Amit Shah Olympics Statement / ଅମିତ ଶାହ ଦେଲେ ବଡ଼ ବୟାନ, ସତ ହେବ ଭାରତରେ ଅଲିମ୍ପିକ୍ସ ଆୟୋଜନର ସ୍ବପ୍ନ !
·9 months ago·2 min read

Key Points
ଅମିତ ଶାହ ଦେଲେ ବଡ଼ ବୟାନ
ସତ ହେବ ଭାରତରେ ଅଲମ୍ପିକ୍ସ ଆୟୋଜନର ସ୍ବପ୍ନ
୨୦୩୬ରେ ଭାରତରେ ହୋଇପାରେ କ୍ରୀଡ଼ା ମହାକୁମ୍ଭ
ସତ ହେବ ଭାରତରେ ଅଲମ୍ପିକ୍ସ ଆୟୋଜନର ସ୍ବପ୍ନ
୨୦୩୬ରେ ଭାରତରେ ହୋଇପାରେ କ୍ରୀଡ଼ା ମହାକୁମ୍ଭ
ଭାରତକୁ ପୂର୍ବରୁ ୨୦୩୦ କମନଓ୍ବେଲ୍ଥ ଗେମ୍ସର ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ଯାହା ଅହମ୍ମଦାବାଦରେ ଅନୁଷ୍ଠିତ ହେବ । ଆଉ ଏବେ ଭାରତର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଭାରତ ମଧ୍ୟ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ । ସେ ଅହମ୍ମଦାବାଦରେ ଅନୁଷ୍ଠିତ ସଂସଦ ଖେଳ ମହୋତ୍ସବରେ ଏହି ମନ୍ତବ୍ୟ ଦେଇଥିଲେ । ଅମିତ ଶାହ ଉପସ୍ଥିତ ଲୋକଙ୍କୁ ଆହୁରି ବଡ଼ ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରିଥିଲେ।
୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହୁଅ...
ସାଂସଦ ଖେଳ ମହୋତ୍ସବରେ ଅମିତ ଶାହ କହିଥିଲେ, "ଆପଣମାନେ ଜାଣନ୍ତି ନିକଟରେ ଅହମ୍ମଦାବାଦରେ ୨୦୩୦ରେ କମନଓ୍ବେଲ୍ଥ ଗେମ୍ସ ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ଅହମ୍ମଦାବାଦର ଲୋକମାନେ ପ୍ରସ୍ତୁତ ହୋଇଯାଏ, କାରଣ ୨୦୩୬ ଅଲିମ୍ପିକ୍ସ ମଧ୍ୟ ଏହି ସହରକୁ ଆସୁଛି ।" ଏହି ସମାରୋହ ନାରଣପୁରାରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଅମିତ ଶାହ ନବନିର୍ମିତ ବୀର ସାଭରକର କ୍ରୀଡ଼ା କମ୍ପ୍ଲେକ୍ସରେ ପହଞ୍ଚିଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ତାଙ୍କର ତିନି ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଅହମ୍ମଦାବାଦ ୨୦୩୬ ପୂର୍ବରୁ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତ । ସେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ଏକ କ୍ରୀଡ଼ା ପରିବେଶ ଏବଂ ଭିତ୍ତିଭୂମି ସୃଷ୍ଟି କରିବା ଯାହା ଅଲିମ୍ପିକ୍ସ ଭଳି ବଡ଼ ଇଭେଣ୍ଟକୁ ସମର୍ଥନ କରିପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ: ଭାରତର ନୂଆ 'ରନ୍ ମେସିନ୍' ପ୍ରସିଦ୍ଧ କ୍ରିଷ୍ଣା ! ରେକର୍ଡ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...
ସେ ଅହମ୍ମଦାବାଦରେ ହେଉଥିବା କ୍ରୀଡା ବିକାଶ ପ୍ରୟାସର ସ୍ତର ବ୍ୟାଖ୍ୟା କରିଥିଲେ। ୮୦୦ କୋଟି ଟଙ୍କାରେ ନିର୍ମିତ ବୀର ସାଭରକର କମ୍ପ୍ଲେକ୍ସ ଏହାର ଏକ ଉଦାହରଣ । ସେ ମୋଟେରାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ କ୍ରୀଡା ଏନକ୍ଲେଭ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
ଭାରତ ବହୁତ ପଦକ ଜିତିବ
ଅମିତ ଶାହ ଆତ୍ମବିଶ୍ୱାସର ସହିତ କହିଥିଲେ, "ମୁଁ ନିଶ୍ଚିତ ଯେ ଯେତେବେଳେ ଭାରତ ଅଲିମ୍ପିକ୍ସ ଆୟୋଜନ କରିବ, ସେତେବେଳେ ଭାରତ ପଦକ ବିଜେତା ଦେଶର ଶ୍ରେଷ୍ଠ ୫ ତାଲିକାରେ ରହିବ।" ସେ ଆହୁରି କହିଥିଲେ ଯେ ୨୦୧୪ରେ କ୍ରୀଡା ବଜେଟ୍ ୮୦୦ କୋଟି ଥିଲା କିନ୍ତୁ ପରବର୍ତ୍ତୀ ୧୧ ବର୍ଷ ମଧ୍ୟରେ ଏହା ୪ ହଜାର କୋଟିକୁ ବୃଦ୍ଧି ପାଇଛି ।