SIM Box Racket / ଜଗତସିଂହପୁରରୁ ବିହାର; ସିମ୍ ବକ୍ସ ଠକେଇର ଓଡ଼ିଶା ଲିଙ୍କ୍, CBIର ବଡ଼ ପର୍ଦ୍ଦାଫାସ
·1 hour ago·2 min read

Key Points
ସିମ୍ ବକ୍ସ ଠକେଇର ଓଡ଼ିଶା ଲିଙ୍କ୍
ସିବିଆଇର ବଡ଼ ପର୍ଦ୍ଦାଫାସ
ଜଗତସିଂହପୁରରୁ ବିହାର
ସାଇବର୍ ଠକଙ୍କ ମାଷ୍ଟର ପ୍ଲାନ୍
ସିବିଆଇର ବଡ଼ ପର୍ଦ୍ଦାଫାସ
ଜଗତସିଂହପୁରରୁ ବିହାର
ସାଇବର୍ ଠକଙ୍କ ମାଷ୍ଟର ପ୍ଲାନ୍
ଓଡ଼ିଶାରୁ ସିମ୍ କାର୍ଡ ସଂଗ୍ରହ, ବିହାରରେ ସିମ୍ ବକ୍ସ ଅପରେସନ୍, ସାରା ଦେଶରେ ତାଣ୍ଡବ ରଚୁଛନ୍ତି ସାଇବର୍ ଲୁଟେରା । ରାଜ୍ୟ ବାହାରେ ଚାଲିଥିବା ଏକ ଅତି ସାଂଘାତିକ ଏବଂ ବଡ଼ ସାଇବର୍ କ୍ରାଇମ୍ ନେଟୱାର୍କର ପର୍ଦ୍ଦାଫାସ କରିଛି CBI । ଆଉ ଏହି ବିଶାଳ ସାଇବର୍ ରାକେଟର ଖିଅ ଖୋଜୁ ଖୋଜୁ CBI ପହଞ୍ଚିଛି ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ । ଜଗତସିଂହପୁରର ୧୦ଟି ସ୍ଥାନରେ ଘନଘନ ଚଢ଼ାଉ କରିବା ସହ ଜଣେ ମୋବାଇଲ୍ ନେଟୱର୍କ ଏରିଆ ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରିଛି ସିବିଆଇ । 'ଡିଜିଟାଲ୍ ଆରେଷ୍ଟ'ଠାରୁ ଆରମ୍ଭ କରି ଦେଶସାରା ୭୩ରୁ ଅଧିକ ସାଇବର୍ ଠକେଇ ପଛରେ ରହିଛି ଏହି ସିମ୍ ବକ୍ସ ନେଟୱାର୍କ ।
ଗତବର୍ଷ ବିହାରର ବୈଶାଲୀ ଏବଂ ସୁପୌଲ ଜିଲ୍ଲାରେ ଏକ ବେଆଇନ ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ ହୋଇଥିଲା । ତଦନ୍ତକାରୀ ସଂସ୍ଥା ଯେତେବେଳେ ଏହାର ଗଭୀରକୁ ଗଲା, ସେତେବେଳେ ସାମ୍ନାକୁ ଆସିଥିଲା ଓଡ଼ିଶା ଲିଙ୍କ୍ । ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା ବେଆଇନ ସିମ୍ କାର୍ଡଗୁଡ଼ିକୁ ଜଗତସିଂହପୁରର ଜଣେ ଏରିଆ ଡିଷ୍ଟ୍ରିବ୍ୟୁଟର ସୀମା ପାର୍ ବିହାରୀ ସାଇବର ଲୁଟେରାଙ୍କୁ ଯୋଗାଉଥିଲା । ଏହି ସାଂଘାତିକ ପ୍ରମାଣ ମିଳିବା ପରେ ସିବିଆଇ ତୁରନ୍ତ ଏହି ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରିବା ସହ ଜଗତସିଂହପୁରର ପାଖାପାଖି ୧୦ଟି ସ୍ଥାନରେ ଏକାସାଙ୍ଗରେ ରେଡ୍ ମାରିଛି । ବିହାରର ବୈଶାଳୀରେ ବସି ସାଇବର ଲୁଟେରାମାନେ ବେଆଇନ ସିମ୍ ବକ୍ସ ଜରିଆରେ ସାରା ଦେଶରେ ରଚୁଥିଲେ ଲୁଟ୍ର ମାଷ୍ଟରପ୍ଲାନ୍ ।
ପଢନ୍ତୁ ଏହି ଖବର: ଗୁରୁ ନାଁରେ କଳଙ୍କ; ଟ୍ୟୁସନ ବାହାନାରେ ହୋଟେଲରେ ରଖି ଛାତ୍ରଙ୍କୁ ଯୌନ ନିର୍ଯାତନା

- ବିପୁଳ ପରିମାଣର ମୋବାଇଲ ଜବତ
ପଢନ୍ତୁ ଏହି ଖବର: ଗୁରୁ ନାଁରେ କଳଙ୍କ; ଟ୍ୟୁସନ ବାହାନାରେ ହୋଟେଲରେ ରଖି ଛାତ୍ରଙ୍କୁ ଯୌନ ନିର୍ଯାତନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗ୍ରାହକଙ୍କ ଅଜାଣତରେ ଠକେଇ
Related Topics
Explore more stories