Political News / ମିଶନ ୨୦୨୭ ପାଇଁ ପ୍ରସ୍ତୁତ ବିଜେପି; ବଦଳିବ ସଙ୍ଗଠନ- ମନ୍ତ୍ରୀମଣ୍ଡଳ ରୂପରେଖ
·6 days ago·3 min read

Key Points
ଉତ୍ତର ପ୍ରଦେଶ ମିଶନ ୨୦୨୭ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଆଉ ଏଥିପାଇଁ ଦଳ ସାଙ୍ଗଠନିକ ଏବଂ ସରକାରରେ କରିବାକୁ ଯାଉଛି ପରିବର୍ତ୍ତନ।
UP Assembly Election 2027: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଆଉ ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି ଆଗୁଆ ପ୍ରସ୍ତୁତି। ଆଉ ଏହି କ୍ରମରେ ଦଳ ଏହାର ଦଳୀୟ ସଙ୍ଗଠନ ସହ ସରକାରର ରୂପରେଖ ବଦଳାଇବାକୁ ରଣନୀତି ପ୍ରସ୍ତୁତି କରୁଛି।
ଏଥର ଦଳର ନଜର ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ରହିଛି। ଦଳର ବିଶ୍ୱସ୍ତ, କର୍ମଠ, ନିଷ୍ଠାବାନ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିବାକୁ ଯାଉଛନ୍ତି ଦଳୀୟ ନେତୃବୃନ୍ଦ।
ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଦଳ ପଶ୍ଚିମ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟନିର୍ବାହୀ କମିଟି ଘୋଷଣା କରି ପଦାଧିକାରୀ ନିଯୁକ୍ତି କରିବା, ନଗର ନିଗମ, ନଗରପାଳିକା ଏବଂ ନଗର ପଞ୍ଚାୟତରେ ମନୋନୀତ ସଦସ୍ୟ ନିଯୁକ୍ତ ପାଇଁ ଦଳୀୟ କର୍ମୀଙ୍କ ଚୟନ ଆରମ୍ଭ କରିଦେଇଛି। ବିଜେପି ଏବେ ୨୦୨୭ ଲଢେଇରେ ସଫଳତା ପାଇବା ପାଇଁ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରି ଦଳୀୟ ସମର୍ଥନ ଆଧାରକୁ ବଢାଇବା ପାଇଁ ପ୍ରସ୍ତୁତ ହେଉଛି।
ବିଜେପି ଥିଙ୍କ ଟ୍ୟାଙ୍କ୍ ସହ ଜଡ଼ିତ ରାଜ୍ୟର ଜଣେ ଦଳୀୟ ପଦାଧିକାରୀ କହିଛନ୍ତି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ମାନିତ କରିବା ଯୋଜନାର ଅଂଶ ସ୍ୱରୂପ ରାଜ୍ୟର ବିଭିନ୍ନ ଆୟୋଗ, ନିଗମ, ବୋର୍ଡ ପାଇଁ ଏବେ ସଭାପତି, ଅଧ୍ୟକ୍ଷ ଏବଂ ସଦସ୍ୟଙ୍କୁ ମନୋନୀତ କରାଯିବ। ଏହା ସହିତ ଦଳର କ୍ଷେତ୍ରୀୟ ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରାଯିବା ସହ ସେମାନଙ୍କର ଟିମ୍ ମଧ୍ୟ ଗଠନ କରାଯିବ। ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ। ଅନ୍ୟପଟେ ପ୍ରସ୍ତାବିତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଉତ୍ତର ପ୍ରଦେଶ ଅନେକ ନେତାଙ୍କୁ ସ୍ଥାନ ଦିଆଯିବ। ଏହି କ୍ରମରେ ଏହା ପ୍ରାୟ ନିଶ୍ଚିତ ଯେ ଅନେକ ଅଭିଜ୍ଞ ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରି ଆଗାମୀ ନିର୍ବାଚନ ପାଇଁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯିବ।
ଏଥିସହ ପଢ଼ନ୍ତୁ: ମୁକାବିଲା ପୂର୍ବରୁ ମୈଦାନରୁ କଂଗ୍ରେସ ବାହାର
ସୋସିଆଲ ଇଞ୍ଜିନିୟରିଂ ଉପରେ ରହିଛି ଧ୍ୟାନ
୨୦୨୭ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ପଶ୍ଚିମାଞ୍ଚଳ ଉପରେ ରହିଛି ବିଜେପିର ସ୍ୱତନ୍ତ୍ର ନଜର। ଏହାକୁ ନଜରରେ ଦଳ ସାମାଜିକ ସମୀକରଣକୁ ସନ୍ତୁଳିତ କରିବା ଦିଗରେ ଅଧିକ ଧ୍ୟାନ ଦେଉଛି। ଯାହାର ଫଳସ୍ୱରୂପ ଗତ ଥର ତୁଳନାରେ ଏଥର ଦଳୀୟ ପଦ ପଦବୀରେ ଜାତିଭିତ୍ତିକ ବଣ୍ଟନରେ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନଜର ଏବେ ସୋସିଆଲ ଇଞ୍ଜିନିୟରିଂ ଉପରେ ରହିଛି। ୨୦୨୭ ବିଧାନସଭା ନିର୍ବାଚନରେ ରହିଥିବା ଚ୍ୟାଲେଞ୍ଜକୁ ବିଚାର କରି ରାଜ୍ୟର ବିଭିନ୍ନ ଜାତି ଏବଂ ବର୍ଗକୁ ଆଞ୍ଚଳିକ ନେତୃତ୍ୱରେ ପ୍ରତିନିଧିତ୍ୱ ଦେବାକୁ ଦଳ ଚାହୁଁଛି।
କ୍ଷେତ୍ରୀୟ ସଭାପତିଙ୍କ ନିଯୁକ୍ତି ପାଇଁ ଚାଲିଛି ପ୍ରସ୍ତୁତି
ଉତ୍ତର ପ୍ରଦେଶରେ ବିଭିନ୍ନ ନିର୍ବାଚନରେ ସାଙ୍ଗଠନିକ ଦୃଷ୍ଟିକୋଣରୁ ଜିଲ୍ଲା ସହିତ କ୍ଷେତ୍ରୀୟ ସଭାପତିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନଙ୍କୁ ନେଇ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥାଏ। ଏପରିକି ନିର୍ବାଚନ ପାଇଁ ଦଳୀୟ ଟିକେଟ ଦାବିଦାରଙ୍କ ତାଲିକା କ୍ଷେତ୍ରୀୟ ସଭାପତିଙ୍କ ମାଧ୍ୟମରେ ରାଜ୍ୟ ନେତୃବୃନ୍ଦଙ୍କ ପଠାଯାଏ। ଏବେ କ୍ଷେତ୍ରୀୟ ସଭାପତିଙ୍କୁ ବିଧାନସଭା ପରିଷଦକୁ ପଠାଇବାର ଏକ ପରମ୍ପରା ଆରମ୍ଭ ହୋଇଛି। ହେଲେ ଏଥର ସେମାନଙ୍କୁ ଦଳୀୟ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିବା ଉପରେ ବିଚାର କରାଯାଉଛି। ଉତ୍ତର ପ୍ରଦେଶ ବିଜେପିର ମୋଟ ୬ ସାଙ୍ଗଠନିକ କ୍ଷେତ୍ର ରହିଛି। ତାହା ହେଉଛି ଅୱଧ କ୍ଷେତ୍ର, ବ୍ରଜ କ୍ଷେତ୍ର, ଗୋରଖପୁର କ୍ଷେତ୍ର, କାନପୁର-ବୁନ୍ଦେଲଖଣ୍ଡ କ୍ଷେତ୍ର,
କାଶୀ କ୍ଷେତ୍ର ଏବଂ ପଶ୍ଚିମ କ୍ଷେତ୍ର।
ସଙ୍ଗଠନ-ସରକାର ମଧ୍ୟରେ ରଖାଯିବ ଜାତିଗତ ସନ୍ତୁଳନ
୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହେବାକୁ ଯାଉଛି। ଯାହାର ଫଳସ୍ୱରୂପ ମନ୍ତ୍ରୀମଣ୍ଡଳରେ କମ ପ୍ରତିନିଧିତ୍ୱ କରୁଥିବାର ପଶ୍ଚିମ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ। ସରକାରରୁ ଆରମ୍ଭ କରି ସଙ୍ଗଠନ ମଧ୍ୟରେ ବିଜେପି ଜାତିଗତ ସନ୍ତୁଳନ ବଜାୟ ରଖିବାକୁ ପ୍ରୟାସ କରୁଛି। ଏହି କାରଣରୁ ବିଧାନସଭା ନିର୍ବାଚନ ପୂର୍ବରୁ, ଜିଲ୍ଲା କାର୍ଯ୍ୟକାରିଣୀ କମିଟିରେ ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ନେତାଙ୍କୁ ପ୍ରାଥମିକତା ଦେଉଛି। ଏବେ ଯୋଗୀ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣରେ ଜାତି ଏବଂ ଆଞ୍ଚଳିକ ସମୀକରଣକୁ ମଧ୍ୟ ସମାଧାନ କରିବାକୁ ପ୍ରସ୍ତୁତ ହେଉଛି।
ପଶ୍ଚିମ ଉତ୍ତର ପ୍ରଦେଶର କେଉଁ ଜିଲାଙ୍କୁ ମିଳିବ ମନ୍ତ୍ରୀପଦ
ପ୍ରସ୍ତାବିତ ମନ୍ତ୍ରୀମଣ୍ଡଳ ପୁନର୍ଗଠନରେ ବିଜନୋର, ବୁଲନ୍ଦଶହର, ଗୌତମ ବୁଦ୍ଧ ନଗର, ଅମରୋହା, ହାପୁଡ଼, ଶାମଲି ଏବଂ ମୁରାଦାବାଦ ଆଦି ଜିଲ୍ଲାର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ। ଏହି ଜିଲ୍ଲାରେ ବର୍ତ୍ତମାନ ରାଜ୍ୟ ସରକାରରେ କୌଣସି ମନ୍ତ୍ରୀ ନାହାଁନ୍ତି। ହେଲେ ତଥାପି ରାଜ୍ୟର ପଶ୍ଚିମାଞ୍ଚଳର ମେରଠ ଏବଂ ଗାଜିଆବାଦ ଜିଲ୍ଲାରୁ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ଅନୁମାନ କରାଯାଉଛି ଯେ ପଶ୍ଚିମ ଉତ୍ତର ପ୍ରଦେଶର ଦୁଇ ଜଣ ମନ୍ତ୍ରୀ, ଯେଉଁମାନେ ଖରାପ ପ୍ରଦର୍ଶନ କରିଛନ୍ତି କିମ୍ବା କୌଣସି ବିବାଦରେ ଫସି ରହିଛନ୍ତି ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଯିବ। ଏହା ବ୍ୟତୀତ ଜଣେ କିମ୍ବା ଦୁଇଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମିଳିବା ସହ ସେମାନଙ୍କୁ କ୍ୟାବିନେଟ ମାନ୍ୟତା ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ପଢନ୍ତୁ ଏହି ଖବର: ନିର୍ବାଚନ ଲଢିପାରିବେ ନାହିଁ ଟିଏମସି ନେତା ଗୁଲାମ ରବାନୀ; ସାମ୍ନାକୁ ଆସିଲା କାରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories