Videos
|
National

Confirmed Ticket / ଶୀତଦିନେ ବୁଲିବାକୁ ବାହାରିଛନ୍ତି କି ? ଟିକେଟ୍ କନଫର୍ମ ନଥିଲେ ଟ୍ରେନ୍‌ରେ ଚଢ଼ିବା ମନା

Debashree Debasmita Sahoo
Browse all articles by Debashree Debasmita Sahoo
·12 mins ago·3 min read
ଶୀତଦିନେ ବୁଲିବାକୁ ବାହାରିଛନ୍ତି କି ? ଟିକେଟ୍ କନଫର୍ମ ନଥିଲେ ଟ୍ରେନ୍‌ରେ ଚଢ଼ିବା ମନା
Confirmed Ticket Mandatory for Travel

Key Points

କେବଳ କନଫର୍ମ ଟିକେଟରେ ମିଳିବ ଯାତ୍ରା ସୁବିଧା
ତତ୍କାଳ ଓ RAC ଟିକେଟ୍ ବ୍ୟବସ୍ଥା ନାହିଁ
ଭାରତ-ନେପାଳ ଯାତ୍ରା ହେବ ଆହୁରି ସହଜ
୧୯ ଘଣ୍ଟାରେ ୬୦୪ କିଲୋମିଟର ଯାତ୍ରା
ଅଯୋଧ୍ୟାରୁ ଜନକପୁରକୁ ଗଡ଼ିବ ରାମ-ଜାନକୀ ରେଳ
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ରାମ ଜନ୍ମଭୂମି ଅଯୋଧ୍ୟାରୁ ନେପାଳର ଜନକପୁର ଧାମ ପର୍ଯ୍ୟନ୍ତ ଏବେ ରେଳ ଯୋଗେ ଯାତ୍ରା କରିବା ହେବ ସହଜ । ରାମ-ଜାନକୀ ରେଳ ସେବା ଭାରତ ଓ ନେପାଳ ମଧ୍ୟରେ ଧାର୍ମିକ ଯାତ୍ରା ସହ ଯୋଗାଯୋଗକୁ ନୂଆ ଦିଗ ଦେବ । ହେଲେ ଧ୍ୟାନ ଦେବା କଥା ହେଉଛି, ଯଦି ଆପଣ ଯାତ୍ରା କରିବାକୁ ଭାବୁଛନ୍ତି ତେବେ କେବଳ କନଫର୍ମ ଟିକେଟ୍ ଆବଶ୍ୟକ । ତତ୍କାଳ ଓ RAC ଟିକେଟ୍‌ର ସୁବିଧା ଉପଲବ୍ଧ ହେବନାହିଁ ।

  • ୨୩ ନଭେମ୍ବରରୁ ଆରମ୍ଭ
ଗତ ୨୩ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହା ଭର୍ଚୁଆଲ୍ ମାଧ୍ୟମରେ ସରୟୁ-କମଳା ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଏହି ରେଳ ସେବାର ଶୁଭାରମ୍ଭ କରିଥିଲେ । ଆସନ୍ତା ୨୮ ନଭେମ୍ବରରୁ ସାଧାରଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ଅଯୋଧ୍ୟା ଧାମରୁ ଜନକପୁର ଧାମକୁ ସଂଯୋଗ କରୁଥିବା ସରୟୁ-କମଳା ଏକ୍ସପ୍ରେସ୍ ଏକ ସାପ୍ତାହିକ ଟ୍ରେନ୍ । ପ୍ରାୟ ୬୦୪ କିଲୋମିଟର ଦୂରତାକୁ ଏହି ଟ୍ରେନ୍ ୧୯ ଘଣ୍ଟାରେ ଅତିକ୍ରମ କରିବ । ଉତ୍ତରପ୍ରଦେଶ ଓ ବିହାର ଦେଇ ନେପାଳକୁ ଯାତ୍ରା କରିବେ ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀ ।

  • କେଉଁ କେଉଁ ଷ୍ଟେସନରେ ରହିବ ଟ୍ରେନ୍ ?
ଯାତ୍ରା ସମୟରେ ଉତ୍ତରପ୍ରଦେଶର ମନକାପୁର, ବସ୍ତି ଓ ଗୋରଖପୁର ଷ୍ଟେସନରେ ରହିବ ଟ୍ରେନ୍ । ସେହିପରି ବିହାରର ନରକଟିଆଗଞ୍ଜ, ରକ୍ସୌଲ, ସୀତାମଢ଼ି, ଶିଶୋ, ମଧୁବନୀ ଓ ଜୟନଗର ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ପାଇଁ ରହଣି ସୁବିଧା ରହିଛି ।

  • ତତ୍କାଳ ଓ RAC ସୁବିଧା ନାହିଁ
ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ କିଛି ନିୟମ ମାନିବା ଜରୁରୀ । ସରୟୁ-କମଳା ଏକ୍ସପ୍ରେସ୍‌ରେ କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀ ଯାତ୍ରା କରିପାରିବେ । RAC ଟିକେଟ୍ କିମ୍ବା ତତ୍କାଳ ଟିକେଟ୍ ବ୍ୟବସ୍ଥା ଏହି ଟ୍ରେନ୍‌ରେ ଉପଲବ୍ଧ ନାହିଁ । ପ୍ରିମିୟମ୍ ତତ୍କାଳ, ବରିଷ୍ଠ ନାଗରିକ, ମହିଳା ଓ ଜରୁରୀକାଳୀନ କୋଟାରେ ମଧ୍ୟ ଟିକେଟ୍ ମିଳିବ ନାହିଁ । କେବଳ ଜେନେରାଲ୍ କୋଟାରେ ଟିକେଟ୍ ବୁକିଂ କରିହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଯାତ୍ରା ପାଇଁ ଆବଶ୍ୟକ ପରିଚୟପତ୍ର
ଏହି ଟ୍ରେନ୍‌ରେ କେବଳ ଭାରତ ଓ ନେପାଳର ନାଗରିକମାନେ ବୈଧ ପରିଚୟପତ୍ର ସହ ଯାତ୍ରା କରିପାରିବେ । ଟିକେଟ୍ ବୁକିଂ ସମୟରେ ପରିଚୟପତ୍ର ଓ ଜାତୀୟତା ସମ୍ବନ୍ଧୀୟ ବିବରଣୀ ଦେବାକୁ ପଡ଼ିବ । PRS କାଉଣ୍ଟରରେ ଟିକେଟ୍ ବୁକିଂ କଲେ ପରିଚୟପତ୍ର ଦେବା ସହ ଏହାର ଶେଷ ଚାରିଟି ଅଙ୍କ ରେକର୍ଡ କରାଯିବ।

  • ୬୦ ଦିନ ପୂର୍ବରୁ ଟିକେଟ୍ ବୁକିଂ
ଭାରତୀୟ ଯାତ୍ରୀ IRCTC ୱେବସାଇଟ୍, ଆପ୍ କିମ୍ବା ଦେଶର ଯେକୌଣସି ପାସେଞ୍ଜର ରିଜର୍ଭେସନ ସିଷ୍ଟମ (PRS) କାଉଣ୍ଟରରୁ ଟିକେଟ୍ ବୁକ୍ କରିପାରିବେ । ନେପାଳର ଯାତ୍ରୀ IRCTC ୱେବସାଇଟ୍, ଆପ୍ କିମ୍ବା ନେପାଳର ଅଧିକୃତ ଏଜେଣ୍ଟଙ୍କ ମାଧ୍ୟମରେ ଟିକେଟ୍ କରିପାରିବେ । ସର୍ବାଧିକ ୬୦ ଦିନ ପୂର୍ବରୁ ଆଗୁଆ ଟିକେଟ୍ ବୁକିଂ କରିହେବ, ଯେଉଁଥିରେ ଯାତ୍ରା ଦିନକୁ ଗଣନା କରାଯିବ ନାହିଁ ।

ପଢନ୍ତୁ ଏହି ଖବର: ଚିଲିକାକୁ ଆସୁଛନ୍ତି ବିଦେଶୀ ଅତିଥି, ସ୍ୱାଗତ ପାଇଁ ସଜାଗ ନୀଳାମ୍ବୁ ଚିଲିକା

  • କେତେ ଓଜନର ଲଗେଜ୍ ନେଇପାରିବେ?
ଯାତ୍ରୀଙ୍କ ପାଇଁ ମାଗଣା ଲଗେଜ୍ ସୀମା ମଧ୍ୟ ନିର୍ଦ୍ଧାରିତ ହୋଇଛି । AC ଫାର୍ଷ୍ଟ କ୍ଲାସରେ ୭୦ କିଲୋଗ୍ରାମ, AC ସେକେଣ୍ଡ କ୍ଲାସରେ ୫୦ କିଲୋଗ୍ରାମ ଏବଂ AC ଥାର୍ଡ ଓ ସ୍ଲିପର୍ କ୍ଲାସରେ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେଇପାରିବେ । ନିର୍ଦ୍ଧାରିତ ସୀମାଠାରୁ ଅଧିକ ଓଜନ ହେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ । ଏହି ଟ୍ରେନ୍‌ରେ ପାର୍ସଲ କିମ୍ବା ମାଲ ପରିବହନ ସୁବିଧା ରହିବ ନାହିଁ । ଏହି ଟ୍ରେନ୍ ସମ୍ପୂର୍ଣ୍ଣ ରିଜର୍ଭଡ୍ ଏକ୍ସପ୍ରେସ୍ ସେବା ହେବ । ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ହେଲେ ଆଗୁଆ ଯୋଜନା ଓ କନଫର୍ମ ଟିକେଟ୍ ନିଶ୍ଚିତ କରିବା ଜରୁରୀ ।

  • ଧାର୍ମିକ ପର୍ଯ୍ୟଟନ ସହ ବଢ଼ିବ ବ୍ୟବସାୟ ଓ ଅର୍ଥନୀତି
ଭାରତୀୟ ରେଳ ଅନୁସାରେ, ଏହି ରେଳ ସେବା ଆରମ୍ଭ ହେବା ଫଳରେ ଅଯୋଧ୍ୟା ଓ ଜନକପୁର ମଧ୍ୟରେ ଧାର୍ମିକ ଯାତ୍ରା ସହଜ ହେବ । ରାମାୟଣ ସହ ଜଡ଼ିତ ପର୍ଯ୍ୟଟନ ସର୍କିଟ୍‌କୁ ମିଳିବ ନୂଆ ଗତି । ପର୍ଯ୍ୟଟନ, ବ୍ୟବସାୟ, ଶିକ୍ଷା ଓ ପାରିବାରିକ କାର୍ଯ୍ୟ ପାଇଁ ଯାତ୍ରା କରୁଥିବା ଲୋକଙ୍କୁ ମିଳିବ ଅଧିକ ସୁବିଧା । ଏହାସହ ରେଳ ଯୋଗାଯୋଗ ବଢ଼ିବା ଫଳରେ ସ୍ଥାନୀୟ ବ୍ୟବସାୟୀ, ହୋଟେଲ୍, ପର୍ଯ୍ୟଟନ ସଂସ୍ଥା ଓ ପାରମ୍ପରିକ କାରିଗରଙ୍କ ବ୍ୟବସାୟରେ ମଧ୍ୟ ଉନ୍ନତି ହେବାର ଆଶା ରହିଛି ।