Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଥିତ ଦାନ ଦୁର୍ନୀତି ମାମଲାର ତଦନ୍ତ ପାଇଁ SIT ଗଠନ; ପୂର୍ବରୁ ସ୍ପଷ୍ଟୀକରଣ ଦେଇସାରିଛି ଟ୍ରଷ୍ଟ

National

Ayodhya Ram Mandir / କଥିତ ଦାନ ଦୁର୍ନୀତି ମାମଲାର ତଦନ୍ତ ପାଇଁ SIT ଗଠନ; ପୂର୍ବରୁ ସ୍ପଷ୍ଟୀକରଣ ଦେଇସାରିଛି ଟ୍ରଷ୍ଟ

Subhramjit Ray
Browse all articles by Subhramjit Ray
·3 hours ago·2 min read
କଥିତ ଦାନ ଦୁର୍ନୀତି ମାମଲାର ତଦନ୍ତ ପାଇଁ SIT ଗଠନ; ପୂର୍ବରୁ ସ୍ପଷ୍ଟୀକରଣ ଦେଇସାରିଛି ଟ୍ରଷ୍ଟ
Ayodhya Ram Mandir

Key Points

ଅଯୋଧ୍ୟା ରାମ ମନ୍ଦିରକୁ ମିଳିଥିବା ଦାନରେ ହୋଇଥିବା କଥିତ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଛନ୍ତି।
Ayodhya Ram Mandir Donation Box: ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଦାନ ବାକ୍ସରୁ କଥିତ ରୂପରେ ୭ କୋଟି ଟଙ୍କା ଚୋରି ହେବା ଅଭିଯୋଗ ପରେ ଆସିବା ପରେ ସଜାଗ ହୋଇ ଉଠିଛନ୍ତି ଉତ୍ତର ପ୍ରଦେଶ ସରକାର। ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି।

ଏହି ତଦନ୍ତକାରୀ ଦଳରେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ବିଶ୍ୱାସ ପନ୍ତ ଏବଂ ଆଇପିଏସ୍ କିରଣ ଏସ୍. ଏବଂ ଅନ୍ୟ ଜଣେ ଅଧିକାରୀ ସଦସ୍ୟ ଅଛନ୍ତି। ଏସଆଇଟି (SIT) ଏହି ଘଟଣାର ତଦନ୍ତ କରିବ ଏବଂ ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ଦାଖଲ କରିବ। ଶନିବାର (ଜୁନ୍ ୧୩) ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଦାନ ବାକ୍ସରୁ ଚୋରି ହେବା ଘଟଣାକୁ ଗୁଜବ ବୋଲି କହିଥିଲେ। ଏହା ପରେ ଟ୍ରଷ୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଥିଲା ଯେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଉ। ଟ୍ରଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ କଥିତ ରାମ ମନ୍ଦିର ଦାନ ବାକ୍ସ ଦୁର୍ନୀତିର ତଦନ୍ତ କରିବାକୁ ଅନୁରୋଧ କରିଥିଲା। ଯାହା ପରେ ଯୋଗୀ ସରକାର ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ।

ରାମ ମନ୍ଦିରର ଦାନ ଚୋରି ମାମଲା କ"ଣ?
ଅଯୋଧ୍ୟା ରାମ ମନ୍ଦିରକୁ ମିଳିଥିବା ଦାନରୁ କଥିତ ରୂପରେ ପ୍ରାୟ ୭ କୋଟି ଟଙ୍କା ଚୋରି ହୋଇଥିବା ରିପୋର୍ଟ କିଛି ଦିନ ପୂର୍ବେ ସାମ୍ନାକୁ ଆସିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ମାମଲାରେ ଯୋଗୀ ସରକାରଙ୍କୁ ଘେରିଥିଲେ। ହେଲେ ଏହି ମାମଲା ସାମ୍ନାକୁ ଆସିବା କ୍ଷଣି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସ୍ପଷ୍ଟୀକରଣ ରଖି ଏହାକୁ ଗୁଜବ ବୋଲି କହିଥିଲା। ଏପରିକି ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ କେତେ ଟଙ୍କା ମିଳିଛି ତାହାର ହିସାବ ମଧ୍ୟ ଦେଇଥିଲା। ଏହା ପରେ ଟ୍ରଷ୍ଟ ପକ୍ଷରେ ଅନୁରୋଧ କରାଯିବା ପରେ ଯୋଗୀ ସରକାର ଏବେ ଏହି ଘଟଣାର ଏସଆଇଟି ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।


ଅଯୋଧ୍ୟା ରାମ ମନ୍ଦିର ଦାନ ଦୁର୍ନୀତିର ମାମଲାରେ କିଏ କରିବ ତଦନ୍ତ?
ଆଇଏଏସ୍ ବିଜୟ ବିଶ୍ୱାସ ପନ୍ତ, ଲକ୍ଷ୍ନୌ ଡିଭିଜନାଲ୍ କମିଶନର
ଆଇପିଏସ୍ କିରଣ ଏସ୍, ଲକ୍ଷ୍ନୌ ପୋଲିସ ରେଞ୍ଜ ଆଇଜି
ନୀଳ ରତନ- ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗ, ଉତ୍ତର ପ୍ରଦେଶ ସରକାର

ଏହା ସହ ପଢନ୍ତୁ: ଅଯୋଧ୍ୟା ରାମ ମନ୍ଦିରକୁ ମିଳେ କେତେ ଦାନ? ଟ୍ରଷ୍ଟ ସଚିବ କହିଲେ ପରିମାଣ

କେତେ ଦିନରେ ଦାଖଲ ହେବ ଦାନ ଦୁର୍ନୀତି ମାମଲାର ତଦନ୍ତ ରିପୋର୍ଟ?
ଅଯୋଧ୍ୟା ରାମ ମନ୍ଦିରର କଥିତ ଦାନ ଦୁର୍ନୀତି ମାମଲାର ତଦନ୍ତ ପାଇଁ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ୧୫ ଦିନ ସମୟ ଦେଇଛନ୍ତି। ଏସଆଇଟି ଏହି ଘଟଣାର ତଦନ୍ତ କରିବ ଏବଂ ୭ ଦିନ ମଧ୍ୟରେ ଏହି ମାମଲାରେ ଏକ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବ। ପରବର୍ତ୍ତୀ ସମୟରେ ଏସଆଇଟି ୧୫ ଦିନ ମଧ୍ୟରେ ଏକ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ। ଯାହା ମନ୍ଦିରକୁ ଦିଆଯାଇଥିବା ଦାନରୁ କୌଣସି ଚୋରି ହୋଇଛି ନାଁ ନାହିଁ ତାହା ସ୍ପଷ୍ଟ କରିବ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored