Arunachal Pradesh landslide 2026 / ବାଦଲ ଫଟା ପରେ ଭାସିଗଲା ପୋଲ; ଫସି ରହିଛନ୍ତି ଲୋକେ
·2 months ago·3 min read

Key Points
ବିଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ବ୍ୟାପକ ଭାବରେ ବାଧାପ୍ରାପ୍ତ କରିଛି। ବାଦଲ ଫଟା ବର୍ଷା ହେବା ଫଳରେ କିଛି ଅଞ୍ଚଳରେ ରାସ୍ତା ଏବଂ ପୋଲ କ୍ଷତିଗ୍ରସ୍ତ ହୋଇଛି। କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ୟ ଘଟିଛି।
Arunachal Pradesh cloudburst 2026 update: ବିଗତ କିଛି ଦିନ ଧରି ଜାରି ରହିଥିବା ଲଗାତାର ବର୍ଷା କାରଣରୁ ଅରୁଣାଚଳ ପ୍ରଦେଶରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା। ନିରନ୍ତର ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବାଦଲ ଫଟା ବର୍ଷା କାରଣରୁ ଅନେକ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଏବେ ଅରୁଣାଚଳ ପ୍ରଦେଶରୁ ବାଦଲ ଫଟା ବର୍ଷା ପରର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି। ଗତ ସପ୍ତାହରେ ଏହା ରାଜ୍ୟରେ ହୋଇଥିବା ଦ୍ୱିତୀୟ ଦ୍ୱିତୀୟ ବାଦଲ ଫଟା ବର୍ଷା। ପୂର୍ବ ସିଆଙ୍ଗ ଏବଂ ଲେପାରଡା ଜିଲ୍ଲା ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ପୂର୍ବ ସିଆଙ୍ଗ ଜିଲ୍ଲାର ୯ ମୁଖ୍ୟ ରାସ୍ତା ବନ୍ଦ ହୋଇଯିବା ସହ ଧୋଇ ହୋଇଯାଇଛି।
ଅନେକ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛି IMD
ପାଣିପାଗ ବିଭାଗ (ଆଇଏମଡ଼ି) ମଧ୍ୟ ଅନେକ ଜିଲ୍ଲାରେ ଲଗାତାର ବର୍ଷା ପାଇଁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ଚେତାବନୀକୁ ନଜରରେ ରଖି ରାଜ୍ୟ ସରକାର ଯାତ୍ରା ଏବଂ ଟ୍ରାଫିକ୍ ସମ୍ପର୍କିତ ପରାମର୍ଶ ଜାରି କରିଛନ୍ତି। ପ୍ରବଳ ମୌସୁମୀ ବର୍ଷା ଏବଂ ପରବର୍ତ୍ତୀ ବାଦଲ ଫଟା ରାଜ୍ୟର ପୂର୍ବ ସିଆଙ୍ଗ ଏବଂ ଲେପାରଡା ଜିଲ୍ଲାରେ ବ୍ୟାପକ ବନ୍ୟା ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ସିଆଙ୍ଗ ଜିଲ୍ଲାର ୯ ମୁଖ୍ୟ ରାସ୍ତା ଯାହା ଜୀବନ ରେଖା ଭାବରେ ବିବେଚିତ ତାହା ସମ୍ପୂର୍ଣ୍ଣ ଭାବରେ ଅବରୋଧ ହୋଇଛି କିମ୍ବା ଧୋଇଯାଇଛି। ଅନେକ ସ୍ଥାନରେ ଜଳ ବନ୍ଦୀ ଅବସ୍ଥାରେ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।
ଦ୍ରୁତ ଗତିରେ ଜାରି ରହିଛି ଭଗ୍ନାବଶେଷ ଅପସାରଣ କାର୍ଯ୍ୟ
ବର୍ଷା ପରେ ତଦାରଖ କରାଯାଉଥିବା ୧୧ ପ୍ରମୁଖ ରାସ୍ତା ମଧ୍ୟରୁ ଏମରଜେନ୍ସି ରେସପନସ୍ ଟିମ୍ (Emergency Response Team) କେବଳ ଦୁଇଟି ରାସ୍ତାକୁ ସଫା କରିପାରିଛନ୍ତି। ତାହା ହେଉଛି ଟେରଙ୍ଗ-କୋରଙ୍ଗ-ମେବୋ ରୋଡ୍ ଏବଂ ଜେଏନସି ଲୋୟର କ୍ୟାମ୍ପସ୍ ଠାରୁ ଉପର କ୍ୟାମ୍ପସ୍ ରୋଡ୍। ଏବେ ଏହି ରାସ୍ତା ଦ୍ୱୟକୁ ଯାତାୟାତ ପାଇଁ ଖୋଲା ଯାଇଛିଛି। ଆଇଏମଡି ଅଧିକାରୀଙ୍କ କହିବା ଅନୁଯାୟୀ, ସୋମବାର ସୁଦ୍ଧା ଅରୁଣାଚଳ ପ୍ରଦେଶରେ ୨୦୦ ମିମି ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଲୋକଙ୍କୁ ସୁରକ୍ଷା ଜନିତ ସତର୍କତା ଅବଲମ୍ବନ କରିବାକୁ ଏବଂ ସମ୍ପୂର୍ଣ୍ଣ ଆବଶ୍ୟକ ନହେଲେ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି।
ଏହା ସହ ପଢନ୍ତୁ: ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ
ହେଲେ ତଥାପି ରାସ୍ତା ବନ୍ଦ ହେବା ଦ୍ୱାରା ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ଯଥେଷ୍ଟ ଅସୁବିଧା ସୃଷ୍ଟି ହୋଇଛି। ବଡ଼ ଧରଣର ଭୂସ୍ଖଳନ ଏବଂ କାଦୁଅ ଯୋଗୁଁ ପାସିଘାଟ ଠାରୁ ପାଙ୍ଗିନ, ମାରିୟାଙ୍ଗ-ୟିଙ୍ଗକିଓଙ୍ଗ ଏବଂ ମେବୋ-ଡାମ୍ବୁକ-ବୋମଜିରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ସ୍ଥାନୀୟ ଯୋଗଯୋଗ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବାଲେକ ମାଧ୍ୟମିକ ବିଦ୍ୟାଳୟ, ରାଣାଘାଟ ସେତୁ, ପାସିଘାଟ-ୟାଗ୍ରଙ୍ଗ ରୋଡର ପୋଗ୍ଲେକ ନଦୀ କ୍ରସିଂ ଏବଂ ବିଲାତ-ଲେଡମ୍ ରୋଡ ନିକଟରେ ରାସ୍ତା ବନ୍ଦ ହୋଇଥିବାର ଖବର ଆସିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ଏବଂ ବର୍ଷାର ସର୍ବାଧିକ ପ୍ରଭାବ ଭିତ୍ତିଭୂମି ଉପରେ ପଡ଼ିଛି। ଅନେକ ଅଞ୍ଚଳରେ ରାସ୍ତା ଧୋଇଯାଇଛି। ପାସିଘାଟ-ରନ୍ନେ-ଟାକିଲାଲାଗ୍ ରୋଡରେ ସବୁଠାରୁ ଗୁରୁତର କ୍ଷତି ହୋଇଛି। ଯେଉଁଠାରେ ଲେଟଙ୍ଗ ସେତୁର ବାମ ପଟ ସ୍ପାନ୍ (LHS) ପ୍ରଚଣ୍ଡ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭାସିଯାଇଛି। ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଏହା ବ୍ୟତୀତ, କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଯେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପାସିଘାଟ-ୟାଗ୍ରଙ୍ଗ-ଲେଡମ୍-ଟେନ୍ (PLT) ରୋଡ୍ ଆନୁଷ୍ଠାନିକ ଭାବରେ ବନ୍ଦ ରହିବ।
ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ଅଯଥା ଯାତ୍ରା ଏଡାଇବାକୁ ଏବଂ ଭୂସ୍ଖଳନ ପ୍ରବଣ ସ୍ଥାନ ଏବଂ ବର୍ଷା ପରେ ଫୁଲି ଉଠିଥିବା ନଦୀ କୂଳରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ଭଗ୍ନାବଶେଷ ସଫା କରିବା ପାଇଁ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇଛି। ହେଲେ ଅବିରତ ବର୍ଷା ପୁନରୁଦ୍ଧାର କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି କରୁଛି। ଏହି ସମୟରେ ପାସିଘାଟ ରାଜପଥ ଡିଭିଜନ ଏକ ଆନୁଷ୍ଠାନିକ ଯାତ୍ରା ପରାମର୍ଶ ଜାରି କରିଛି। ଯେଉଁଥିରେ ରେଞ୍ଜିଙ୍ଗ୍ ଏବଂ ୟେମ୍ବଙ୍ଗ ମଧ୍ୟରେ ୧୩ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ପଥର ଖସିବା ଏବଂ ଭୂସ୍ଖଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସରକାରୀ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କର୍ମଚାରୀ ଏବଂ ଯନ୍ତ୍ରପାତି ନିୟୋଜିତ କରିଛି। ଲୋକଙ୍କୁ ଅଯଥା ଯାତ୍ରା ଏଡାଇବାକୁ, କେବଳ ଦିନ ସମୟରେ ଯାତ୍ରା କରିବାକୁ ଏବଂ ସକ୍ରିୟ ଭୂସ୍ଖଳନ ଅଞ୍ଚଳରେ ଯାନବାହାନ ପାର୍କିଂ କରିବାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।

Related Topics
Explore more stories