Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାସ୍ତା ପାର ହେବା ବେଳେ ହଠାତ୍ ଧସିଲା ପାହାଡ଼; ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

National

Arunachal Pradesh Landslide 2026 / ରାସ୍ତା ପାର ହେବା ବେଳେ ହଠାତ୍ ଧସିଲା ପାହାଡ଼; ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Subhramjit Ray
Browse all articles by Subhramjit Ray
·1 hour ago·2 min read
ରାସ୍ତା ପାର ହେବା ବେଳେ ହଠାତ୍ ଧସିଲା ପାହାଡ଼; ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ
Arunachal Pradesh Landslide 2026

Key Points

ଅରୁଣାଚଳ ପ୍ରଦେଶରେ ଏକ ବିରାଟ ଭୂସ୍ଖଳନ ସମୟରେ ଜଣେ ବାଇକ୍ ଆରୋହୀ ଭଗ୍ନାବଶେଷରେ ଭାସି ଯାଇଥିଲେ। ହେଲେ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Arunachal Pradesh Landslide Viral Video: ସଦ୍ୟ ଅରୁଣାଚଳ ପ୍ରଦେଶରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଭିଡ଼ିଓ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବାଇକ୍ ଚାଳକ ଏକ ପାହାଡ଼ିଆ ରାସ୍ତା ପାର କରିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍ ଏକ ବଡ଼ ଭୂସ୍ଖଳନ ହୋଇଛି। କିଛି ସେକେଣ୍ଡ ମଧ୍ୟରେ ସେ ତାଙ୍କ ବାଇକ୍ ସହିତ ଭଗ୍ନାବଶେଷ ତଳକୁ ଆସି ଯାଉଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଏତେ ବଡ଼ ଭୟଙ୍କର ଘଟଣା ସତ୍ତ୍ୱେ, ସେ ବଞ୍ଚି ଯାଇଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଭୂସ୍ଖଳନର ଭାଇରାଲ ଭିଡ଼ିଓ ଦେଖିବା ପରେ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।

ଅଚାନକ ଧସିଗଲା ପାହାଡ଼ିଆ ରାସ୍ତା

ଏହି ଭିଡିଓ @Kyangs_Thang ନାମକ ଜଣେ ୟୁଜର ସେୟାର କରିଛନ୍ତି। ଏଥିରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ଗତକାଲି (ଜୁନ୍ ୨୮) ଅରୁଣାଚଳ ପ୍ରଦେଶର ଲୋୟର ସିଆଙ୍ଗ ଜିଲ୍ଲାର ସିଜି ଗାଁ ନିକଟରେ ଘଟିଥିଲା। ନିରନ୍ତର ମୌସୁମୀ ବର୍ଷା ଯୋଗୁଁ ପାର୍ବତୀୟ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ବୃଦ୍ଧି ପାଇଛି। ଭାଇରାଲ ଭିଡିଓରେ, ଦେଖିବାକୁ ମିଳୁଛି ଯେ ଜଣେ ବାଇକ୍ ଚାଳକ ସତର୍କତାର ସହ ଏକ ସଂକୀର୍ଣ୍ଣ, କାଦୁଅ ରାସ୍ତାରେ ପାର ହେଉଥିବା ସମୟରେ ହଠାତ୍ ରାସ୍ତାର ଏକ ଅଂଶ ଧସିବାରେ ଲାଗିଛି।

ଭଗ୍ନାବଶେଷ ସହିତ ପାହାଡ଼ ତଳକୁ ଆସିଗଲେ ବାଇକ ଆରୋହୀ
ଏହି ଭିଡିଓର ଆପଣ ଦେଖିବାକୁ ପାଇବେ ଯେ କାଦୁଅ, ପଥର ଏବଂ ଭଗ୍ନାବଶେଷର ଏକ ବଡ଼ ଅଂଶ ବାଇକ୍ ଚାଳକଙ୍କୁ ପାହାଡ଼ ତଳକୁ ଠେଲି ନେବାରେ ଲାଗିଛି। ଭଗ୍ନାବଶେଷ ସିଜି ନଦୀରେ ପହଞ୍ଚିବା ପରେ ଚାରିଆଡ଼େ ଧୂଳି ଏବଂ କାଦୁଅ ମାଡ଼ି ଯାଉଛି। ଏହା ଏକ ଆଶ୍ୱସ୍ତିର କଥା ଯେ ବାଇକ୍ ଚାଳକ ଅକ୍ଷତ ଅବସ୍ଥାରେ ରକ୍ଷା ପାଇ ପାଇଛନ୍ତି। ତାଙ୍କୁ କୌଣସି ପ୍ରକାରର ଆଘାତ ଲାଗିନାହିଁ।

ଏହା ସହ ପଢନ୍ତୁ:  ବାଦଲ ଫଟା ପରେ ଭାସିଗଲା ପୋଲ; ଫସି ରହିଛନ୍ତି ଲୋକେ

ଭିଡିଓ ଦେଖି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଲୋକେ
ଏହି ଭିଡି଼ଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, "ସେ ଅତ୍ୟନ୍ତ ଭାଗ୍ୟବାନ ଥିଲେ। ନହେଲେ ଗୋଟିଏ ଭୁଲ ପଦକ୍ଷେପ ଦ୍ୱାରା ସବୁ କିଛି ଶେଷ ହୋଇଥାନ୍ତା। ଖୁସିର କଥା ଯେ ସେ ବର୍ତ୍ତି ଯାଇଛନ୍ତି। ଅନ୍ୟ ଜଣେ ୟୁଜର ଏହାକୁ ଏକ ଚମତ୍କାର ବୋଲି କହୁଛନ୍ତି। ବର୍ଷା ସମୟରେ ପାହାଡି଼ଆ ଅଞ୍ଚଳରେ ଯାତ୍ରା କରିବା ସମୟରେ ଅତ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored