Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଉ ଦିନକ ପରେ ହରିୟାଣାରେ ମତଦାନ , ଚାଲିଛି ଜୋରଦାର ପ୍ରଚାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଉ ଦିନକ ପରେ ହରିୟାଣାରେ ମତଦାନ , ଚାଲିଛି ଜୋରଦାର ପ୍ରଚାର

ଅର୍ଗସ ବ୍ୟୁରୋ : ହରିୟାଣାର ୯୦ ବିଧାନସଭା ଆସନ ପାଇଁ  ଆସନ୍ତା ୫ ତାରିଖରେ ହେବ ମତଦାନ। ସେଥିପାଇଁ ସମସ୍ତ ରାଜନୈତିକ ଦଳ ଏବେ ନିଜ ପାର୍ଥୀ ପାଇଁ କରୁଛନ୍ତି ଜୋରଦାର ପ୍ରଚାର। ପୂର୍ବରୁ ୨୦୧୪  ଓ ୨୦୧୯ ରେ ବିଜେପି ସରକାର କରିଥିଲା ବେଳେ ଚଳିତ ବର୍ଷ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର। ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଭାବେ ହରିୟାଣାରେ ଆସି ନିର୍ବାଚନ ପ୍ରଚାର କରୁଛନ୍ତି। ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁରୁକ୍ଷେତ୍ରରେ ପ୍ରଚାର କରିଛନ୍ତି। ଏକ ବିଶାଳ ଜନସଭାକୁ  ସମ୍ବୋଧିତ କରି ରାଜନାଥ କହିଛନ୍ତି ବିଜେପି ସରକାର ଦୃନୀତିକୁ ପ୍ରଶୟ ଦିଅନ୍ତି ନାହିଁ। ଯିଏ ଦୃନୀତି କରେ ତାକୁ ଦଣ୍ଡ ଦିଆଯାଏ। ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଂଜିନ ସରକାର ହେବା ଉଚିତ। ଏପଟେ ବିଜେପି ସରକାର ତୃତୀୟ ଥର ରାଜ୍ୟରେ ସରକାର ଗଢ଼ିବ ବୋଲି ମତ ଦେଇଛନ୍ତି ବିଜେପି କର୍ମୀ ।

ଅଧିକ ପଢନ୍ତୁ : ଆଜି ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ହରିୟାଣାରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ମଧ୍ୟ ଚଳିତ ବର୍ଷ ନିର୍ବାଚନରେ ମତଦାନ ପାଇଁ ଉତତ୍ସାହିତ ଅଛନ୍ତି। ଗୁରୁଗ୍ରାମରେ ରହୁଥିବା ପ୍ରବାସୀ ଓଡ଼ିଆ ଲୋକ କହିଛନ୍ତି ଏଥର ସେମାନେ ଏମିତି ପାର୍ଥୀଙ୍କୁ ଭୋଟ ଦେବେ ଯିଏ ତାଙ୍କ ସୁଖ ଦୁଃଖରେ ରହିବେ। ଚଳିତ ବର୍ଷ ଆମ ଆଦମୀ ପାର୍ଟି ମଧ୍ୟ ହରିୟାଣା ବିଧାନସଭାର ସମସ୍ତ ଆସନରେ ପାର୍ଥୀ ଦେଇଛି। ସେଥିପାଇଁ Aap ମୁଖ୍ୟ କେଜ୍ରିୱାଲ ବିଭିନ୍ନ ଜାଗାରେ ପ୍ରଚାର କରୁଛନ୍ତି। ଚଳିତ ବର୍ଷ କିଛି ଆସନରେ ସ୍ୱାଧୀନ ପାର୍ଥୀ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନକ ପରେ ହରିୟାଣାରେ ମତଦାନ। ସମସ୍ତ ରାଜନୈତିକ ଦଳଙ୍କ ଜୋରଦାର ପ୍ରଚାର ସତ୍ୱେ  ହରିୟାଣାରେ ଏଥର କିଏ ସରକାର ଗଢୁଛି ତାହା ଅକ୍ଟୋବେର ୮ରେ ଫଳାଫଳ ବାହାରିବା ପରେ ଜଣାପଡିବ। 
 

Sponsored
And a day after polling in Haryana, campaigning is going on vigorously | Argus News