Aurangabad Aurangzeb Tomb Maharashtra / ଔରଙ୍ଗାବାଦରୁ ହଟାଯିବ ଔରଙ୍ଗଜେବ ସମାଧି; ମନ୍ତ୍ରୀ କହିଲେ କେବେ ହଟାଯିବ
·1 hour ago·3 min read

Key Points
ଏଠାରେ ଉଲ୍ଲେଖଯୋଗ୍ୟ ଯେ ହୁମାଁୟୁ ଏବଂ ଆକବରଙ୍କ ପରି ମୋଗଲ ଶାସକଙ୍କ କବର ଉପରେ ଭବ୍ୟ ସମାଧି ନିର୍ମିତ ହୋଇଥିଲେ ମଧ୍ୟ, ଔରଙ୍ଗଜେବଙ୍କ ସମାଧି ଖୋଲା ଆକାଶ ତଳେ ରହିଛି।
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ଜିଲ୍ଲାର ଔରଙ୍ଗାବାଦ ଠାରେ ଅବସ୍ଥିତ ଔରଙ୍ଗଜେବ ସମାଧି ହଟାଯିବ। ଏନେଇ ଜୋରସୋରରେ ଦାବି ଉଠିବାରେ ଲାଗିଛି। ଆଉ ଏହି ଦାବି ଉଠାଇଛନ୍ତି ଖୋଦ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତେଶ ରାଣେ। ମନ୍ତ୍ରୀ ଦାବି କରିଛନ୍ତି ଯେ ଖୁଲଦାବାଦ ଠାରେ ଥିବା ଔରଙ୍ଗଜେବଙ୍କ ସମାଧି ଖୁବ୍ ଶୀଘ୍ର ହଟାଯିବ। ଏହାକୁ ହଟାଯିବାର ତାରିଖ ମଧ୍ୟ ସ୍ଥିର କରାଯାଇଛି। ହେଲେ ତଥାପି ସେ ଏହି ତାରିଖ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ଏହା ପ୍ରଥମ ଥର ହୋଇନାହିଁ, ଯେତେବେଳେ ଔରଙ୍ଗାବାଦରେ ଅବସ୍ଥିତ ଔରଙ୍ଗଜେବ ସମାଧି ହଟାଇବା ପ୍ରସଙ୍ଗ ଉଠାଯାଇଛି। ଔରଙ୍ଗଜେବଙ୍କ ସମାଧି ହଟାଯିବା ନେଇ ମହାରାଷ୍ଟ୍ର ରାଜନୀତିରେ ବହୁ ଦିନ ଧରି ରାଜନୈତିକ ବିତର୍କ ଜାରି ରହିଛି।
ଔରଙ୍ଗଜେବଙ୍କ ସମାଧି ହଟାଇବା ପାଇଁ ଉଠିଲା ଦାବି
ଗତ ବର୍ଷ ମଧ୍ୟ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ନେଇ ଦାବି ତୀବ୍ର ଭାବରେ ଉଠିଥିଲା। ଅନେକ ହିନ୍ଦୁତ୍ୱବାଦୀ ସଙ୍ଗଠନ ଏହି ସମାଧି ହଟାଇବାକୁ ଦାବି କରିଥିଲେ। ଏହା ପରେ ଔରଙ୍ଗାବାଦ ସ୍ଥିତ ଔରଙ୍ଗଜେବ ସମାଧିସ୍ଥଳରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ଏବେ ମନ୍ତ୍ରୀ ନିତେଶ ରାଣେ ଏହି ସମାଧି ହଟାଇବାକୁ ଦାବି ଉଠାଇବା ପୁଣି ଥରେ ଏହି ପ୍ରସଙ୍ଗ ଥରେ ଚର୍ଚ୍ଚାକୁ ଆସିଛି। ମନ୍ତ୍ରୀ ଔରଙ୍ଗାବାଦ ସ୍ଥିତ ଔରଙ୍ଗଜେବ ସମାଧି ହଟାଯିବା ପାଇଁ ତାଙ୍କର ଦାବିକୁ ପୁନର୍ବାର ଦୋହରାଇଛନ୍ତି। ଗୁରୁବାର (ଅକ୍ଟୋବର ୨୯) ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ ଏହି ଦାବି ଉଠାଇଥିଲେ। ଏନେଇ ମନ୍ତ୍ରୀ କହିଥିଲେ ଯେ ସେ ଏହି ସମୟରେ ସମାଧି ହଟାଇବାର ତାରିଖ ପ୍ରକାଶ କରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାଭୀସ ଜାଣିଛନ୍ତି କେବେ ସମାଧି ହଟାଇବା ତାରିଖ ଘୋଷଣା କରାଯିବ।
ଦିଲ୍ଲୀ ଗାଦିରେ ୪୯ ବର୍ଷ ଧରି ବସିଥିଲେ ଔରଙ୍ଗଜେବ ଆଲମଗିରି
ଧର୍ମାନ୍ଧ ମୋଗଲ ଶାସକ ଔରଙ୍ଗଜେବ ଆଲମଗିରି (Aurangzeb Alamgir) ଅଷ୍ଟାଦଶ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ମୋଗଲ ଶାସକ ରହିଥିଲେ। ଆଜକୁ ପ୍ରାୟ ୩୧୯ ବର୍ଷ ପୂର୍ବେ ୧୭୦୭ ମସିହା ମାର୍ଚ୍ଚ ୩ ତାରିଖରେ ୮୮ ବର୍ଷ ବୟସରେ ତତ୍କାଳୀନ ଅହମ୍ମଦ ନଗର (ବର୍ତ୍ତମାନର ଅହିଲ୍ୟାନଗର ଜିଲ୍ଲା) ଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ବେଳକୁ ଔରଙ୍ଗଜେବ ଅସୁସ୍ ହୋଇ ପଡ଼ିଥିଲେ। ସେତେବେଳେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା। ତାଙ୍କ ଶରୀର ହାର ମାନି ସାରିଥିଲା। ଏହି ମୋଗଲ ଶାସକ ୪୯ ବର୍ଷ ଧରି ଦିଲ୍ଲୀ ଗାଦିରେ ବସିଥିଲେ। ତାଙ୍କୁ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲା ସ୍ଥିତ ନିକଟବର୍ତ୍ତୀ ଖୁଲଦାବାଦ ଠାରେ କବର ଦିଆଯାଇଥିଲା। ପୂର୍ବରୁ ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ନାମ ଔରଙ୍ଗବାଦ ରହିଥିଲା।
ଏହା ସହ ପଢନ୍ତୁ: ଭୋଟର ତାଲିକାରେ ଶହୀଦ ଭଗତ ସିଂହଙ୍କ ଫଟୋ ପାଇଁ ତେଜିଲା ବିବାଦ; ଜବାବ ରଖିଲା ପ୍ରଶାସନ
ଖୋଲା ଆକାଶ ତଳେ ଔରଙ୍ଗଜେବର ସମାଧି
ଏଠାରେ ଉଲ୍ଲେଖଯୋଗ୍ୟ ହୁମାଁୟୁ ଏବଂ ଆକବରଙ୍କ ଭଳି ମୋଗଲ ଶାସକଙ୍କ ମୃତ୍ୟୁ ପରେ ତାଙ୍କର ଭବ୍ୟ ସମାଧି ନିର୍ମିତ ହୋଇଥିବା। ହେଲେ ବ୍ୟତିକ୍ରମ ସ୍ୱରୂପ ଖୁଲଦାବାଦ ସ୍ଥିତ ଔରଙ୍ଗଜେବଙ୍କ ସମାଧି ଖୋଲା ଆକାଶ ତଳେ ରହିଛି। ଐତିହାସିକ କହିଛନ୍ତି ଯେ ସେ ନିଜେ ମୃତ୍ୟୁ ପରେ ତାଙ୍କୁ ଅତ୍ୟନ୍ତ ସରଳତା ସହିତ କବର ଦିଆଯାଉ ବୋଲି ନିଜେ ଔରଙ୍ଗଜେବ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କୁ ସୁଫି ସନ୍ଥ ଶେଖ ଜୈନୁଦ୍ଦିନ ଶିରାଜିଙ୍କ ସମାଧି ନିକଟରେ ଅତ୍ୟନ୍ତ ସରଳତାର ସହିତ କବର ଦେବାକୁ କହିଥିଲେ। ଔରଙ୍ଗଜେବ ସମାଧି ବିଗତ ୩ ଶତାବ୍ଦୀ ଧରି ଖୁଲଦାବାଦ ଠାରେ ଖୋଲା ଆକାଶ ତଳେ ରହିଛି। ଏବେ ମନ୍ତ୍ରୀ ନିତେଶ ରାଣେ ଏହାକୁ ହଟାଇବା ପାଇଁ ଆହ୍ୱାନ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବା କେତେ ସହଜ?
ଯଦିଓ ମନ୍ତ୍ରୀ ନିତେଶ ରାଣେ ହୁଏତ ଔରଙ୍ଗଜେବ ସମାଧି ହଟାଇବା ବିଷୟରେ କହୁଛନ୍ତି, ହେଲେ ତାଙ୍କ ସରକାରଙ୍କ ପାଇଁ ଏହା ଏତେ ସହଜ ନୁହେଁ। ପ୍ରକୃତରେ ଏହି ସ୍ଥାନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ଅଧିନରେ ରହିଥିବା ଏକ ସଂରକ୍ଷିତ ସ୍ମାରକୀ। ଆଇନର ପରିସର ମଧ୍ୟରେ ଯେକୌଣସି କାର୍ଯ୍ୟ ଗ୍ରହଣ କରାଯିବା ଆବଶ୍ୟକ। ଆଇନ ଅନୁଯାୟୀ ଯେକୌଣସି ସଂରକ୍ଷିତ ସ୍ମାରକୀକୁ ହଟାଇବା କିମ୍ବା କ୍ଷତି ପହଞ୍ଚାଇବା ବେଆଇନ। ଏଥିପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଏହାକୁ ସଂରକ୍ଷିତ ସ୍ମାରକୀ ତାଲିକାରୁ ବାଦ ଦେବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ଏପରି ଐତିହାସିକ ସ୍ମାରକୀକୁ ଭାଙ୍ଗିବା, କ୍ଷତି ପହଞ୍ଚାଇବା କିମ୍ବା ଅପସାରଣ କରିବା ହେଉଛି ବେଆଇନ। ଏହାକୁ ହଟାଇବା ଦ୍ୱାରା ଆଇନର ଉଲ୍ଲଂଘନ ହୋଇପାରେ। ମହାରାଷ୍ଟ୍ର ସରକାର କିମ୍ବା ଅନ୍ୟ କୌଣସି ରାଜ୍ୟ ସରକାର ଏହାକୁ ନିଜେ ହଟାଇ ପାରିବେ ନାହିଁ। ସଂରକ୍ଷିତ ତାଲିକାରୁ ଯେକୌଣସି ସ୍ମାରକୀକୁ ହଟାଇବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ପାଖରେ ରହିଛି।