Videos
|
National

RSS Path Sanchalan Stone Pelting Maharashtra / ମସଜିଦ୍ ସାମ୍ନାରେ ପଥ ସଞ୍ଚାଳନ ବେଳେ ପଥର ମାଡ଼; ଲାଠିଚାର୍ଜ କରି ପଥର ଫିଙ୍ଗାଳିଙ୍କୁ ଘଉଡାଇଲା ପୋଲିସ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ମସଜିଦ୍ ସାମ୍ନାରେ ପଥ ସଞ୍ଚାଳନ ବେଳେ ପଥର ମାଡ଼; ଲାଠିଚାର୍ଜ କରି ପଥର ଫିଙ୍ଗାଳିଙ୍କୁ ଘଉଡାଇଲା ପୋଲିସ୍
RSS Path Sanchalan Stone Pelting Maharashtra

Key Points

ରବିବାର ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର କିଗାଓଁ ଗ୍ରାମରେ ଆରଏସଏସ୍ ଶୋଭାଯାତ୍ରା ଆୟୋଜନ କରିକୁ ନେଇ ଉତ୍ତେଜନା ଦେଖାଦେଇଥିଲା। କିଛି ଲୋକ ଏକ ମସଜିଦ ସମ୍ମୁଖରେ ଶୋଭାଯାତ୍ରାକୁ ବିରୋଧ କରିଥିଲେ ଏବଂ ମହିଳାଙ୍କୁ ଘଟଣାସ୍ଥଳରେ ବସାଇ ପ୍ରତିବାଦ କରିଥିଲେ।
ରବିବାର (ଅକ୍ଟୋବର ୨୫) ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ୟାୱଲ ତାଲୁକା ସ୍ଥିତ କିଗାଓଁ ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ପକ୍ଷରୁ ଆୟୋଜିତ ହୋଇଥିଲା ପଥ ସଞ୍ଚାଳନ କାର୍ଯ୍ୟକ୍ରମ। ହେଲେ ଏହି ଶୋଭାଯାତ୍ରା ଚାଲିଥିବା ସମୟରେ ଏହାକୁ ନେଇ ହଠାତ୍ ଉତ୍ତେଜନା ସୃଷ୍ଟି ହୋଇଥିଲା। କିଛି ଲୋକ ମସଜିଦ ସାମ୍ନାରୁ ଶୋଭାଯାତ୍ରା ଯିବାକୁ ନେଇ ବିରୋଧ କରି ଏହାର ପ୍ରତିବାଦ କରିଥିଲେ। ଦେଖୁ ଦେଖୁ ସ୍ଥିତି ବିଗଡିବାରେ ଲାଗିଥିଲା। କିଛି ସ୍ଥାନରେ ପଥ ସଞ୍ଚାଳନ ବେଳେ ପଥର ମାଡ଼ କରାଯାଇଥିବାର ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା କରିଥିଲା।

ରିପୋର୍ଟ ଅନୁଯାୟୀ ଦଶହରା ପରେ ଆୟୋଜିତ ହୋଇଥିବା ଆରଏସଏସ (RSS) ପଥ ସଞ୍ଚାଳନ ପାଇଁ ପ୍ରସ୍ତୁତି ପ୍ରାୟ ଏଗାରଟା (11:00) ସମୟରେ ଚାଲିଥିଲା। ହେଲେ ପ୍ରସ୍ତୁତି ଚାଲିଥିବା ବେଳେ ଗ୍ରାମର ଏକ ଗୋଷ୍ଠୀ ଏହାର (ପଥ ସଞ୍ଚାଳନ) ନିର୍ଦ୍ଧାରିତ ମାର୍ଗକୁ ବିରୋଧ କରିଥିଲେ। ଅଭିଯୋଗ ହୋଇଛି ଯେ କିଛି ମହିଳାଙ୍କୁ ପ୍ରତିବାଦ କରିବା ପାଇଁ ଘଟଣାସ୍ଥଳରେ ବସିବାକୁ ବାଧ୍ୟ କରାଯାଇଥିଲା। ଯାହା ପରିସ୍ଥିତିକୁ ଆହୁରି ଖରାପ କରିଥିଲା।

ପଥର ମାଡ଼ ହୋଇଥିବା ନେଇ ହୋଇଛି ଅଭିଯୋଗ
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରତିବାଦ ସମୟରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। କିଛି ସ୍ଥାନରେ ପଥର ଫିଙ୍ଗିବା ଘଟଣା ମଧ୍ୟ ଘଟିଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି, ପୋଲିସ ଭିଡ଼କୁ ଘଉଡ଼ାଇବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ମୃଦୁ ଲାଠିଚାର୍ଜ କରିଥିଲା। ଯାହା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଉତ୍ତେଜନା ସତ୍ତ୍ୱେ ପୋଲିସ ସୁରକ୍ଷାରେ ଆରଏସଏସ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୌଣସି ବଡ଼ ଧରଣର ଅଶାନ୍ତି ଖବର ମିଳିନଥିଲା। ହେଲେ ସତର୍କତା ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଜଳଗାଁଓ ପୋଲିସ ଅଧିକ୍ଷକ ଶ୍ରୀକାନ୍ତ ଧିୱାରେ, ଅତିରିକ୍ତ ପୋଲିସ ଅଧିକ୍ଷକ ସନ୍ଦୀପ ଗାଭିତ ଏବଂ ଉପ-ବିଭାଗୀୟ ପୋଲିସ ଅଧିକାରୀ ଅନିଲ ବଡଗୁଜରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସୁରକ୍ଷା ତଦାରଖ ପାଇଁ ଘଟଣାସ୍ଥଳରେ ରହିଥିଲେ। ଭୁସାୱଲ, ୟାୱଲ ଏବଂ ରାଭେର ଅଞ୍ଚଳରୁ ମଧ୍ୟ ପୋଲିସ ଫୋର୍ସ ମଗା ଯାଇଥିଲା। ବର୍ତ୍ତମାନ ପ୍ରଶାସନ କହିଛି ଯେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଯଦିଓ କିଗାଓଁ ଗ୍ରାମରେ ଉତ୍ତେଜନା ଜାରି ରହିଛି। ପୋଲିସ ସମଗ୍ର ଅଞ୍ଚଳ ଉପରେ ସତର୍କ ନଜର ରଖିଛି। କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: