Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Army Jawan Murdered Train / ଚଳନ୍ତା ଟ୍ରେନ୍‌ରେ ସେନା ଯବାନଙ୍କୁ ହତ୍ୟା, ଛୁରୀରେ ଆକ୍ରମଣ କରିଥିଲେ ଆଟେଣ୍ଡାଣ୍ଟ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଚଳନ୍ତା ଟ୍ରେନ୍‌ରେ ସେନା ଯବାନଙ୍କୁ ହତ୍ୟା, ଛୁରୀରେ ଆକ୍ରମଣ କରିଥିଲେ ଆଟେଣ୍ଡାଣ୍ଟ

Key Points

ଚଳନ୍ତା ଟ୍ରେନ୍‌ରେ ହତ୍ୟା । ଯବାନଙ୍କୁ ଛୁରୀରେ ଆକ୍ରମଣ କଳା ଆଟେଣ୍ଡାଣ୍ଟ । ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ସେନା ଯବାନ ।
ଚଳନ୍ତା ଟ୍ରେନ୍‌ରେ ସେନା ଯବାନଙ୍କୁ ହତ୍ୟା । ରବିବାର ବିଳମ୍ବିତ ରାତିରେ ରଜସ୍ଥାନର ବିକାନେରରେ ପହଞ୍ଚିଥିବା ଜମ୍ମୁ-ତାଓ୍ବି ଏକ୍ସପ୍ରେସ୍‌ (ସାବରମତୀ ଏକ୍ସପ୍ରେସ୍‌)ର ସ୍ଲିପର କୋଚ୍‌ରେ ଜଣେ ସେନା ଯବାନଙ୍କୁ ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ଯବାନଙ୍କର କୋଚ୍ ଆଟେଣ୍ଡାଣ୍ଟଙ୍କ ସହ ବିବାଦ ହୋଇଥିଲା । ଏହା ପରେ ଜଣେ କୋଚ୍ ଆଟେଣ୍ଡାଣ୍ଟ ଯବାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କ ମୃତ୍ୟୁ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ଗୁଜୁରାଟର ଯବାନ ଜିଗର କୁମାର ଜମ୍ମୁ ତାୱି ଏକ୍ସପ୍ରେସରେ ଫିରୋଜାବାଦରୁ ବିକାନେର ଯାତ୍ରା କରୁଥିଲେ । ଏହି ସମୟରେ ଜଣେ କୋଚ୍ ଆଟେଣ୍ଡାଣ୍ଟ ଯବାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଲୁଙ୍କାରନସର ଏବଂ ବିକାନେର ମଧ୍ୟରେ ଘଟିଥିବା ଏହି ଘଟଣାରେ ଗୁରୁତର ଆହତ ଯବାନଙ୍କୁ ପିବିଏମ୍ ଟ୍ରମା ସେଣ୍ଟରକୁ ପଠାଯାଇଥିଲା । ତେବେ ସେଠାରେ ପହଞ୍ଚିବା ପୂର୍ବରୁ ଯବାନଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଦେଶର ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ ତଥ୍ୟ ବିକି କୋଟି କୋଟି ଟଙ୍କା ପାଇଛି !


ଜିଆରପି ଇନ୍ସପେକ୍ଟର ଆନନ୍ଦ ଗିଲା କହିଛନ୍ତି ଯେ ଘଟଣାଟି ନଭେମ୍ବର ୨ ତାରିଖରେ ଘଟିଥିଲା । ମୃତ ଯବାନ ଜିଗର କୁମାରଙ୍କୁ ଲୁଙ୍କାରନସର ଏବଂ ବିକାନେର ମଧ୍ୟରେ ଏକ ଚଳନ୍ତା ଟ୍ରେନରେ ଛୁରୀରେ ଆକ୍ରମଣ କରାଯାଇଥିଲା । ସେନା ଯବାନ ଜଣକ ସାବରମତୀ ଏକ୍ସପ୍ରେସର ସ୍ଲିପର କୋଚରେ ଯାତ୍ରା କରୁଥିଲେ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ରାସ୍ତାରେ ତାଙ୍କର କୋଚ୍ ଆଟେଣ୍ଡାଣ୍ଟଙ୍କ ସହ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଝଗଡ଼ା ଆହୁରି ବଢ଼ି ଯାଇଥିଲା। ତା’ପରେ ଆଟେଣ୍ଡାଣ୍ଟ ସୈନିକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଯବାନ ଜଣକ ଗୁରୁତର ଆହତ ହୋଇଥିଲେ। ଟ୍ରେନ୍ ବିକାନେରରେ ପହଞ୍ଚିବା ମାତ୍ରେ ତାଙ୍କୁ ପିବିଏମ୍ ହସ୍ପିଟାଲର ଟ୍ରମା ସେଣ୍ଟରକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଆକ୍ରମଣ ସମୟରେ ରାତି ୧୧ଟା ବାଜିଥିଲା। ଟ୍ରେନ୍ ଲୁଙ୍କାରନସର ଷ୍ଟେସନ ଛାଡିବା ପରେ ଯବାନ ଜିଗର କୁମାରଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା। ରେଳବାଇ ଜିଆରପି ପୋଲିସ ମୃତଦେହକୁ ଜବତ କରି ପିବିଏମ୍ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ମୃତ ଯବାନଙ୍କ ପରିବାର ଏବଂ ସେନା ଅଧିକାରୀମାନେ ବିକାନେରରେ ପହଞ୍ଚିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ କହିଛନ୍ତି ଯେ ଯବାନଙ୍କର ଆଟେଣ୍ଡାଣ୍ଟଙ୍କ ସହ ବିବାଦ ହୋଇଥିଲା । ଯାହା ଆକ୍ରମଣର କାରଣ ହୋଇଥିଲା । ତା'ପରେ ଯବାନଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା । ଏଥିରେ ଯବାନ ଗୁରୁତର ଆହତ ହୋଇଥିଲେ । ଆଉ ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Army Jawan Murdered on Moving Train in Rajasthan | Argus News