Bengal Election / ମମତା ବାନାର୍ଜୀଙ୍କୁ ଅମିତ୍ ଶାହଙ୍କ ଚ୍ୟାଲେଞ୍ଜ; ଆଣିଲେ ୧୪ ପଏଣ୍ଟ ଚାର୍ଜସିଟ୍
·3 days ago·2 min read

Key Points
- ବେଙ୍ଗଲ ମାଟିରେ ମମତା ବାନାର୍ଜୀଙ୍କୁ ଅମିତ୍ ଶାହଙ୍କ ଚ୍ୟାଲେଞ୍ଜ
- ପଶ୍ଚିମବଙ୍ଗର TMC ସରକାର ବିରୋଧରେ ଆଣିଲେ୧୪ ପଏଣ୍ଟ ଚାର୍ଜସିଟ୍
- ବିଜେପିର ଚାଣକ୍ୟଙ୍କ ଦୃଢ଼ୋକ୍ତି ଏଥର ବେଙ୍ଗଲରେ ବିଜେପି ସରକାର
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ରାଜନୀତି । ଶନିବାର କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୃଣମୂଳ କଂଗ୍ରେସ ସରକାରଙ୍କ ବିରୋଧରେ ଏକ ଲମ୍ବା ‘ଚାର୍ଜସିଟ୍’ ବା ଅଭିଯୋଗପତ୍ର ଦାଖଲ କରିଛନ୍ତି ।
ଗତ ୧୫ ବର୍ଷର ଶାସନ କାଳରେ ମମତା ବାନାର୍ଜୀଙ୍କ ସରକାର କିଭଳି ଦୁର୍ନୀତି, ଅନୁପ୍ରବେଶ ଓ ସିଣ୍ଡିକେଟ୍ ରାଜ୍ରେ ବୁଡ଼ି ରହିଛି, ତାହାର ପୁଙ୍ଖାନୁପୁଙ୍ଖ ତାଲିକା ରଖିଛନ୍ତି ଶାହ । ସନ୍ଦେଶଖାଲିଠାରୁ ଆରମ୍ଭ କରି ନିଯୁକ୍ତି ଦୁର୍ନୀତି ପର୍ଯ୍ୟନ୍ତ, ଅନେକ ପ୍ରସଙ୍ଗରେ ଘେରିଛନ୍ତି ଗୃହମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ମିଶନ ୨୦୨୭ ପାଇଁ ପ୍ରସ୍ତୁତ ବିଜେପି; ବଦଳିବ ସଙ୍ଗଠନ- ମନ୍ତ୍ରୀମଣ୍ଡଳ ରୂପରେଖ
ପଶ୍ଚିମବଙ୍ଗ ମାଟିରେ ବିଜେପିର ହୁଙ୍କାର । ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ମମତା ସରକାରଙ୍କ ବିଫଳତାର ହିସାବ ମାଗିଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ ଅମିତ ଶାହ । ଚାର୍ଜସିଟ୍ ବା ‘ଅଭିଯୋଗନାମା’ ଜରିଆରେ ୧୪ଟି ବିଭିନ୍ନ କ୍ଷେତ୍ରରେ TMC ସରକାରର ବିଫଳତାକୁ ପଦାରେ ପକାଇଛନ୍ତି । କହିଛନ୍ତି, ବେଙ୍ଗଲରେ ଅରାଜକତା ବୃଦ୍ଧି ପାଉଛି, ବିଭିନ୍ନ ଯୋଜନାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ।
ଶାହଙ୍କ ଅଭିଯୋଗପତ୍ରରେ ସବୁଠୁ ବଡ଼ ପ୍ରସଙ୍ଗ ସାଜିଛି 'ସନ୍ଦେଶଖାଲି' । ସେ କହିଛନ୍ତି, ବେଙ୍ଗଲରେ ମହିଳାଙ୍କ ସୁରକ୍ଷା ବିପନ୍ନ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ଏବଂ ରାଜ୍ୟର ଜନସଂଖ୍ୟା ଢାଞ୍ଚା ବଦଳାଇବାକୁ ନେଇ ବି ଟିଏମସିକୁ କଡ଼ା ସମାଲୋଚନା କରିଛନ୍ତି ଶାହ ।
ଏଥିସହ ପଢ଼ନ୍ତୁ: ମୁକାବିଲା ପୂର୍ବରୁ ମୈଦାନରୁ କଂଗ୍ରେସ ବାହାର
କହିଛନ୍ତି, "ଅନୁପ୍ରବେଶ ଓ ତୁଷ୍ଟୀକରଣ" ହିଁ ମମତା ବାନାର୍ଜୀଙ୍କ ମୁଖ୍ୟ ଏଜେଣ୍ଡା । ପଶ୍ଚିମବଙ୍ଗ ନିର୍ବାଚନ ଦେଶର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥର ବେଙ୍ଗଲରେ ବିଜେପି ସରକାର । ସେପଟେ ନିର୍ବାଚନ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବିଜେପିର ବଡ଼ ଚେହେରା ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ।
ଦୃଢ଼ୋକ୍ତି କରିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ସରକାରକୁ ହଟାଇ ଏଥର ପଶ୍ଚିମବଙ୍ଗରେ ନିଶ୍ଚିତ ହେବ ବିଜେପି ସରକାର । ଆସନ୍ତା ସପ୍ତାହରେ ନାମାଙ୍କନ ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମ ଓ ଭବାନୀ ପୁର ଦୁଇଟି ଆସନରୁ ସେ ନିର୍ବାଚନ ଲଢ଼ିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories