Assam UCC Bill 2026 / ଆସାମ ବିଧାନସଭାରେ ୟୁସିସି ବିଲ୍ ଆଗତ; ବଦଳିବ କେଉଁ ନିୟମ? କାହାକୁ ମିଳିବ ଆଶ୍ୱସ୍ତି?
·1 hour ago·2 min read

Key Points
ଆସାମ ସରକାର ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ୨୦୨୬ ଆଗତ କରିଛନ୍ତି। ଯାହାର ଲକ୍ଷ୍ୟ ହେଉଛି ବିବାହ ସମ୍ବନ୍ଧୀୟ ନିୟମକୁ ସମସ୍ତ ଧର୍ମ ପାଇଁ ସମାନ ଭାବରେ ଲାଗୁ କରିବା।
Assam Govt tables UCC Bill 2026: ଆସାମ ସରକାର ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ୨୦୨୬ ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅତୁଲ ବୋରା ଏହି ବିଲ୍ ଆଗତ କରିଛନ୍ତି। ଆସାମ ୟୁସିସି ବିଲ୍ ୨୦୨୬ ଉପରେ ମଙ୍ଗଳବାର (ମେ ୨୬) ବିଧାନସଭାରେ ବିତର୍କ ହେବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ ଯଦି ସେ କ୍ଷମତାକୁ ଫେରନ୍ତି ତାହେଲେ ତାହେଲେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି) ବିଲ୍ ଆଗତ କରିବେ। ଏହି ଆଇନର ଲକ୍ଷ୍ୟ ହେଉଛି ବିବାହ ପାଇଁ ସର୍ବନିମ୍ନ ବୟସ, ବହୁବିବାହ, ସମ୍ପତ୍ତି ଅଧିକାର, ବିବାହ ପଞ୍ଜିକରଣ ଏବଂ ଲିଭ୍-ଇନ୍ ସମ୍ପର୍କ ଭଳି ବିଷୟକୁ ଏକ ସମାନ ଆଇନଗତ ଢାଞ୍ଚା ଅଧିନରେ ଆଣିବା। ଏହି ଆଇନ ପ୍ରଣୟନ ହେବା ପରେ, ସମସ୍ତ ଧର୍ମର ଲୋକଙ୍କ ପାଇଁ ଉପରୋକ୍ତ ସମାନ ବିଷୟ ପାଇଁ ସମାନ ନିୟମ ଲାଗୁହେବ।
ଆସାମ ୟୁସିସି ବିଲ୍ ୨୦୨୬ ଆଇନରେ ପରିଣତ ହେବା ପରେ କ'ଣ ପରିବର୍ତ୍ତନ ହେବ?
ୟୁସିସି ବିଲ୍ ବିବାହ, ଛାଡପତ୍ର, ଉତ୍ତରାଧିକାର ଏବଂ ଲିଭ୍-ଇନ୍ ସମ୍ପର୍କ ସହିତ ଜଡିତ ଆଇନକୁ ଏକୀକୃତ କରିବ। ଏହି ବିଲ୍ ବହୁବିବାହ ପ୍ରଥାକୁ ନିଷିଦ୍ଧ କରିଦେବ। ଏହି ବିଲ୍ ଆସାମରେ ଲିଭ୍-ଇନ୍ ସମ୍ପର୍କ ପାଇଁ ଏକ ଆଇନଗତ ଢାଞ୍ଚା ପ୍ରଦାନ କରିବ। ଏହି ଆଇନ ଅଧିନରେ ସମସ୍ତ ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ। ଲିଭ୍-ଇନ୍ ସମ୍ପର୍କରୁ ଜନ୍ମିତ ଯେକୌଣସି ସନ୍ତାନକୁ ଦମ୍ପତିଙ୍କ ବୈଧ ସନ୍ତାନ ଭାବରେ ବିବେଚନା କରାଯିବ। ଅତି କମରେ ଜଣେ ସାଥି ବିବାହିତ କିମ୍ବା ନାବାଳକ ହେଲେ ଲିଭ୍-ଇନ୍ ସମ୍ପର୍କ ପଞ୍ଜୀକୃତ ହେବ ନାହିଁ। ଉତ୍ତରାଧିକାର ଏବଂ ଉତ୍ତରାଧିକାରୀ ପାଇଁ ସମାନ ଆଇନ ଲାଗୁ ହେବ। ପୁରୁଷଙ୍କ ପାଇଁ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ହେବ। ଆସାମ ୟୁସିସି ବିଲ୍ ବିଦ୍ୟମାନ ଧାର୍ମିକ ଏବଂ ପାରମ୍ପରିକ ପ୍ରଥା ଅନୁଯାୟୀ ବିବାହ କରିବାକୁ ଅନୁମତି ଦେଇଥାଏ। ସମସ୍ତ ବିବାହ ଏବଂ ଛାଡପତ୍ରର ପଞ୍ଜୀକରଣ ବାଧ୍ୟତାମୂଳକ। ଆଦିବାସୀ ସମ୍ପ୍ରଦାୟକୁ ଏହି ବ୍ୟବସ୍ଥାରୁ ମୁକ୍ତ କରାଯାଇଛି।
ଏହା ସହ ପଢନ୍ତୁ: ମିଳିଲା କ୍ୟାବିନେଟ୍ ମଞ୍ଜୁରୀ; ଆସାମରେ ଲାଗୁ ହେବ ୟୁସିସି
କେବେ ହେବ ୟୁସିସି ବିଲ୍ ଉପରେ ଚର୍ଚ୍ଚା?
ଆସାମ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଗତ ମେ ୨୧ ତାରିଖରୁ ୨୬ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଶେଷ ଦିନରେ ୟୁସିସି ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆସାମ ବିଧାନସଭାରେ ଆଗତ ୟୁସିସି ବିଲ୍ ଅନୁଯାୟୀ, ଏହାର ଉଦ୍ଦେଶ୍ୟ ବିବାହ, ଛାଡପତ୍ର, ଉତ୍ତରାଧିକାର ଏବଂ ପତି-ପତ୍ନୀ ସମ୍ପର୍କ ସହିତ ଜଡି଼ତ ଆଇନକୁ ନିୟନ୍ତ୍ରଣ କରିବା। ଏହା ବହୁ ବିବାହକୁ ମଧ୍ୟ ନିଷିଦ୍ଧ କରିବା ସହ ପୁରୁଷଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Assam UCC Bill 2026Assam Govt tables UCC Bill 2026Assam Uniform Civil Code rulesAssam UCC live in relationship registrationPolygamy ban in AssamHimanta Biswa Sarma UCC billAssam UCC tribal exemptionsScheduled Tribes exempted from UCC AssamAssam marriage and divorce registration lawNew marriage rules in Assam 2026