Terror Attack / ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ; ପୋଲିସ କର୍ମଚାରୀ ସହିଦ
·1 hour ago·2 min read

Key Points
ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ବୁଧବାର ଆଟାକ୍ କରିଛନ୍ତି ଆତଙ୍କବାଦୀ । ଯେଉଁଥିରେ ଜଣେ ୩୫ ବର୍ଷୀୟ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ବୁଧବାର ଆଟାକ୍ କରିଛନ୍ତି ଆତଙ୍କବାଦୀ । ଯେଉଁଥିରେ ଜଣେ ୩୫ ବର୍ଷୀୟ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି ।
ପୋଲିସ ସୂଚନା ଅନୁସାରେ, ପୋଲିସ ଉପରକୁ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଦିନ ପ୍ରାୟ ସାଢ଼େ ୧୨ଟାରେ ଅନନ୍ତନାଗର ଲାଲ୍ ଚୌକରେ ଏହି ଆକ୍ରମଣ ହୋଇଛି । ସହିଦ ହୋଇଥିବା ପୋଲିସ କର୍ମଚାରୀ ଜଣଙ୍କ ଅମରନାଥ ଯାତ୍ରା ସୁରକ୍ଷାରେ ମୁତୟନ ଥିଲେ ।
ଏଥିସହ ପଢ଼ନ୍ତୁ: ସିକ୍କିମ୍ ଟନେଲ ଦୁର୍ଘଟଣାରେ ୨୦ ମୃତ, ଆହୁରି ୫ ଜଣ ଫସିଛନ୍ତି
ସହିଦ ପୋଲିସ କର୍ମଚାରୀ ଆସିକ୍ ହୁସେନ୍ କ୍ୟୁରେସି । ସେ ଜମ୍ମୁ-କାଶ୍ମୀର ପୋଲିସରେ ହେଡ୍ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କୁ ଅନନ୍ତନାଗ ସରକାରୀ ମେଡିକାଲ୍ ନିଆ ଯାଇଥିଲା । ସେଠାରେ ପହଞ୍ଚିବା ମାତ୍ରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଲାଲ୍ ଚୌକରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର-ଏ-ତୋଇବାର ଏକ ସହଯୋଗୀ ସଂଗଠନ TRF ନିଜକୁ ଦାୟୀ କରିଛି । ଆତଙ୍କବାଦୀ ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ସୁରକ୍ଷାକର୍ମୀ ଅଞ୍ଚଳକୁ କର୍ଡନ କରି ନେବା ସହ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି ।
ଅମରନାଥ ଯାତ୍ରା ପାଇଁ ଏବେ ଅନନ୍ତନାଗ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରତିକୂଳ ପାଣିପାଗ ପାଇଁ ଗତ ୪ ଦିନ ହେଲା ବାଧିତ ହୋଇଛି ଅମରନାଥ ଯାତ୍ରା । ଆଉ ଏହି ସମୟରେ ପୋଲିସ ଉପରେ ଆତଙ୍କବାଦୀ କରିଛନ୍ତି ଆକ୍ରମଣ ।
ସୂଚନା ଅନୁସାରେ, ଅନନ୍ତନାଗର ଜନଗହଳିପୂର୍ଣ୍ଣ ଲାଲ୍ ଚୌକରେ ପୋଲିସ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଆତଙ୍କବାଦୀ ଏକ ଗାଡ଼ିରେ ଆସି ହଠାତ୍ ପୋଲିସକୁ ଟାର୍ଗେଟ୍ କରିଥିଲେ । ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ ।
ଏଥିସହ ପଢ଼ନ୍ତୁ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ
ଆକ୍ରମଣ ପରେ ଅତିରିକ୍ତ ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ପୋଲିସ, CRPF ଓ ସେନାର ମିଳିତ ଟିମ୍ ଲାଲ୍ ଚୌକରୁ ନେଇ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ଆରମ୍ଭ କରିଛନ୍ତି ସର୍ଚ୍ଚ ଅପରେସନ୍ ।
ଆତଙ୍କବାଦୀ ପଳାୟନ କରିଥିବା ସମ୍ଭାବ୍ୟ ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି । ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ଏବେ ସମଗ୍ର ଅଞ୍ଚଳରେ ଜାରି କରାଯାଇଛି ହାଇଆଲର୍ଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories