Assam Assembly Poll / ମୁକାବିଲା ପୂର୍ବରୁ ମୈଦାନରୁ କଂଗ୍ରେସ ବାହାର
·5 months ago·2 min read

Key Points
୨୦୨୬ ବିଧାନସଭା ନିର୍ବାନନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା।
Assam Congress Candidate Mahananda Sarkar: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ରାଜ୍ୟର ବରପେଟା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ବିଧାୟକ ପ୍ରାର୍ଥୀ ମହାନନ୍ଦ ସରକାରଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ନାମାଙ୍କନ ପାଇଁ ସେ ଭରିଥିବା ଫର୍ମ-ଏ (Form-A) ରେ ମିଳିଥିବା ଅସଙ୍ଗତି କାରଣରୁ ତାଙ୍କ ନାମାଙ୍କନକୁ ଅବୈଧ ଘୋଷଣା କରାଯାଇଛି। ଫର୍ମ-ଏ ହେଉଛି ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳରୁ ନିର୍ବାଚନ ଲଢୁଥିବା ଜଣେ ବ୍ୟକ୍ତିଙ୍କୁ ସମ୍ପୃକ୍ତ ଦଳର ଦଳୀୟ ପ୍ରାର୍ଥୀ ଭାବରେ ଚିହ୍ନିତ କରିବା ପାଇଁ ବ୍ୟବହୃତ ହେଉଥିବା ଏକ ପ୍ରମୁଖ ଦସ୍ତାବିଜ। ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁଯାୟୀ, ରିଟର୍ଣ୍ଣିଂ ଅଫିସର ଏ ସମ୍ପର୍କରେ ଏକ ବିସ୍ତୃତ ଶୁଣାଣି କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।
ଦସ୍ତାବିଜରେ ମିଳିଥିଲା ଅସଙ୍ଗତି
ଏନେଇ ନିର୍ବାଚନ ଅଧିକାରୀ କହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ମହାନନ୍ଦ ସରକାରଙ୍କ ନାମାଙ୍କନରେ ଅସଙ୍ଗତି ରହିଥିଲା। ଯାହାକୁ ଜନପ୍ରତିନିଧିତ୍ୱ ଆଇନ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ତାଙ୍କ ନାମାଙ୍କନକୁ ଅବୈଧ ଘୋଷଣା କରାଯାଇଛି। ଦଳୀୟ ପ୍ରାର୍ଥୀ ମହାନନ୍ଦ ସରକାରଙ୍କ ନାମାଙ୍କନ ଖାରଜ ହୋଇଯିବା ପରେ କଂଗ୍ରେସ ବରପେଟା ଆସନରେ ହେବାକୁ ଯାଉଥିବା ଲଢେଇରୁ ବାଦ ପଡ଼ିଯାଇଛି। ରାଜନୈତିକ ଦୃଷ୍ଟିରୁ ଏହି ନିର୍ବାଚନମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଭାବରେ ବିବେଚନା କରାଯାଏ। ଏହି ଘଟଣାକ୍ରମ ପରେ ସେଠାରେ ନିର୍ବାଚନ ମାହୋଲ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ଏଥିସହ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ଭାଙ୍ଗିଲା ମେଣ୍ଟ; ଗୌରବଙ୍କ ବିରୋଧରେ ବର୍ଷିଲେ ଅଖିଳ
ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜକୁ ନେଇ କ'ଣ କହିଲା କଂଗ୍ରେସ?
ରିପୋର୍ଟ ଅନୁସାରେ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ଫର୍ମ-ଏ ରେ ଅସଙ୍ଗତି ରହିଥିବାର ଜଣାପଡ଼ିଥିଲା। ଯାହା ପରେ ଅଭିଯୋଗ ଦାଖଲ କରାଯିବା ସହ ଏନେଇ ଏକ ବିସ୍ତୃତ ତଦନ୍ତ କରାଯାଇଥିଲା। ଶୁଣାଣି ସମୟରେ କଂଗ୍ରେସ ଏହାର ପକ୍ଷ ରଖିଥିଲା। ହେଲେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀ ନାମାଙ୍କନରେ ଅସଙ୍ଗତି ରହିଥିବାରୁ ଏହାକୁ ଖାରଜ କରି ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଇନଗତ ବିକଳ୍ପ ଉପରେ ବିଚାର କରୁଛି ଦଳ
ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାକୁ ନେଇ କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଦଳୀୟ ବିବୃତ୍ତି ଜାରି ହୋଇନାହିଁ। ଦଳୀୟ ନେତୃବୃନ୍ଦ ଏହି ମାମଲାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏନେଇ ସେମାନେ କହିଛନ୍ତି ଦଳ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ଆଇନଗତ ଦିଗ ଉପରେ ବିଚାର କରୁଛି। ୨୦୨୬ ଆସାମ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୧୨୬ ଆସନ ମଧ୍ୟରୁ କଂଗ୍ରେସ ପ୍ରାୟ ୧୦୦ ଆସନରେ ନିର୍ବାଚନ ଲଢୁଛି। ଏହି ନିର୍ବାଚନ ପାଇଁ ଅପ୍ରେଲ ୯ ତାରିଖରେ ମତାଦନ ଅନୁଷ୍ଠିତ ହେଉଛି। ସେହିପରି ମେ ୪ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।

Related Topics
Explore more stories