Videos
|
National

Kashmir Masjid Imam Arrest / ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ; ଲସ୍କର ନେଟୱାର୍କ ସହ ଲିଙ୍କ୍ ରହିଥିବାର ହେଉଛି ଦାବି

Subhramjit Ray
Browse all articles by Subhramjit Ray
·2 hours ago·2 min read
ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ; ଲସ୍କର ନେଟୱାର୍କ ସହ ଲିଙ୍କ୍ ରହିଥିବାର ହେଉଛି ଦାବି
Kashmir Masjid Imam Arrest

Key Points

ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାରେ ପୋଲିସ ଆତଙ୍କବାଦ ବିରୋଧି ଅଭିଯାନ ସମୟରେ ଏକ ବଡ଼ ସଫଳତା ହାସଲ କରିଛି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ସମର୍ଥନ ଯୋଗାଇବା ଅଭିଯୋଗରେ ଜଣେ ମସଜିଦ ଇମାମଙ୍କୁ ଗିରଫ କରାଯାଇଛି।

Kashmir mosque imam arrested terror link: ଆତଙ୍କବାଦୀ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଜମ୍ମୁ କାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ପୋଲିସ ଜଣେ ମସଜିଦ ଇମାମଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ଇମାମ ଦୀର୍ଘ ସମୟ ଧରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ସାହଯୋଗ ଦେଇ ଆସୁଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଗିରଫଦାରୀ ଜିଲ୍ଲାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ସମର୍ଥନ ନେଟୱାର୍କ ଉପରେ ନିୟନ୍ତ୍ରଣ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

୨ ବର୍ଷ ଧରି ଆତଙ୍କବାଦୀଙ୍କୁ କରି ଆସୁଥିଲେ ସାହଯୋଗ
ପୁଲିସ ଅନୁଯାୟୀ, ଗିରଫ ଅଭିଯୁକ୍ତଙ ପରିଚୟ ମିଳିଛି। ସେ ହେଉଛନ୍ତି ମହମ୍ମଦ ରଫିକ ନାଏକ। ଯିଏ କିସ୍ତୱାର ଜିଲ୍ଲାର ସିଂହପୋରା ଅଞ୍ଚଳର ଦ୍ୱାଥର ଗ୍ରାମର ବାସିନ୍ଦା। ଯିଏ କାଲାସୋଇ ଅଞ୍ଚଳର ଏକ ମସଜିଦ ଇମାମ ଭାବରେ କାର୍ଯ୍ୟ କରୁଥିଲେ। ତଦନ୍ତରୁ ଜଣାପଡିଛି ଯେ ଇମାମ ନାଏକ ଏକ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଙ୍ଗଠନର "ଗ୍ରାଉଣ୍ଡ ହ୍ୟାଣ୍ଡଲର" (Grounder Handler) ଭାବରେ କାର୍ଯ୍ୟ କରୁଥିଲେ। ସେ ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା ସହିତ ଖାଦ୍ୟ, ଆବଶ୍ୟକୀୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଥିଲେ।

ଲସ୍କର କମାଣ୍ଡର ସୈଫୁଲ୍ଲାଙ୍କ ସହ ମିଳିଲା ଲିଙ୍କ୍
ପୁଲିସ କହିଛି ଯେ ମହମ୍ମଦ ରଫିକ ନାଏକ, ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଏବଂ ତାଙ୍କ ସହଯୋଗୀଙ୍କ ସହ ଲିଙ୍କ୍ ରହିଥିଲା। ସୈଫୁଲ୍ଲାଙ୍କ ନେତୃତ୍ୱରେ ଏକ ଆତଙ୍କବାଦୀ ଗୋଷ୍ଠୀ ଚତରୁ ଅଞ୍ଚଳର ଜଙ୍ଗଲରେ ସକ୍ରିୟ ରହିଥିଲା। ସୁରକ୍ଷା ଏଜେନ୍ସି ଦାବି କରିଛି ଯେ ନାଏକଙ୍କ ସହାୟତା ଯୋଗୁଁ ଏହି ଆତଙ୍କବାଦୀ ମଡ୍ୟୁଲ୍ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସକ୍ରିୟ ରହିଥିଲା। ଚଳିତ ବର୍ଷ ସୁରକ୍ଷା ବଳ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆତଙ୍କବାଦ ଦମନ ଅଭିଯାନ ସମୟରେ ସୈଫୁଲ୍ଲା ଏବଂ ତାଙ୍କ ସହଯୋଗୀ ପ୍ରାଣ ହରାଇଥିଲେ।

ଏହା ସହ ପଢନ୍ତୁ: ଦିଲ୍ଲୀରେ ଆଇଏସଆଇ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ; ୭ ଗିରଫ

ଆତଙ୍କବାଦୀ ସମର୍ଥକଙ୍କ ବିରୋଧରେ ଜାରି ରହିଛି ନିରନ୍ତର କାର୍ଯ୍ୟାନୁଷ୍ଠାନ
ପୋଲିସ୍ କହିଛି ଯେ ଏହି ଗିରଫଦାରୀ ଚତରୁ ଅଞ୍ଚଳରେ ବିଦେଶୀ ଆତଙ୍କବାଦୀଙ୍କୁ ସହଯୋଗ ଯୋଗାଇବା ମାମଲାରେ ହେଉଥିବା ତଦନ୍ତ ସମୟରେ କରାଯାଇଛି। ପୂର୍ବରୁ, ମୁନିର ଅହମ୍ମଦ ଏବଂ ମଶକୁର ଅହମ୍ମଦଙ୍କୁ ମଧ୍ୟ ସେହି ସମାନ ମାମଲାରେ ଗିରଫ କରାଯାଇଥିଲା। ଏନେଇ ଅଭିଯୋଗ ହୋଇଛି ଯେ ପେଶାରେ ଶିକ୍ଷକ ରହିଥିବା ମଶକୁର ଅହମ୍ମଦ ଆତଙ୍କବାଦୀଙ୍କୁ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା ଯୋଗାଇ ଦେଉଥିଲେ।

ସମ୍ପୂର୍ଣ୍ଣ ନେଟୱାର୍କ ଭାଙ୍ଗିବା ପାଇଁ ହୋଇଛଥି ପ୍ରସ୍ତୁତି
ଅଧିକାରୀ କହିଛନ୍ତି ଯେ ତଦନ୍ତ ବିଭିନ୍ନ ସ୍ତରରେ ଅଗ୍ରଗତି କରୁଛି ଏବଂ ଆତଙ୍କବାଦୀଙ୍କ ସହିତ ଜଡି଼ତ ଅନ୍ୟ ଭୂମିଗତ କର୍ମକର୍ତ୍ତାଙ୍କୁ (Terror Group Underground Workers) ଚିହ୍ନଟ କରାଯାଉଛି। ଏହି ନେଟୱାର୍କ୍କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିବା ପାଇଁ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଏକ ନିରନ୍ତର ଅଭିଯାନ ଚଳାଇଛନ୍ତି। ସୁରକ୍ଷା ଅଧିକାରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଯେକୌଣସି ବ୍ୟକ୍ତି, ସେମାନଙ୍କର ପଦବୀ କିମ୍ବା ବୃତ୍ତି ଯାହା ହେଉନା କାହିଁକି କେହି ଆଇନ ହାତରୁ ଖସିପାରିବେ ନାହିଁ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored