Videos
|
National

Arunachal Pradesh Viral Video Indian Army / ନକଲି ବାହାରିଲା ଭାଇରାଲ୍ ଭିଡି଼ଓ; ଭାଇରାଲ ଦାବି ଉପରେ ଜବାବ ରଖିଲା ସେନା

Subhramjit Ray
Browse all articles by Subhramjit Ray
·58 mins ago·3 min read
ନକଲି ବାହାରିଲା ଭାଇରାଲ୍ ଭିଡି଼ଓ; ଭାଇରାଲ ଦାବି ଉପରେ ଜବାବ ରଖିଲା ସେନା
Arunachal Pradesh Viral Video Indian Army

Key Points

ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ବିଭିନ୍ନ ଅଞ୍ଚଳ ଉପରେ ଚୀନ୍ କବଜା କରୁଥିବା ଦାବି କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, କିନ୍ତୁ ଭାରତୀୟ ସେନା ଏହାକୁ ଡିପ୍ ଫେକ୍ ବୋଲି କହି ଖାରଜ କରିଦେଇଛି।
ସୋସିଆଲ୍ ମିଡି଼ଆରେ ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଏକ ଭିଡି଼ଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ଚୀନ୍, ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଆସଫିଲା, ଲୋଙ୍ଗଜୁ ଏବଂ ଟାକ୍ସିଂ ସର୍କଲ୍ ଭଳି ଅଞ୍ଚଳକୁ ଦଖଲ କରି ନେଇଛି। ଯାହା ଫଳରେ ଭାରତୀୟ ସେନା ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହିଁ। ଏହି ଭିଡି଼ଓ ମାଧ୍ୟମରେ କରାଯାଉଥିବା ଦାବିକୁ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଗିରିଶ କାଲିଆଙ୍କ ସୂତ୍ର ଆଧାରରେ କୁହାଯାଉଥିଲା। ହେଲେ ଏବେ ଭାରତୀୟ ସେନା ଭିଡିଓ ମାଧ୍ୟମରେ କରାଯାଉଥିବା ଦାବିର ସତ୍ୟତା ଯାଞ୍ଚ ଜାରି କରିଛି। ଏହି ଭିଡିଓ ଏକ ଡିପ୍ ଫେକ୍ ଏବଂ ଡିଜିଟାଲ୍ ଭାବରେ ଏହାକୁ ହେରଫେର କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏଥିରେ ଶୁଣାଯାଇଥିବା ବୟାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ମନଗଢ଼ା ବୋଲି ସେନା ସ୍ପଷ୍ଟ କରିଛି।
 
ଭାଇରାଲ ଭିଡିଓ ମାଧ୍ୟମରେ କ'ଣ କୁହାଯାଇଥିଲା?
ଏହି ଭାଇରାଲ ଭିଡି଼ଓ ଦାବି କରିଥିଲା ଯେ ଚୀନ୍, ଅରୁଣାଚଳ ପ୍ରଦେଶର କିଛି ସମ୍ବେଦନଶୀଳ ଅଞ୍ଚଳକୁ ଦଖଲ କରିନେଇଛି। ଏହା ମଧ୍ୟ କୁହାଯାଇଥିଲା ଯେ ଭାରତୀୟ ସେନା ଆବଶ୍ୟକୀୟ ସମ୍ବଳ ଏବଂ ସାମଗ୍ରୀ ପାଉନାହିଁ। ଏହି ବୟାନ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବାରୁ,ଏହି ଭିଡ଼ିଓ ଦେଖୁ ଦେଖୁ ଭାଇରାଲ ହେବାରେ ଲାଗିଥିଲା। ଅନେକ ଲୋକ ଏହାକୁ ଏକ ପ୍ରମୁଖ ପର୍ଦ୍ଦଫାଶ ଭାବରେ ସେୟାର କରିବା ଆରମ୍ଭ କରିଥିଲେ।

ଏହା ସହ ପଢନ୍ତୁ: ସଧୁରୁଛି ସମ୍ପର୍କ; LAC ଅଞ୍ଚଳରେ ହ୍ରାସ ପାଇଛି PLA ମୁତୟନ 

ସେନା କିପରି କରିଥିଲା ଏହି ଜାଲିଆତିର ପର୍ଦ୍ଦାଫାସ?
ଏହି ଭାଇରାଲ ଭିଡି଼ଓ ଯାଞ୍ଚ କରାଯିବା ପରେ, ଭାରତୀୟ ସେନା ଏବେ ସ୍ପଷ୍ଟ କରିଛି ଯେ ଭିଡ଼ିଓ କ୍ଲିପ୍‌ ସହିତ ହେରଫେର କରାଯାଇଥିଲା। ସେନା ଅନୁଯାୟୀ ଏଥିରେ ବ୍ୟବହୃତ ଫଟୋ ଏବଂ ଭିଡ଼ିଓ ଫୁଟେଜ୍ ଯଦିଓ ପ୍ରକୃତ, ହେଲେ ପରେ AI (Artificial Intelligence) ଏବଂ ସିନ୍ଥେଟିକ୍ ପ୍ରଯୁକ୍ତିବିଦ୍ୟା (Synthetic Intelligence) ବ୍ୟବହାର କରି ନକଲି ସ୍ୱର ଏବଂ ମିଥ୍ୟା ବୟାନ ଯୋଡ଼ା ଯାଇଥିଲା। ସେନା କହିଛି ଯେ ଏହା ଏକ"ସିନ୍ଥେଟିକ୍ ଜେନେରେଟେଡ୍ ଇନଫର୍ମେସନ" (Synthetic Generated Information) ସହ ଜଡ଼ିତ ଏକ ମାମଲା। ଯେଉଁଥିରେ ପୁରୁଣା ଭିଡିଓ, ଏକ ନୂତନ ଏବଂ ଭ୍ରାମକ କାହାଣୀ ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଇଥିଲା। ସେନା ଜନସାଧାରଣଙ୍କୁ ଯେକୌଣସି ଭାଇରାଲ ଭିଡି଼ଓ ସେୟାର କରିବା ପୂର୍ବରୁ ଏହାର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରିବାକୁ ଅନୁରୋଧ କରିଛି। 


ମୂଳ ଭିଡି଼ଓ ୨୦୨୩ ସାମ୍ବାଦିକ ସମ୍ମିଳନୀରୁ ଆସିଥିଲା
ତଥ୍ୟକୁ ଯାଞ୍ଚ କରିବାରୁ ଏହା ଜଣାପଡ଼ିଲା ଯେ ଭାଇରାଲ୍ ଭିଡି଼ଓ ମୂଳତଃ ୨୦୨୩ ଅକ୍ଟୋବର ୨୭ ତାରିଖରେ ସେନା ଦ୍ୱାରା ଆୟୋଜିତ ହୋଇଥିବା ସମ୍ବାଦିକ ସମ୍ମିଳନୀ (Indian Army Press Briefing) ସହ ଜଡ଼ିତ ଥିଲା। ସେହି ସମୟରେ ମେଜର ଜେନେରାଲ ଗିରିଶ କାଲିଆ (Major General Girish Kalia) ଜାମୁ ଏବଂ କାଶ୍ମୀର ସ୍ଥିତ କୁପୱାଡା ଜିଲ୍ଲାରେ ଏକ ପ୍ରେସ୍ ବ୍ରିଫିଙ୍ଗ୍ କରିଥିଲେ। ସେ ଅନୁପ୍ରବେଶ ପ୍ରୟାସ, ଆତଙ୍କବାଦ ବିରୋଧି ଅଭିଯାନ ଏବଂ ନିୟନ୍ତ୍ରଣ ରେଖା (LoC) ପାଖରେ ସୁରକ୍ଷା ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଭାରତୀୟ ସେନା କହିବା ଅନୁଯାୟୀ, ବ୍ରିଫିଙ୍ଗ୍ ସମୟରେ ଅରୁଣାଚଳ ପ୍ରଦେଶ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇ ନଥିଲା କିମ୍ବା ଚୀନ୍ କୌଣସି ଭାରତୀୟ ଅଞ୍ଚଳ ଦଖଲ କରିଥିବା କିମ୍ବା ସେନାକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହେବା ସମ୍ପର୍କରେ କୌଣସି ଉଲ୍ଲେଖ ନଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: