Videos
|
National

One Student School / ଜଣେ ପିଲା ପାଇଁ ପ୍ରତିଦିନ ଖୋଲୁଛି ସ୍କୁଲ; ହେଉଛି ପାଠପଢ଼ା

Debashree Debasmita Sahoo
Browse all articles by Debashree Debasmita Sahoo
·53 mins ago·2 min read
ଜଣେ ପିଲା ପାଇଁ ପ୍ରତିଦିନ ଖୋଲୁଛି ସ୍କୁଲ; ହେଉଛି ପାଠପଢ଼ା
One Student School

Key Points

ଏହି ସ୍କୁଲରେ ପଢ଼ୁଛି କେବଳ ଜଣେ ପିଲା
ତଥାପି ନିତିଦିନ ଖୋଲା ରହିଛି ସ୍କୁଲ
ଅମରାବତୀ: ଆନ୍ଧ୍ରପ୍ରଦେଶ ପର୍ବତିପୁରମ ମନ୍ୟମ ଜିଲ୍ଲାର ପେଡାବୋଣ୍ଡାପଲ୍ଲୀ ଗାଁରେ ଥିବା ଏକ ସରକାରୀ ପ୍ରାଥମିକ ସ୍କୁଲରେ କେବଳ ଗୋଟିଏ ପିଲା ପାଠ ପଢୁଛି । ଆଶ୍ଚର୍ଯ୍ୟକର କଥା ହେଉଛି ଯେ ସେ ଗାଁରେ କଣ ଆଉ କେହି ପିଲା ନାହାନ୍ତି ? ନା ସମସ୍ତ ପିଲା ବେସରକାରୀ ବିଦ୍ୟାଳୟରେ ପାଠ ପଢୁଛନ୍ତି ? ଖବରଟି ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମୁହଁରେ ଏପରି କିଛି ପ୍ରଶ୍ନ ଉଙ୍କିମାରିଛି । ବିଦ୍ୟାଳୟକୁ ଗୋଟିଏ ପିଲା ଆସୁଥିଲେ ବି ଶିକ୍ଷକ ଜଣକ ନିଜ ଦାୟିତ୍ଵ ଭୁଲିନାହାନ୍ତି । ସେ ମଧ୍ୟ ଗୋଟିଏ ପିଲା ପାଇଁ ପ୍ରତିଦିନ ସ୍କୁଲ ଆସୁଛନ୍ତି ଓ ତାକୁ ପାଠ ପଢାଉଛନ୍ତି ।

ଗାଁର ରେଡ୍ଡୀ ବିଧି ସ୍ଥିତ ମଣ୍ଡଳ ପରିଷଦ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀରେ ପଢୁଛି ମେକଲା ଅରବିନ୍ଦ । ଏହାପରେ ମଧ୍ୟ ସ୍କୁଲର ଶିକ୍ଷକ ଗୌରାନାୟଡୁ ନିୟମିତ ଭାବେ ସ୍କୁଲକୁ ଆସି ପାଠ ପଢାଉଛନ୍ତି । କୁହାଯାଉଛି ଗତ ବର୍ଷ ଏହି ବିଦ୍ୟାଳୟରେ ୨ ଜଣ ପିଲା ପାଠ ପଢୁଥିଲେ । ଏଥିରୁ ଜଣେ ଛାତ୍ର ତୃତୀୟ ଶ୍ରେଣୀରେ ପହଞ୍ଚିବା ପରେ ଅନ୍ୟ ଏକ ସ୍କୁଲରେ ନାମ ଲେଖାଇଥିଲା । ଏଠାରେ ଏବେ କେବଳ ଅରବିନ୍ଦ ରହିଯାଇଛି ।

  • କାହିଁକି ସ୍କୁଲରେ ଗୋଟିଏ ପିଲା ?
ଏହି ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀ ଯାଏଁ ପାଠ ପଢାଯାଏ । ଛାତ୍ରମାନେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲାପରେ ଅନ୍ୟ ବିଦ୍ୟାଳୟରେ ନାମ ଲେଖାନ୍ତି । ବିଦ୍ୟାଳୟରେ ଗୋଟିଏ ପିଲା ଥିବା ସତ୍ତ୍ଵେ ଶିକ୍ଷକ ନିତି ସ୍କୁଲକୁ ଆସୁଛନ୍ତି । ଶିକ୍ଷକଙ୍କ ସହିତ ସଫେଇ କର୍ମଚାରୀ ଓ ମିଡ୍ ଡେ ମିଲ୍ ପ୍ରସ୍ତୁତ କରୁଥିବା ପାଚିକା ମଧ୍ୟ ଆସୁଛନ୍ତି । ଗାଁ ଲୋକଙ୍କ କହିବାନୁସାରେ, ଦିନ ଥଲା ଏହି ସ୍କୁଲରେ ଏକାଧିକ ପିଲା ପାଠ ପଢୁଥିଲେ । କିନ୍ତୁ ଧୀରେ ଧୀରେ ପିଲାଙ୍କ ସଂଖ୍ୟା କମିବାକୁ ଲାଗିଲା । ଯଦି ଏପରି ପିଲାଙ୍କ ସଂଖ୍ୟା କମେ, ତେବେ ଆଗକୁ ଏହି ସ୍କୁଲ ବନ୍ଦ ହୋଇଯିବାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି ।

ପଢନ୍ତୁ ଏହି ଖବର: ବହି ଆଣି ନଥିବାରୁ ୧୦ ବର୍ଷର ଛାତ୍ରୀଙ୍କୁ ଖରାରେ ଛିଡ଼ା କରାଇଦେଲେ ? ଚାଲିଗଲା ଜୀବନ

  • କାହିଁକି ସ୍କୁଲ ଯାଉନାହାନ୍ତି ଏଠାକାର ପିଲା ?
ପେଡାବୋଣ୍ଡାପଲ୍ଲୀରେ ଥିବା ଏହି ସ୍କୁଲରେ ପିଲାଙ୍କ ସଂଖ୍ୟା କମିବାର ମୁଖ୍ୟ କାରଣ ହେଉଛି ଯେ ଗାଁରୁ ପରିବାର ସହରକୁ ଚାଲିଯିବା । ଅନ୍ୟ ଏକ କାରଣ ହେଉଛି ପିଲା ସଂଖ୍ୟା କମ ଥିବାରୁ କିଛି ଅଭିଭାବକ ଅନ୍ୟ ସ୍କୁଲରେ ନିଜ ପିଲାଙ୍କ ନାମ ଲେଖାଉଛନ୍ତି । ଅନ୍ୟପଟେ ସମ୍ପ୍ରତି ଅଭିଭାବକ ନିଜ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପାଠ ପଢାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଏହା ମଧ୍ୟ ଗୋଟିଏ କାରଣ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: