Tragedy News / ଡାଏରୀ କ୍ଷୀରରେ ଅପମିଶ୍ରଣ; ୧୬ ମୃତ, ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ
·3 months ago·3 min read

Key Points
ପ୍ରତି ଘରେ ପିଲାଠୁ ବୁଢ଼ା ଯାଏ ସମସ୍ତେ ପିଉଥିବା କ୍ଷୀର ପିଇ ୧୬ ଜୀବନ ଯିବା ପରେ ବଡ଼ ପ୍ରଶ୍ନ ଉଠୁଛି । ଶରୀର ପାଇଁ ହିତକାରୀ କ୍ଷୀର ବିଷ ପାଲଟି ମୃତ୍ୟୁର କାରଣ ପାଲଟିଛି ।
ବିଶାଖାପାଟଣା: କ୍ଷୀର ପିଇଲେ ବାନ୍ତି ଆସିଲା, ପେଟ କାଟିଲା, ପରିସ୍ରା ବନ୍ଦ ହୋଇଗଲା । ଜଣଙ୍କ ପରେ ଜଣେ ଏମିତି ୧୬ ଜଣ ବିଷାକ୍ତ କ୍ଷୀର ପିଇ ମୃତ୍ୟୁବରଣ କରିଛନ୍ତି । ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଲେ ଡାଏଲେସିସ୍ ଚାଲିଛି । ସେମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଛି ।
ଏ ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ । ଆନ୍ଧ୍ରପ୍ରଦେଶର ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ବିଷାକ୍ତ, ଅପମିଶ୍ରିତ କ୍ଷୀର ପିଇ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ୍ ବେଡ୍ରେ ୩ ଜଣ ଜୀବନ ସହ ଲଢ଼ୁଛନ୍ତି ।
ଗୋଦାବରୀ ଜିଲ୍ଲାର ଲାଲାଚେଋବୁ, ଚୌଦେଶ୍ଵରନଗର ଓ ସ୍ଵରୁପନଗର ଆଦି ଅଞ୍ଚଳରେ ଫେବ୍ରୁଆରୀ ମାସରେ ଲୋକେ ଅସୁସ୍ଥଲ ହେବାରେ ଲାଗିଥିଲେ । କ୍ଷୀର ପିଇବା ପରେ ଅସୁସ୍ଥ ହୋଇ କିଏ ବାନ୍ତି କରିଥିଲା ତ ଆଉ କାହାର ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଭୋଜି ବେଳେ ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
ଫେବ୍ରୁଆରୀ ୨୨ରେ ଆସିଥିଲା ପ୍ରଥମ ମାମଲା । ଯାଞ୍ଚରେ ଜଣାପଡ଼ିଥିଲା ସ୍ଥାନୀୟ ଡାଏରୀ ୟୁନିଟ୍ରୁ ବିତରଣ କରାଯାଇଥିବା କ୍ଷୀରରେ ଏଥିଲିନ ଗ୍ରାଇକଲ୍ ନାମକ ବିଷାକ୍ତ ପଦାର୍ଥ ମିଶିଥିବାରୁ ତାହା ଦୂଷିତ ହୋଇ ଯାଇଛି ।
ଆଉ ଉକ୍ତ ବିଷାକ୍ତ କ୍ଷୀର ପିଇ ୨୦ରୁ ଅଧିକ ଲୋକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥଙ୍କ ମଧ୍ୟରେ ପିଲାଠୁ ବୁଢ଼ା ରହିଥିଲେ । ଏବେ ସୁଦ୍ଧା ଏହି ମାମଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆଇସିୟୁରେ ଜୀବନ ମରଣ ସହ ଲଢ଼ୁଛନ୍ତି ।
ନରସାପୁର ଗାଁ ସ୍ଥିତ ଡାଏରୀରୁ ୧୦୦ରୁ ଅଧିକ ପରିବାର କ୍ଷୀର ନେଇଥାନ୍ତି । କ୍ଷୀର ପିଇବାର କିଛି ଘଣ୍ଟା ପରେ ଦେଖା ଦେଇଥିଲା ଗମ୍ଭୀର ଲକ୍ଷଣ । ଯାହାପରେ ଲୋକଙ୍କୁ ଡାଏଲେସିସ୍ର ଆବଶ୍ୟକତା ସହ ଭେଣ୍ଟିଲେଟର ସହାୟତା ଦରକାର ପଡ଼ିଥିଲା ।
ଏଥିଲିନ ଗ୍ଲାଇକଲ୍ କେତେ କ୍ଷତିକାରକ ?
କ୍ଷୀରରେ ବିଷାକ୍ତ ଏଥିଲିନ ଗ୍ଲାଇକଲ୍ ମିଶିଥିବା ସ୍ଵାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟ କରିଛି । ସ୍ଵାସ୍ଥ୍ୟ ବିଭାଗ ଅନୁସାରେ, କିଡନୀ ଓ ଅନ୍ୟ ଅଙ୍ଗକୁ ଏଥିଲିନ ଗ୍ଲାଇକଲ୍ ସ୍ଥାୟୀ ଭାବେ କ୍ଷତି ପହଞ୍ଚାଇ ଥାଏ । ଅନେକ ରୋଗୀଙ୍କ ରକ୍ତରେ ୟୁରିଆ ଓ ସିରମ୍ କ୍ରିଏଟିନିନ ସ୍ତର ଅସାମାନ୍ୟ ଭାବେ ବୃଦ୍ଧି ପାଇଛି ।
ଏଥିଲିନ ଗ୍ଲାଇକଲ୍ ହେଉଛି ଏକ ରଙ୍ଗହୀନ, ଗନ୍ଧହୀନ ଓ ମିଠା ପଦାର୍ଥ । ଯାହାକି ଅତ୍ୟଧିକ ଗାଢ଼ା ତରଳ କାର୍ବନିକ୍ ମିଶ୍ରଣ । ଯାହାର ରାସାୟନିକ ସୂତ୍ର (CH2OH2) ଅଟେ । ଏହାକୁ ମୁଖ୍ୟତଃ ଗାଡ଼ିର ଆଣ୍ଟିଫ୍ରିଜ୍ ଓ ପଲିଏଷ୍ଟର ଫାଇବର କିମ୍ବା ପ୍ଲାଷ୍ଟିକ ତିଆରିରେ ବ୍ଯବହାର କରାଯାଏ । ଖାଦ୍ୟ ପଦାର୍ଥରେ ଏଥିଲିନ ଗ୍ଲାଇକଲ୍ର ମିଶ୍ରଣ ବିପଜ୍ଜନକ ହୋଇଥାଏ ।
ଡାଏରୀରେ ରେଡ୍, ନମୁନା ଯାଞ୍ଚ
ଏହି ଘଟଣା ପରେ କ୍ଷୀର ବିତରଣକୁ ତୁରନ୍ତ ବନ୍ଦ କରି ଦିଆ ଯାଇଛି । ପ୍ରଭାବିତ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ପ୍ରଶାସନ ଘଟଣାକୁ ଗମ୍ଭୀରତାର ସହ ନେଇ ସନ୍ଦିଗ୍ଧ ମିଲ୍କ ଭେଣ୍ଡରକୁ ଗିରଫ କରିଛି । ଖାଦ୍ୟ ସୁରକ୍ଷା ବିଭାଗ ଉକ୍ତ ଡାଏରୀର କ୍ଷୀର, ଦହି, ଘିଅ ଆଦିର ନମୁନା ଯାଞ୍ଚ ପାଇଁ ନେଇଛି । ସେହିଭଳି ପଶୁ ସମ୍ପଦ ବିଭାଗ ମଧ୍ୟ ଗାଈଙ୍କ ଖାଦ୍ୟ ଓ ପାଣି ନମୁନା ଯାଞ୍ଚ କରୁଛି ।
ଏଥିସହ ପଢ଼ନ୍ତୁ: ୩ ଦିନ ତଳର ସାମ୍ବର୍ ପରଷିବାରୁ ରାଗିଗଲେ ସ୍ଵାମୀ, ସ୍ତ୍ରୀ ପିଇଦେଲା କୀଟନାଶକ
ତେବେ ପ୍ରତି ଘରେ ପିଲାଠୁ ବୁଢ଼ା ଯାଏ ସମସ୍ତେ ପିଉଥିବା କ୍ଷୀର ପିଇ ୧୬ ଜୀବନ ଯିବା ପରେ ବଡ଼ ପ୍ରଶ୍ନ ଉଠୁଛି । ଶରୀର ପାଇଁ ହିତକାରୀ କ୍ଷୀର ବିଷ ପାଲଟି ମୃତ୍ୟୁର କାରଣ ପାଲଟିଛି । ଏବେ ସ୍ଥିତି ନିୟନ୍ତ୍ରଣ ଥିବାବେଳେ ପ୍ରଶାସନ ତଦନ୍ତ ଜାରି ରଖିଛି ।
ଡାଏରୀରେ କେମିତି, କିଭଳି ପରିସ୍ଥିତିରେ ଏଥିଲିନ ଗ୍ଲାଇକଲ୍ ଭଳି ବିଷାକ୍ତ ପଦାର୍ଥ ମିଶିଲା । ଏଥିରେ କଏ ସମ୍ପୃକ୍ତ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଏହି ଦୁଃଖଦ ଘଟଣା କେବଳ ଆନ୍ଧ୍ରପ୍ରଦେଶ ନୁହେଁ ବରଂ ସାରା ଦେଶରେ ଖାଦ୍ୟ ପଦାର୍ଥର ଗୁଣବତ୍ତା ଉପରେ ପ୍ରଶ୍ନ ଛିଡ଼ା କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories