Videos
|
National

RSS Path Sanchalan Maharashtra / ପଥ ସଞ୍ଚାଳନ ବେଳେ ଦେଖିବାକୁ ମିଳିଲା ସାମାଜିକ ସଦ୍ଭାବନା; ପଦଯାତ୍ରାରେ କରାଗଲା ଫୁଲ ବର୍ଷା

Subhramjit Ray
Browse all articles by Subhramjit Ray
·1 hour ago·2 min read
ପଥ ସଞ୍ଚାଳନ ବେଳେ ଦେଖିବାକୁ ମିଳିଲା ସାମାଜିକ ସଦ୍ଭାବନା; ପଦଯାତ୍ରାରେ କରାଗଲା ଫୁଲ ବର୍ଷା
RSS Path Sanchalan Maharashtra

Key Points

ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଦର୍ୟାପୁର ଅଞ୍ଚଳରେ ସାମାଜିକ ସଦ୍ଭାବ ଏବଂ ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଥିଲା। ଯେଉଁଠାରେ ମୁସଲିମ ସମ୍ପ୍ରଦାୟର ସଦସ୍ୟ ଫୁଲ ବର୍ଷା କରି ଆରଏସଏସ ପଥ ସଞ୍ଚାଳନକୁ ସ୍ୱାଗତ କରିଥିଲେ।
ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଦର୍ୟାପୁର ଅଞ୍ଚଳରୁ ଆସିଛି ସାମାଜିକ ସଦ୍ଭାବନାର ଏକ ସୁନ୍ଦର ଚିତ୍ର। ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଦ୍ୱାରା ଆୟୋଜିତ ଏକ ପାରମ୍ପରିକ ପଦଯାତ୍ରାକୁ ହୃଦୟର ସହିତ ସ୍ୱାଗତ କରିଥିଲେ। ପଦଯାତ୍ରା ସମୟରେ ସେମାନଙ୍କ ପକ୍ଷରୁ ଫୁଲ ବର୍ଷା କରାଯିବା ସଂଘର ସ୍ୱୟଂସେବକଙ୍କୁ ସ୍ୱାଗତ କରାଯାଇଥିଲା। ସାମାଜିକ ଭ୍ରାତୃତ୍ୱ ଏବଂ ସାମ୍ପ୍ରଦାୟିକ ସମନ୍ୱୟର ଏହି ସୁନ୍ଦର ପ୍ରଦର୍ଶନ ସମସ୍ତଙ୍କୁ ଖୁସି କରିଥିଲା। ଆରଏସଏସ ସ୍ୱୟଂସେବକ ଦର୍ୟାପୁର ଠାରେ ସେମାନଙ୍କର ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ସମୟରେ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ସଲିମ ଘନିୱାଲେ ଏବଂ ଅନ୍ୟ କିଛି ଲୋକ ସ୍ୱୟଂସେବକଙ୍କ ଉପରେ ଫୁଲ ବର୍ଷା କରି ସେମାନଙ୍କୁ ସ୍ୱାଗତ କରିଥିଲେ।

ସ୍ୱୟଂସେବକଙ୍କୁ ସ୍ୱାଗତ କରିଥିଲେ ସଲିମ ଘନିୱାଲେ ଏବଂ ତାଙ୍କ ସାଥି
ସଲିମ ଘନିୱାଲେ ନାମକ ଜଣେ ମୁସଲିମ ବ୍ୟକ୍ତି ଦର୍ୟାପୁର ସହରରେ ପଦଯାତ୍ରା କରୁଥିବା ସଂଘର ଶହ ଶହ ସୟଂସେବକଙ୍କୁ ଫୁଲ ବର୍ଷା କରି ସ୍ୱାଗତ କରିଥିଲେ। ସଲିମ ଘନିୱାଲେ କହିଥିଲେ ଯେ ଆରଏସଏସ (RSS) କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ସୀମିତ ନୁହେଁ। ବରଂ ଦେଶର ପ୍ରତ୍ୟେକ ଅଞ୍ଚଳରେ ଉତ୍କୃଷ୍ଟ କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଥିଲେ ଯେ ସେ ସଂଘର (Rashtriya Swayamsevak Sangh) ବିଚାରଧାରା ଏବଂ ସମାଜ ପାଇଁ ଏହାର କାର୍ଯ୍ୟ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ। ଯେତେବେଳେ ସଂଘର ପଥ ସଞ୍ଚାଳନ ଆୟୋଜିତ ହୋଇଥିଲା ସେ ଏବଂ ତାଙ୍କ ସହଯୋଗୀ ଏହାକୁ ସ୍ୱାଗତ କରିବାକୁ ନିଷ୍ପତ୍ତି ନେଲେ। ଏହା ପରେ ପଦଯାତ୍ରାରେ ଅଂଶଗ୍ରହଣ କରୁଥିବା ସଂଘର ସ୍ୱଂୟସେବଙ୍କୁ ଫୁଲ ବର୍ଷା କରି ସ୍ୱାଗତ କରାଯାଇଥିଲା।

ଏହା ସହ ପଢନ୍ତୁ: ମସଜିଦ୍ ସାମ୍ନାରେ ପଥ ସଞ୍ଚାଳନ ବେଳେ ପଥର ମାଡ଼; ଲାଠିଚାର୍ଜ କରି ପଥର ଫିଙ୍ଗାଳିଙ୍କୁ ଘଉଡାଇଲା ପୋଲିସ୍

ସଲିମ ଘନିୱାଲେଙ୍କ ଏହି କାର୍ଯ୍ୟକୁ ବ୍ୟାପକ ଭାବରେ ପ୍ରଶଂସା କରାଯାଉଛି। ସେ କୁହନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସମାଜର ପ୍ରତ୍ୟେକ ବର୍ଗ ପାଇଁ କାର୍ଯ୍ୟ କରେ। ସାମାଜିକ ସଂହତିକୁ ବଜାୟ ରଖେ। ତେଣୁ ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇଛନ୍ତି। ଶୋଭାଯାତ୍ରା ସମୟରେ ଦେଖାଯାଇଥିବା ଦୃଶ୍ୟ ସାରା ସହରରେ ଆଲୋଚନାର ବିଷୟ ପାଲଟିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଏପରି ପଦକ୍ଷେପ ସମାଜରେ ପାରସ୍ପରିକ ବିଶ୍ୱାସ, ଶାନ୍ତି ଏବଂ ସଦ୍ଭାବନାକୁ ମଜବୁତ କରେ। ସଂଘ ପକ୍ଷରୁ ପ୍ରତିବର୍ଷ ଏକ ବର୍ଷିକ ପଦଯାତ୍ରା ଆୟୋଜିତ ହୋଇଥାଏ। ଏହି କାର୍ଯ୍ୟକ୍ରମ ମଧ୍ୟ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିଲା।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: