Videos
|
National

August 15 Weather Alert / ଅଗଷ୍ଟ ୧୫ରେ କିଭଳି ରହିବ ପାଗ ? ପ୍ରବଳ ବର୍ଷା ଚେତାବନୀ

Sushanta Sahoo
Browse all articles by Sushanta Sahoo
·48 mins ago·2 min read
ଅଗଷ୍ଟ ୧୫ରେ କିଭଳି ରହିବ ପାଗ ? ପ୍ରବଳ ବର୍ଷା ଚେତାବନୀ
Heavy Rain Warning Across Several States

Key Points

ଅଗଷ୍ଟ ୧୫ରେ ବଡ଼ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । IMDର ବୁଲେଟିନ୍ ଅନୁସାରେ, ଆସନ୍ତାକାଲି ଦେଶର ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।
ନୂଆଦିଲ୍ଲୀ: ଉତ୍ତର ଭାରତରେ ସକ୍ରିୟ ରହିଛି ମୌସୁମୀ । ସେପଟେ ପୂର୍ବ ଭାରତରେ ବଙ୍ଗୋପସାଗରରେ ଅବପାତ ପାଇଁ ଲଗାତାର ବର୍ଷା ଜାରି ରହିଛି । ଏହାରି ଭିତରେ ଅଗଷ୍ଟ ୧୫ରେ ବଡ଼ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

IMDର ବୁଲେଟିନ୍ ଅନୁସାରେ, ଆସନ୍ତାକାଲି ଦେଶର ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ଦିଲ୍ଲୀରୁ ନେଇ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ… ୨୦ ଅଗଷ୍ଟ ବେଳକୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ 

ଦିଲ୍ଲୀ-NCRରେ ବର୍ଷା

ଦିଲ୍ଲୀ-NCRରେ ଶୁକ୍ରବାର ଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଶନିବାର ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଦିଲ୍ଲୀର ଆକାଶ ଶନିବାର ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ୟୁପିକୁ ବର୍ଷା ବିପଦ

ସେହିଭଳି ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଶନିବାର ବର୍ଷା ହୋଇପାରେ । IMD ଅନୁସାରେ, ୨୦ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବର୍ଷା ସମ୍ଭାବନା ରହିଛି ।


IMDର ପୂର୍ବାନୁମାନ ଅନୁସାରେ, ବିହାରରେ ଶନିବାର ବର୍ଷା ଲାଗି ରହିବ । ୧୬ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

କେଉଁଠି ହେବ ଅଧିକ ବର୍ଷା ?

ପ୍ରବଳରୁ ଅତି ପ୍ରବଳ ବର୍ଷା: ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷା: ଜମ୍ମୁ-କାଶ୍ମୀର, ଲଦାଖ, ମୁଜଫରାବାଦ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଞ୍ଜାବ, ପଶ୍ଚିମ ଉତ୍ତରପ୍ରଦେସ, ପୂର୍ବ ଉତ୍ତରପ୍ରଦେଶର ଅନେକାଂଶରେ ପ୍ରବଳ ବର୍ଷା ହୋଇପାରେ ।

ଏଥିସହ ପଢ଼ନ୍ତୁ: ପୁଣି କୂଳ ଲଙ୍ଘିଲା ସମୁଦ୍ର, ଘରେ ପଶିବ ସମୁଦ୍ରପାଣି, ଲୋକେ ଭୟଭୀତ 

ଆଗାମୀ ସପ୍ତାହରେ କେମିତି ରହିବ ପାଗ ?

ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ଆସନ୍ତାକାଲି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଗଷ୍ଟ ୨୦ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: