Videos
|
National

Assam Leopard Attack / ଫାଶରୁ ଖସି ଗ୍ରାମବାସୀଙ୍କୁ ଆକ୍ରମଣ କଲା ବାଘ, ଶେଷରେ ଘେରି ମାରିଦେଲେ ଲୋକେ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଫାଶରୁ ଖସି ଗ୍ରାମବାସୀଙ୍କୁ ଆକ୍ରମଣ କଲା ବାଘ, ଶେଷରେ ଘେରି ମାରିଦେଲେ ଲୋକେ
Photo Source: Social Media/AI

Key Points

ଆସାମର ଡିବ୍ରୁଗଡ଼ ଜିଲ୍ଲାର ଲେଜାଇ ଦେୱାନବାଡ଼ି ଗାଁରେ କଲରାପତ୍ରିଆ ବାଘ ଆତଙ୍କ ଖେଳାଇଥିଲା। ବନ ବିଭାଗର ଧରିବା ଅଭିଯାନ ବେଳେ ଫାଶରୁ ଖସି ବାଘଟି ପ୍ରାୟ ୪ ଜଣଙ୍କୁ ଆକ୍ରମଣ କରିଥିଲା। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବାଘକୁ ଘେରି ମାରିଦେଇଥିଲେ। ଆହତଙ୍କ ଚିକିତ୍ସା ଚାଲିଛି। ଘଟଣାକୁ ନେଇ ବନ ବିଭାଗର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠିଛି।

ଡିବ୍ରୁଗଡ଼, ଆସାମ:    ଗତ ରବିବାର (୨୨ ନଭେମ୍ବର) ଆସାମର ଡିବ୍ରୁଗ଼ଡ଼ ଜିଲ୍ଲାର ଏକ ଗାଁରେ କଲରାପତ୍ରିଆ ବାଘର ଉପସ୍ଥିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ବନ ବିଭାଗ ଏହାକୁ ଧରିବାକୁ ପ୍ରୟାସ କରିବା ସମୟରେ, ଏହି ବାଘ ଫାଶରୁ ଖସି ଯାଇ ପ୍ରାୟ ୪ ଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା। ଏହା ପରେ କ୍ରୋଧିତ ଗ୍ରାମବାସୀ ସେହି ବାଘକୁ ଘେରିଯାଇ ହତ୍ୟା କରିଥିଲେ। ରବିବାର ସକାଳେ ଏକ କଲରାପତ୍ରିଆ ବାଘ ଆକ୍ରମଣ ଡିବ୍ରୁଗଡ଼ ଜିଲ୍ଲାର ଲେଜାଇ ଦେୱାନବାଡ଼ି ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା। ରିପୋର୍ଟ ଅନୁଯାୟୀ ସକାଳ ସମୟରେ ଏହି ବାଘ ନଜର ଆସିବା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ବନ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ।

ଖବର ପାଇବା ପରେ, ବନ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ହେଲେ ତଥାପି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ଉଦ୍ଧାରକାରୀ ଦଳ ବାଘ ଧରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲା। ରିପୋର୍ଟ ଅନୁଯାୟୀ ସେମାନଙ୍କ ପାଖରେ କେବଳ ଏକ ଫାଶ ଥିଲା। ବାଘକୁ ଧରିବା ପାଇଁ ସେମାନେ ସ୍ଥାନୀୟ ଲୋକଙ୍କ ସହାୟତା ଉପରେ ନିର୍ଭରଶୀଳ ରହିଥିଲେ।

ଏହା ସହ ପଢନ୍ତୁ: ଜାରି ରହିଛି ଆତଙ୍କ; ମାସକରେ ଧରା ହେଲେଣି ୧୨ କଲରା ପତ୍ରିଆ

ଦଳାଚକଟା ଭଳି ପରିସ୍ଥିତି ହୋଇଥିଲା ସୃଷ୍ଟି
ଗାଁରେ ଆତଙ୍କ ଖେଳାଇଥିବା ସେହି ବାଘକୁ ଧରିବାକୁ ଅନେକ ଚେଷ୍ଟା କରାଯାଇଥିଲା। ତାକୁ ଜାଲରେ ଫସାଇ ଧରିବା ପାଇଁ ଯୋଜନା କରାଯାଇଥିଲା। ହେଲେ ସେହି ବାଘ ଧରିବା ବେଳେ ପରିସ୍ଥିତି ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଚିତାବାଘ ଫାଶରୁ ଖସି ପଳାଇ ଯିବାରେ ସଫଳ ହେବା ସହ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପ୍ରାୟ ୪ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ଚିତାବାଘ ଆକ୍ରମଣ କରିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଲୋକେ ବାଘ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏଣେତେଣେ ଦୌଡ଼ାଦୌଡ଼ି କରିବାକୁ ଲାଗିଥିଲେ। ହେଲେ ଶେଷରେ ବାଘ ଆକ୍ରମଣରେ  କ୍ରୋଧିତ ଏବଂ ଭୟଭୀତ ହୋଇ ଉଠିଥିବା ଗ୍ରାମବାସୀ ତାକୁ ଘେରି ଯାଇଥିଲେ। କିଛି ସମୟ ପରେ ସେଠାରେ ଉପସ୍ଥିତ ଲୋକଙ୍କ ଭିଡ଼ ବାଘକୁ ମାରି ପକାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବନ୍ୟପ୍ରାଣୀଙ୍କ ମୃତ୍ୟକୁ ନେଇ ବ୍ୟାପକ ଆଲୋଚନା ଆରମ୍ଭ ହୋଇଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଘୁଷୁରୀ ପାଇଁ ବିଛା ହୋଇଥିଲା ଜାଲରେ ଫସି ପ୍ରାଣ ହରାଇଲା କଲରା ପତ୍ରିଆ; ୩ ଗିରଫ

ଡାକ୍ତରଖାନାରେ ଚାଲିଛି ଚିକିତ୍ସା
ବାଘ ଆକ୍ରମଣରେ ଆହତ ଗ୍ରାମବାସୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ଅବସ୍ଥା ବିଷୟରେ ବର୍ତ୍ତମାନ କିଛି ଖବର ମିଳିନାହିଁ। ଏହି ଘଟଣା ବନ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ଲୋକ କହିଛନ୍ତି ଯେ ଯଦି ଉଦ୍ଧାର କାର୍ଯ୍ୟ ଆବଶ୍ୟକୀୟ ପ୍ରସ୍ତୁତି ଏବଂ ପର୍ଯ୍ୟାପ୍ତ ସମ୍ବଳ ସହିତ କରାଯାଇଥାନ୍ତା, ତାହେଲେ ଗ୍ରାମବାସୀ କିମ୍ବା ବାଘ କେହି ଆହତ ହୋଇନଥାନ୍ତେ।

ବାଘର ମୃତ୍ୟୁ ବନ୍ୟପ୍ରାଣୀ ସଂରକ୍ଷଣ ବିଷୟରେ ଏକ ନୂତନ ବିତର୍କ ମଧ୍ୟ ସୃଷ୍ଟି କରିଛି। ଗ୍ରାମବାସୀ ଏବଂ ବନ ବିଭାଗ ମଧ୍ୟରେ ଏହି ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି। ଏବେ, ସମସ୍ତେ ବନ ବିଭାଗ ଉପରେ ନଜର ରଖିଛନ୍ତି। ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ'ଣ ରହିଛି ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ହୋଇଥିବା ତ୍ରୁଟିର ତଦନ୍ତ କରିବ କି ନାହିଁ।