Bee Attack / ୨୦ ଛୁଆଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଲେ ଅଙ୍ଗନୱାଡ଼ି ରୋଷେୟା
·5 months ago·2 min read

Key Points
ଶତାଧିକ ମହୁମାଛି ଆକ୍ରମଣ କରୁଥିବା ବେଳେ କାଞ୍ଚନ ସେଭଳି ସେଠି ଛିଡ଼ା ହୋଇ ପିଲାଙ୍କୁ ସୁରକ୍ଷା ଦେଉଥିଲେ । ଶେଷ ଛୁଆ ଶ୍ରେଣୀଗୃହକୁ ଯିବା ପର୍ଯ୍ୟନ୍ତ ସେମିତି ମହୁମାଛିଙ୍କୁ ସାମ୍ନା କରୁଥିଲେ କାଞ୍ଚନ ।
ଭୋପାଳ: ସକାଳୁଆ ଅଙ୍ଗନୱାଡ଼ି ଚାଲିଥିଲା । ପରିସର ଭିତରେ କୁନି କୁନି ଛୁଆ ହାତକୁ ହାତ ଧରି ଖୁସିରେ ଖେଳୁଥିଲେ । ସେହି ସମୟରେ ହଠାତ୍ ମହୁମାଛି ପଲ ଆସି ଛୁଆଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ନିଜ ଜୀବନକୁ ବାଜିରେ ଲଗାଇଦେଲେ ସେଠି କାର୍ଯ୍ୟରତ ଥିବା ରୋଷେୟା ।
୨୦ ଛୁଆଙ୍କ ସୁରକ୍ଷା ପାଇଁ କିଛି ଭାବି ନଥିଲେ । ପାଖରେ ପଡ଼ିଥିବା ଜରି, ଅଖା ଆଣି ପିଲାଙ୍କୁ ଘୋଡ଼ାଇବା ସହ ଶ୍ରେଣୀ ଗୃହ ଭିତରକୁ ପଠାଇଥିଲେ । ମହୁମାଛିଙ୍କ ଭିଡ଼ ଭିତରେ ନିଜେ ଖୁଣ୍ଟ ଭଳି ଛିଡ଼ା ହୋଇ ପିଲାଙ୍କୁ ସୁରକ୍ଷା ଦେଇଥିଲେ ।
ଏଥିସହ ପଢ଼ନ୍ତୁ: 'ଆମକୁ କ୍ଷମା କରିଦେବ ବାପା... ମାଆ...'; କୋରିଆନ୍ ଗେମ୍ ପାଇଁ ୩ ଭଉଣୀଙ୍କ ଆତ୍ମହତ୍ୟା
ଏଭଳି ଅଦମ୍ୟ ସାହସ ଓ ଭଲ ପାଇବା ଦେଖାଇଛନ୍ତି ମଧ୍ୟପ୍ରଦେଶ ନୀମୁଚ ଜିଲ୍ଲା ରଣପୁର ଗାଁର ଅଙ୍ଗନୱାଡ଼ି ରୋଷେୟା କାଞ୍ଚନ ବାଇ ମେଘାୱାଲ୍ । ମହୁମାଛି ଆକ୍ରମଣରୁ ୨୦ ଛୁଆଙ୍କ ଜୀବନ ବଞ୍ଚାଇଥିବା କାଞ୍ଚନଙ୍କ ମୃତ୍ୟୁ ସେହି ମହୁମାଛି ଆକ୍ରମଣରେ ହୋଇଛି ।
ସୂଚନା ଅନୁସାରେ, ଶତାଧିକ ମହୁମାଛି ଆକ୍ରମଣ କରୁଥିବା ବେଳେ କାଞ୍ଚନ ସେଭଳି ସେଠି ଛିଡ଼ା ହୋଇ ପିଲାଙ୍କୁ ସୁରକ୍ଷା ଦେଉଥିଲେ । ଶେଷ ଛୁଆ ଶ୍ରେଣୀଗୃହକୁ ଯିବା ପର୍ଯ୍ୟନ୍ତ ସେମିତି ମହୁମାଛିଙ୍କୁ ସାମ୍ନା କରୁଥିଲେ କାଞ୍ଚନ ।
ସାହାଯ୍ୟ ପାଇଁ ଗ୍ରାମବାସୀ ଆଗେଇ ଆସିବା ବେଳକୁ କାଞ୍ଚନ ବାଇ ଅଚେତ୍ ହୋଇ ତଳେ ପଡ଼ି ଯାଇଥିଲେ । କନଷ୍ଟେବଳ କାଳୁନାଥ ଏବଂ ପାଇଲଟ୍ ରାଜେଶ ରାଠୋର କାଞ୍ଚନକୁ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର । କାଞ୍ଚନଙ୍କ ଦେହରେ ମହୁମାଛିଙ୍କ ଏକାଧିକ ସୁଙ୍ଗ ଲାଗି ରହିଥିଲା । ଯାହାକି ଥିଲା ତାଙ୍କ ବୀରତ୍ଵ ଓ ବଳିଦାନର ପ୍ରମାଣ ।
ଏଥିସହ ପଢ଼ନ୍ତୁ: ବିଦ୍ୟାଳୟରୁ ନିଖୋଜ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କୂଅରୁ ଉଦ୍ଧାର, ଦେହରେ ରହିଛି କ୍ଷତ ଚିହ୍ନ
କାଞ୍ଚନ ବାଇ କେବଳ ଅଙ୍ଗନୱାଡ଼ି କର୍ମୀ ନଥିଲେ । ସେ ଗାଁର ଛୁଆଙ୍କ ପାଇଁ ମଧ୍ଯାହ୍ନ ଭୋଜନ ରାନ୍ଧୁଥିଲେ । ମହିଳା ସ୍ଵୟଂ ସହାୟିକ ଗୋଷ୍ଠୀ ଜୟ ମାତା ଦିର ସଭାପତି ଥିଲେ କାଞ୍ଚନ । ପକ୍ଷାଘାତରେ ପୀଡ଼ିତ ସ୍ଵାମୀଙ୍କ ସହ ପରିବାରକୁ ସମ୍ଭାଳୁଥିଲେ । ଏବେ କାଞ୍ଚନଙ୍କ ମୃତ୍ୟୁରେ ୨ ଝିଅ, ଗୋଟିଏ ପୁଅ ଓ ସ୍ଵାମୀ ଭାଙ୍ଗି ପଡ଼ିଛନ୍ତି ।
ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ରଣପୁର ଗାଁରେ କାଞ୍ଚନଙ୍କ ମରଶରୀର ଆସି ପହଞ୍ଚିଥିଲା । କାଞ୍ଚନଙ୍କ ବୀରତ୍ଵ ଓ ବଳିଦାନ ଆଗରେ ଗ୍ରାମବାସୀ ନିଃଶବ୍ଦ ହୋଇ ପଡ଼ିଥିଲେ । ଏବେବି ଗ୍ରାମବାସୀଙ୍କ ଭିତରେ ମହୁମାଛିକୁ ନେଇ ଭୟ ଅଛି, ହେଲେ ବୀରତ୍ଵ ଦେଖାଇଥିବା କାଞ୍ଚନ ବାଇ ଆଜି ନାହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories