Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Khamenei Death / ୟୁପିର ଏହି ଜିଲ୍ଲାରେ ୪୦ ଦିନିଆ ଶୋକ; ଖାମେନେଇଙ୍କ ମୃତ୍ୟୁରେ ଦୋକାନ ବଜାର ବନ୍ଦ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ୟୁପିର ଏହି ଜିଲ୍ଲାରେ ୪୦ ଦିନିଆ ଶୋକ; ଖାମେନେଇଙ୍କ ମୃତ୍ୟୁରେ ଦୋକାନ ବଜାର ବନ୍ଦ
40-Day Mourning in UP

Key Points

ଉତ୍ତରପ୍ରଦେଶର ଅମେଠିରେ ଖାମେନେଇଙ୍କ ମୃତ୍ୟୁକୁ ନେଇ ଶିଆ ସମୁଦାୟ ୪୦ ଦିନିଆ ଶୋକ ପାଳନ ପାଇଁ ବିଧିବଦ୍ଧ ଆଦେଶ ଜାରି କରିଛି । ବିରୋଧ ସ୍ଵରୂପ ସ୍ଥାନୀୟ ଲୋକ ସେମାନଙ୍କ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଲକ୍ଷ୍ନୌ: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କ ମୃତ୍ଯୁର ପ୍ରଭାବ ଭାରତ ଉପରେ ପଡ଼ିଛି । ଆମ ଦେଶର ଲୋକ ମଧ୍ୟ ସଡ଼କ ଉପରକୁ ଚାଲି ଆସିଛନ୍ତି । ଜମ୍ମୁ-କାଶ୍ମୀର ଭଳି ଉତ୍ତରପ୍ରଦେଶରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ଶିଆ ସମୁଦାୟର ଲୋକ ।

ଉତ୍ତରପ୍ରଦେଶର ଅମେଠିରେ ଖାମେନେଇଙ୍କ ମୃତ୍ୟୁକୁ ନେଇ ଶିଆ ସମୁଦାୟ ୪୦ ଦିନିଆ ଶୋକ ପାଳନ ପାଇଁ ବିଧିବଦ୍ଧ ଆଦେଶ ଜାରି କରିଛି । ବିରୋଧ ସ୍ଵରୂପ ସ୍ଥାନୀୟ ଲୋକ ସେମାନଙ୍କ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଅନୁସାରେ, "ଆମେରିକା ଓ ଇସ୍ରାଏଲ୍ ପଛରୁ ଯୁଦ୍ଧ କରି ଖାମେନେଇଙ୍କୁ ହତ୍ୟା କରିଛନ୍ତି ।"

ଏଥିସହ ପଢ଼ନ୍ତୁ: ଇରାନ୍‌ରେ ହେଲା ଯୁଦ୍ଧ ଜମ୍ମୁ କାଶ୍ମୀରରେ ପଢ଼ିଲା ପ୍ରଭାବ

ଅମେଠିରେ ୪୦ ଦିନିଆ ଶୋକ

ଅମେଠିର ଶିଆ ସମୁଦାୟ ଖାମେନେଇଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି । ମୌଲାନା ଜିଶାନ ହାଇଦର ଅଲୀ କହିଛନ୍ତି, "ଅୟାତୁଲ୍ଲା ଖାମେନେଇଙ୍କ ଦେହାନ୍ତର ସମୁଦାୟ ଭାଙ୍ଗି ପଡ଼ିଛି । ଶୋକରେ ଆଗାମୀ ୪୦ ଦିନ ପର୍ଯ୍ୟନ୍ତ କୌଣସି ଉତ୍ସବ ପାଳନ ହେବ ନାହିଁ ।"

ଇସଲାମ ଧର୍ମଗୁରୁ ଓ ସ୍ଥାନୀୟ ଲୋକ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣକୁ ନିନ୍ଦା କରିଛନ୍ତି । ମୌଲାନା ଜିଶାନ କହିଛନ୍ତି, "୧୯୦୦ ବର୍ଷରୁ ଯେବେ ବି କେହି ନ୍ୟାୟ ପାଇଁ ଲଢ଼ିଛି, ତାର ରକ୍ତାକ୍ତ ମୃତ୍ୟୁ ହୋଇଛି । ଏବେ ଖାମେନେଇ ସହିଦ ହୋଇଛନ୍ତି ସତ କିନ୍ତୁ, ତାଙ୍କ ବିଚାର କେବେ ବି ମରିବନି । ଆମେରିକାର ଆକ୍ରମଣ କେବଳ ଜଣେ ନେତାଙ୍କ ଉପରେ ନୁହେଁ ବରଂ ଏକ ବିଚାରଧାରା ଉପରେ ହୋଇଛି ।"

ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣକୁ ବିରୋଧ କରି ଅମେଠିରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଲୋକେ ଅଶ୍ରୁପୂର୍ଣ୍ଣ ଆଖିରେ ହୃଦୟର ଦୁଃଖକୁ ବଖାଣିଛନ୍ତି । ମୌଲନା ସଂକଳ୍ପ ଦୋହରାଇ କହିଛନ୍ତି, "ଇରାନର ଛୁଆ ଯେବେ ପର୍ଯ୍ୟନ୍ତ ଜୀବିତ ଥିବେ, ସେବେ ପର୍ଯ୍ୟନ୍ତ ପଛକୁ ହଟିବେ ନାହିଁ ଏବଂ ସେମାନଙ୍କ ଅସ୍ତିତ୍ଵର ରକ୍ଷା ପାଇଁ ଲଢ଼େଇ ଜାରି ରଖିବେ ।"

ଏଥିସହ ପଢ଼ନ୍ତୁ: ଇରାନ ଘୋଷଣା କଲା ନୂଆ ସର୍ବୋଚ୍ଚ ନେତାଙ୍କ ନାଁ; କିଏ ୟେ ଅୟାତୋଲ୍ଲା ଅରାଫି ?

ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା

ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଅଲିରେଜା ଅରାଫି (Ayatollah Alireza Arafi)ଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା କରାଯାଇଛି ।

୬୭ ବର୍ଷୀୟ ଅରାଫି ହେଉଛନ୍ତି ଖାମେନେଇଙ୍କ ଅତି ଘନିଷ୍ଠ ସହଯୋଗୀ । ସେ ଦୀର୍ଘ ବର୍ଷରୁ ଇରାନର ଧାର୍ମିକ-ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ଅରାଫି ଆସେମ୍ବଲି ଅଫ୍ ଏକ୍ସପର୍ଟ୍ସର ଉପାଧ୍ୟକ୍ଷ ଅଛନ୍ତି, ଯିଏ କି ଇରାନର ସର୍ବୋଚ୍ଚ ନେତାଙ୍କୁ ନିଯୁକ୍ତି ଦିଅନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amethi Observes 40-Day Mourning After Khamenei’s Death | Argus News | Argus News