷମତାରେ ଥିବା ବିଜେପି ବିରୋଧରେ ଆଣ୍ଟି ଇକୋମ୍ବାସି ରହିବା ସ୍ବାଭାବିକ କଥା। ପରିସ୍ଥିତି ଏପରି ହୋଇଥିଲା ଯେ ବିଧାନସଭା ନିର୍ବାଚନର ୬ ମାସ ପୂର୍ବରୁ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ନାୟବ ସିଂ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ବନାଇଥିଲା ବିଜେପି। ତଥାପି ଲୋକସଭା ନିର୍ବାଚନରେ କ୍ଷତିକୁ ରୋକିପାରିନଥିଲା ଦଳ। ପଦ୍ମ ଆସନ ସଂଖ୍ୟା ୧୦ରୁ ୫କୁ ଖସି ଆସିଥିଲା। ଆଉ ସାଧାରଣ ନିର୍ବାଚନ ପରେ ପ୍ରଥମ ବିଧାନସଭା ନିର୍ବାଚନ ହେବାକୁ ଥିଲା ଜମ୍ମୁ-କାଶ୍ମୀର ଓ ହରିୟାଣାରେ। ତାସହ ରାଜନୈତିକ ପଣ୍ଡିତଙ୍କ ଭବିଷ୍ୟବାଣୀ ଏବଂ ବିଭିନ୍ନ ଓପିନିୟନ ପୋଲର ଆକଳନ କହୁଥିଲା ଏଥର ବିଜେପି ହାତରୁ ହରିଆଣାର କ୍ଷମତା ଯିବା ଥୟ। ହରିଆଣାରେ ବିଜେପିକୁ ବିଜୟୀ କରିବା ଭଳି ଅସମ୍ଭବ ମନେ ହେଉଥିବା ଟାସ୍କକୁ ସମ୍ଭବ କରିବାର ଦାୟିତ୍ବ ଦଳ ଦେଇଥିଲା କେନ୍ଦ୍ରମନ୍ତ୍ରୀ

ଅଧିକ ପଢନ୍ତୁ : ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ

ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ। ଆଉ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭରସା କରିଥିଲେ ତାକୁ ତଳେ ପକାଇବାକୁ ଦେଇନାହାନ୍ତି ଏହି ଓଡ଼ିଆ ନେତା। ହରିଆଣାର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଟିକେଟ୍ ବଣ୍ଟନ। ଜନ ଆକ୍ରୋଶର ଶିକାର ପୂର୍ବ ବିଧାନସଭାର ବହୁ ବିଧାୟକଙ୍କ ଟିକେଟ୍ କାଟି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ଥିଲା ଅତି ଜଟିଳ ବ୍ୟାପାର। ଏଥିପାଇଁ ଦଳରେ ବଡ଼ ଧରଣର ବିଦ୍ରୋହର ଆଶଙ୍କା ଥିଲା। କିନ୍ତୁ ଧର୍ମେନ୍ଦ୍ର ସଫଳ ପରିଚାଳନା ଯୋଗୁଁ ପୁରୁଣା ବିଧାୟକଙ୍କ ଟିକେଟ୍ ବି କଟିଲା ଆଉ ବଡ଼ ବିଦ୍ରୋହ ଆଶଙ୍କା ବି ଟଳିଥିଲା। ସେହିପିର ଅନୀଲ ବିଜ୍ ଙ୍କ ପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ବରିଷ୍ଠ ନେତାଙ୍କୁ ନାୟବ ସିଂ ସୈନିଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ପାଇଁ ମ୍ୟାନେଜ କରାଇବା ଧର୍ମେନ୍ଦ୍ରଙ୍କ ସଫଳ ରାଜନୈତିକ ପରିଚାଳନର କମାଲ ଥିଲା। ଯେଉଁଥିପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ବିଜେପି ତୃତୀୟ ଥର ପାଇଁ ହରିଆଣାରେ ପିନ୍ଧିଲା ବିଜୟ ମୁକୁଟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପ୍ରଥମ ନିର୍ବାଚନ ନୁହେଁ ଯେଉଁଥିରେ ନିର୍ବାଚନ ରଣନୀତିକାର ଭାବେ ନିଜର ଜଲୱା ଦେଖାଇଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ବହୁ ରାଜ୍ୟ ବିଧାନସଭାର ନିର୍ବାଚନର ପ୍ରଭାରୀ ଭାବେ ଦାୟିତ୍ବ ନେଇ ସେଠାରେ ପଦ୍ମ ଫୁଟାଇବାରେ ପ୍ରମୁଖ ଭୂମିକା ନିଭାଇ ସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ବହୁ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାରେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟିଚାଳନା କାମ ଦେଇଛି। ଯେଉଁଥିପାଇଁ ଧର୍ମେନ୍ଦ୍ର ବନିପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ବସ୍ତ ସିପାହୀ। ଆଉ ହରିଆଣା ବିଜୟ ସହ ସାରା ଦେଶର ଗଣମାଧ୍ୟମ ପୁଣିଥରେ ଏହି ପୋଲମାଷ୍ଟରଙ୍କର କରୁଛି ତାରିଫ୍। 


 

Argus Whatsapp Channel Mobile Top
Sponsored
haryana's exit poll get failed | Argus News