Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Online Game / 'ଆମକୁ କ୍ଷମା କରିଦେବ ବାପା... ମାଆ...'; କୋରିଆନ୍ ଗେମ୍ ପାଇଁ ୩ ଭଉଣୀଙ୍କ ଆତ୍ମହତ୍ୟା

Sushanta Sahoo
Browse all articles by Sushanta Sahoo
·5 months ago·2 min read
'ଆମକୁ କ୍ଷମା କରିଦେବ ବାପା... ମାଆ...'; କୋରିଆନ୍ ଗେମ୍ ପାଇଁ ୩ ଭଉଣୀଙ୍କ ଆତ୍ମହତ୍ୟା
Three Minor Sisters Die in Ghaziabad

Key Points

୩ ଭଉଣୀ ଜୀବନ ହାରିବା ପରେ ପୋଲିସ ଫ୍ଲାଟରୁ ଏକ ପୃଷ୍ଠାର ସୁଇସାଇଡ୍ ନୋଟ୍ ପାଇଛି । ଯେଉଁଥିରେ ବାପା, ମାଆ ଆମକୁ କ୍ଷମା କରିଦେବ ବୋଲି ଲେଖା ଯାଇଥିବା ପୋଲିସ ସୂଚନା ଦେଇଛି ।
ନୂଆଦିଲ୍ଲୀ: ବୋଉ ତୁ କାନ୍ଦିବୁନି... ବାପା ତୁମେ ଆଉ ଆମକୁ ଖୋଜିବନି... । ଆମେ ଦୁନିଆ ଛାଡ଼ି ଚାଲି ଯାଉଛୁ... କ୍ଷମା କରିଦେବ... । ୩ ଭଉଣୀ ଏକାଠି ଜୀବନ ହାରିବା ପୂର୍ବରୁ ଏମିତି କହି ନ' ମହଲା ଛାତରୁ ଡେଇଁ ଜୀବନ ହାରି ଦେଇଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏଘଟଣ ଘଟିଛି । ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ୧୫ରେ ଭାରତ ସିଟି ନାମକ ଟାଉନସିପ୍‌ରେ ରହୁଥିବା ୩ ଭଉଣୀ ଛାତରୁ ଡେଇଁ ଜୀବନ ହାରିଛନ୍ତି ।

ଏଥିସହ ପଢ଼ନ୍ତୁ: ସବୁ ସାରିଦେଲା ମଦ୍ୟପ ଡ୍ରାଇଭର; ଦୋକାନରୁ ନେଇ ଗାଡ଼ି ସମସ୍ତଙ୍କ ଉପରେ ମଡ଼ାଇଦେଲା...

ମୃତକ ହେଉଛନ୍ତି ୧୨ ବର୍ଷର ପକ୍ଷୀ, ୧୪ ବର୍ଷର ପ୍ରାଚୀ ଓ ୧୬ ବର୍ଷର ନିଶିକା । ପୋଲିସ ୩ ନାବାଳିକାଙ୍କ ମୃତଦେହ ଜବତ କର ବିଭିନ୍ନ ଦିଗରୁ ଛାନଭିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ, ୩ ଭଉଣୀ ସବୁବେଶେ କୋରିଆନ୍ ଅନଲାଇନ୍ ଗେମିଂରେ ବ୍ୟସ୍ତ ରହୁଥିଲେ ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ୩ ନାବାଳିକା ଭଉଣୀ ଦିନରେ ସର୍ବାଧିକ ସମୟ ମୋବାଇଲ୍ ଫୋନ୍‌ରେ ବିତାଉଥିଲେ । କୋରିଆନ୍ ଅନଲାଇନ୍ ଗେମ୍‌ରେ ସବୁବେଳେ ମଜ୍ଜି ରହୁଥିଲେ ।

ବିଳମ୍ବିତ ରାତିରେ ଭାରତ ସିଟିରେ ରହୁଥିବା ଲୋକ ପ୍ରଚଣ୍ଡ ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ୩ ଭଉଣୀଙ୍କ ମୃତଦେହ ଉଦ୍ଧାର ପୋଷ୍ଟମର୍ଟମ ପାଇଁ ପଠାଇଛି ।

୩ ଭଉଣୀ ଜୀବନ ହାରିବା ପରେ ପୋଲିସ ଫ୍ଲାଟରୁ ଏକ ପୃଷ୍ଠାର ସୁଇସାଇଡ୍ ନୋଟ୍ ପାଇଛି । ଯେଉଁଥିରେ ବାପା, ମାଆ ଆମକୁ କ୍ଷମା କରିଦେବ ବୋଲି ଲେଖା ଯାଇଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣା ପରେ ପୋଲିସ ବାପାମାଆଙ୍କୁ ପଚରାଉଚରା କରୁଛି ।

ଏଥିସହ ପଢ଼ନ୍ତୁ: ବିଦ୍ୟାଳୟରୁ ନିଖୋଜ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କୂଅରୁ ଉଦ୍ଧାର, ଦେହରେ ରହିଛି କ୍ଷତ ଚିହ୍ନ

ତେବେ ଅନଲାଇନ୍ ଗେମିଂ ନିଶାରୁ ୩ ଭଉଣୀ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ପୋଲିସ ସ୍ପଷ୍ଟ କରି ନାହିଁ । ୩ ଭଉଣୀ ସବୁବେଳେ ଅନଲାଇନ୍ ଗେମ୍‌ରେ ବ୍ୟସ୍ତ ରହୁଥିବାରୁ ପରିବାର ଆକଟ କରୁଥିଲା । ଯାହାକୁ ନେଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।

ପୋଲିସ ୩ ନାବାଳିକାଙ୍କ ବାପାମାଆଙ୍କୁ ଜେରା କରିବା ସହ ମୋବାଇଲ୍ ଫୋନ୍‌କୁ ଜବତ କରି ସେମାନଙ୍କ ଡିଜିଟାଲ୍ ଆକ୍ଟିଭିଟିର ତଦନ୍ତ କରୁଛି । ନାବାଳିକାଙ୍କ ବାପା କହିଛନ୍ତି, ଝିଅମାନେ କୋରିଆନ୍ ଅନଲାଇନ୍ ଗେମିଂ ଆପ୍ ବ୍ୟବହାର କରୁଥିଲେ । ମୋତେ ସେ ବାବଦରେ ଜଣା ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ghaziabad Tragedy: 3 Minor Sisters Die, Korean Online Gaming Angle Probed | Argus News | Argus News