Anti Paper Leak Bill Passed / ବିରୋଧୀଙ୍କ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହେଲା ପରୀକ୍ଷା ସଂଶୋଧନ ବିଲ୍
·4 hours ago·2 min read

Key Points
ଲୋକସଭାରେ ପାସ୍ ହେଲା ଆଣ୍ଟି ପେପର ଲିକ୍ ବିଲ୍
ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଲ୍ ଲୋକସଭାର ପାସ୍
ବିଲ୍ ଉପରେ ଦୁଇ ଦିନ ଧରି ଗୃହରେ ହୋଇଥିଲା ଚର୍ଚ୍ଚା
୧୦ ଘଣ୍ଟା ଧରି ହେଲା ଆଲୋଚନା ପରେ ଧ୍ଵନିମତରେ ପାରିତ

ନୂଆଦିଲ୍ଲୀ: ୧୦ ଘଣ୍ଟାର ଚର୍ଚ୍ଚା ଆଲୋଚନା, ବିରୋଧୀଙ୍କ ବିରୋଧ ଭିତରେ ପାସ୍ ହେଲା ଆଣ୍ଟି ପେପର୍ ଲିକ୍ ବିଲ୍ । ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଧ୍ଵନିମତରେ ପାରିତ ହୋଇଛି ଏହି ବିଲ୍ । ତେବେ ଆଣ୍ଟି ପେପର୍ ଲିକ୍ ବିଲ୍ ଉପରେ ଚର୍ଚ୍ଚା ବେଳେ ସଂସଦରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ।
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ବିରୋଧ ଭିତରେ ଆଣ୍ଟି ପେପର୍ ଲିକ୍ ବିଲ୍ ଧ୍ଵନିମତରେ ପାରିତ ହୋଇଛି । ବିଲ୍ ପାରିତ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିବା ସହ ଗୃହକୁ ମୁଲତବି ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ପେପର ଲିକ୍ ମାମଲାରେ ଅଧିକ କଡ଼ାକଡ଼ି ହେଲା ଆଇନ…ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ କୋଟି ଜରିମାନା
ଜିତେନ୍ଦ୍ର ସିଂହଙ୍କ ଟାର୍ଗେଟ୍ରେ ରାହୁଲ ଗାନ୍ଧୀ
ଲୋକସଭାରେ ବିଲ୍ ଆଗତ ବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, "ଯେତେବେଳେ ଗୁରୁତ୍ଵପୂର୍ଣ୍ଣ ବିଲ୍ ଉପରେ ଚର୍ଚ୍ଚା ହେଉଛି । ସେତେବେଳେ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରାଯାଉଛି । ବିରୋଧୀ ଦଳ ନେତା ଯେଭଳି ଭାଷା ସଂସଦରେ ପ୍ରୟୋଗ କରିଛନ୍ତି, ତାହା ଆଶ୍ଚର୍ଯ୍ୟ କରିଛି ।"ଏଣ
୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା
ଏହି ବିଲରେ ଦୋଷୀଙ୍କ ବିରୋଧରେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟର ପ୍ରାବଧାନ ରହିଛି । ପରୀକ୍ଷାରେ ବିଭ୍ରାଟ ହେଲେ ଦୋଷୀଙ୍କ ଠାରୁ କ୍ଷତିର ଭରଣା କରାଯିବ ।
ମାମଲାର ତ୍ଵରିତ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ । ପ୍ରଶ୍ନପତ୍ର ଲିକ୍ ଓ ଜାଲିଆତି ଅଭିଯୋଗର ଥାନାରେ ଅଭିଯୋଗ ହେବା ପରେ ଦୁଇ ମାସ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରାଯିବ । ଚାର୍ଜସିଟ୍ ଦାଖଲ ହେବାର ୩ ମାସ ମଧ୍ୟରେ ବିଚାର କାର୍ଯ୍ୟ ସମାପ୍ତ ହେବା ବାଧ୍ୟତାମୂଳକ ଅଟେ ।
ପେପର ଲିକ୍ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ
୩ ମାସ ମଧ୍ୟରେ ବିଚାର କରିବେ ଫାଷ୍ଟାଟ୍ରାକ୍ କୋର୍ଟ
ଦୋଷୀଙ୍କ ବିରୋଧରେ ୧୦ ବର୍ଷ ଜେଲ ଦଣ୍ଡ ଓ ଜରିମାନା ବୃଦ୍ଧି
ସଂଗଠିତ ଅପରାଧ କ୍ଷେତ୍ରରେ ବଢ଼ିବ ଜେଲ୍ ଓ ଜରିମାନା ହେବ ୧୦ କୋଟି
କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ବିଲ୍ ଖୁବଶୀଘ୍ର ସଂସଦରେ ଆଗତ ହେବ
ଏଥିସହ ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ୍; ଲୋକସଭାରେ ଉପସ୍ଥାପିତ ହେଲା ପରୀକ୍ଷା ସଂଶୋଧନ ବିଲ୍- ୨୦୨୬
ପେପର ଲିକ୍ ମାମଲାରେ ବର୍ତ୍ତମାନ ଫାଷ୍ଟଟ୍ରାକ କୋର୍ଟରେ ବିଚାର ପ୍ରାବଧାନ ନାହିଁ
୩ରୁ ୫ବର୍ଷ କାରା ଦଣ୍ଡାଦେଶ ଓ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ରହିଛି
ସଂଗଠିତ ଅପରାଧ କ୍ଷେତ୍ରରେ ୫ରୁ ୧୦ବର୍ଷ ଜେଲ୍ ଓ ୧ କୋଟି ଯାଏଁ ଜରିମାନା
ତଦନ୍ତ କରିବେ DSP କିମ୍ବା ତାଠାରୁ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ
୨୧ ଜୁନ୍ ୨୦୨୪ ଠାରୁ ଦେଶବ୍ୟାପୀ ଲାଗୁ ହୋଇଥିଲା ଆଇନ୍

- ସଂଶୋଧିତ ବିଲ୍

- ପ୍ରଚଳିତ ଆଇନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories