Videos
|
National

Dowry Death / ବିବାହକୁ ମାତ୍ର ୬ ମାସ; ଛାତରୁ ଖସି ନବ ବିବାହିତାଙ୍କ ମୃତ୍ୟୁ, ବନ୍ଧା ହେଲା ସ୍ଵାମୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିବାହକୁ ମାତ୍ର ୬ ମାସ; ଛାତରୁ ଖସି ନବ ବିବାହିତାଙ୍କ ମୃତ୍ୟୁ, ବନ୍ଧା ହେଲା ସ୍ଵାମୀ
Husband Arrested After Newlywed Woman Dies

Key Points

ବିବାହର ୬ ମାସରେ ସ୍ତ୍ରୀର ମୃତ୍ୟୁ ମାମଲାରେ ସ୍ଵାମୀକୁ ବାନ୍ଧିଲା ପୋଲିସ । ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି ଯୌତୁକ ଦାବି ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁର ହୃଦୟ ବିଦାରକ ଘଟଣା ।
ନୂଆଦିଲ୍ଲୀ: ପ୍ରଥମେ ଯୌତୁକ ଦାବି, ନିର୍ଯାତନା ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ । ବିବାହର ୬ ମାସରେ ସ୍ତ୍ରୀର ମୃତ୍ୟୁ ମାମଲାରେ ସ୍ଵାମୀକୁ ବାନ୍ଧିଲା ପୋଲିସ । ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି ଯୌତୁକ ଦାବି ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁର ହୃଦୟ ବିଦାରକ ଘଟଣା ।

ମୃତକଙ୍କ ଭାଇ ପ୍ରଭାତଙ୍କ ଅଭିଯୋଗ କ୍ରମେ ପୋଲିସ ଶ୍ଵଶୁର ଘରର ୫ ଜଣଙ୍କ ବିରୋଧରେ ଯୌତୁକ ମୃତ୍ୟୁ, ମାରପିଟ, ନିର୍ଯାତନା ଆଦି ମାମଲାରେ ଏତଲା ଦାଏର କରିଛି । ସ୍ଵାମୀ ଗୌରବଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।

ଏଥିସହ ପଢ଼ନ୍ତୁ: ଦୋଳି ଖେଳିବା ବେଳେ ଅଘଟଣ; ଉପୁଡ଼ିଗଲା ମହିଳାଙ୍କ ଖପୁରୀ 

ଏତଲା ଅୁନସାରେ, ମୁରାଦନଗରର ଆକୃତିଙ୍କ ବିବାହ ପ୍ରାୟ ୬ ମାସ ତଳେ ରମେଶଙ୍କ ପୁଅ ଗୌରବଙ୍କ ସହ ହୋଇଥିଲା । ଅଭିଯୋଗରେ ଦର୍ଶାଯାଇଛି ଯେ, ବିବାହ ବେଳେ ଶ୍ଵଶୁର ଘର ଲୋକେ କାର୍ ସହ ଅନ୍ୟ ଦାବି କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ମାର୍ଚ୍ଚ ୨୩ରେ ଆକୃତି ଓ ଗୌରବ ଗାଜିଆବାଦ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କୋର୍ଟ ମ୍ୟାରେଜ୍ କରିଥିଲେ । ଅଭିଯୋଗ ହେଉଛି, ବିବାହର କିଛି ସମୟ ପରେ ଗୌରବ, ଆକୃତିଙ୍କୁ ୩୦ ଲକ୍ଷ ଟଙ୍କା ସହ ସ୍କର୍ପିଓ ମାଗିବା ଆରମ୍ଭ କରିଥିଲେ ।

ଯୌତୁକ ଦାବି ପୂରଣ ନ ହେବାରୁ ଆକୃତିଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ । ଆକୃତିଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଝିଅ ଲୁଚାଛପାରେ ତାକୁ ଦିଆ ଯାଉଥିବା ନିର୍ଯାତନା ନେଇ ଜଣାଇଥିଲା । ଏପରିକି ଶ୍ଵଶୁର ଘର ଲୋକେ ଧମକାଉଥିବା କହିଥିଲା ।

ସେପ୍ଟେମ୍ବର ୭ ତାରିଖ ରାତି ପ୍ରାୟ ୯ଟାରେ ଆକୃତି ଘର ଲୋକଙ୍କୁ କଲ୍ କରିଥିଲା । ସ୍ଵାମୀ ସୌରଭ, ଶ୍ଵଶୁର ରମେଶ, ଶାଶୁ ଓ ନଣନ୍ଦ ମାଡ଼଼ ମାରିଥିବା ଏବଂ ଜୀବନରେ ମାଦିଦେବାକୁ ପ୍ରୟାସ କରିଥିବା କହିଥିଲା ଆକୃତି । ଫୋନ୍ କଟିବାର କିଛି ସମୟରେ ଗୌରବଙ୍କ ଘର ଲୋକ ଫୋନ୍ କରି କହିଥିଲେ ଆକୃତି ଛାତରୁ ଖସି ପଡ଼ିଛି । ଆମେ ତାକୁ ହସ୍ପିଟାଲ୍ ନେଉଛୁ ।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରଦେଶରେ ସ୍ୱାଇନ୍ ଫ୍ଲୁ ଚିନ୍ତା: ୬୫ ଆକ୍ରାନ୍ତ, ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ 

ଆକୃତିଙ୍କ ଘର ଲୋକ ମେଡିକାଲ୍‌ରେ ପହଞ୍ଚିବା ବେଳକୁ ଚିକିତ୍ସା ଚାଲିଥିଲା । ତେବେ ସେପ୍ଟେମ୍ବର ୧୦ ତାରିଖରେ ଡକ୍ଟର ଆକୃତିକୁ ମୃତ ଘୋଷଣା କରିଥିଲେ । ଯାହାପରେ ଆକୃତିଙ୍କ ଭାଇ ପ୍ରଭାତ ଥାନାରେ ଏତଲା ଦେଇଥିଲେ । ପୋଲିସ ବିଏନଏସର ଧାର ୮୦, ୯୫, ୧୧ (୨), ୩୫୨ରେ ମାମଲା ରୁଜୁ କରି ଗୌରବକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଚଢ଼ାଉ କରିଛି ।