Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଯୋଧ୍ୟା ରାମ ମନ୍ଦିରକୁ ମିଳେ କେତେ ଦାନ? ଟ୍ରଷ୍ଟ ସଚିବ କହିଲେ ପରିମାଣ

National

Ayodhya Ram Mandir / ଅଯୋଧ୍ୟା ରାମ ମନ୍ଦିରକୁ ମିଳେ କେତେ ଦାନ? ଟ୍ରଷ୍ଟ ସଚିବ କହିଲେ ପରିମାଣ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଅଯୋଧ୍ୟା ରାମ ମନ୍ଦିରକୁ ମିଳେ କେତେ ଦାନ? ଟ୍ରଷ୍ଟ ସଚିବ କହିଲେ ପରିମାଣ
Ayodhya Ram Mandir

Key Points

ଅଯୋଧ୍ୟା ରାମ ମନ୍ଦିରକୁ ମିଳିଛି କେତେ ଟଙ୍କା ଦାନ ସୂତ୍ରରେ ମିଳିଛି ତାହାର ତଥ୍ୟ ପ୍ରଦାନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ।
Ayodhya Ram Mandir Donations: ପ୍ରତିଷ୍ଠା ହେବା ପର ଠାରୁ ଅଯୋଧ୍ୟା ରାମ ମନ୍ଦିରକୁ ମିଳିଛି କେତେ ଦାନ ତାହାର ତଥ୍ୟ ପ୍ରଦାନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ। ଏନେଇ ସେ କହିଛନ୍ତି ଯେ ମନ୍ଦିରକୁ ମିଳୁଥିବା ଦାନ ପରିମାଣକୁ ସମୟ ସମୟରେ ଟ୍ରଷ୍ଟ ପକ୍ଷରୁ ଏହାର ହିସାବ କରାଯାଇଥାଏ। ଟ୍ରଷ୍ଟ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତିନିଧି ଏଥିରେ ସାମିଲ ହୋଇଥାନ୍ତି। ଏହି ପ୍ରକ୍ରିୟା କିଛି ଦିନ ଧରି ଚାଲିଥାଏ।

ରାମ ମନ୍ଦିରକୁ ମିଳିଥିବା ବାର୍ଷିକ ଦାନର ପରିମାଣ
ଗତ ସେପ୍ଟେମ୍ବରରେ ପ୍ରକାଶିତ ଅଯୋଧ୍ୟା ରାମ ମନ୍ଦିରର ବାର୍ଷିକ ରିପୋର୍ଟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଆୟ ୩୨୭ କୋଟି ଟଙ୍କା ରହିଥିଲା। ଏହା ମଧ୍ୟରୁ ୧୫୩ କୋଟି ଦାନରୁ ଆସିଥିଲା। ସେହିପରି ୧୭୩ କୋଟି ବିଭିନ୍ନ ବ୍ୟାଙ୍କ ଖାତାରେ ହୋଇଥିବା ଜମା ରାଶି ଉପରେ ମିଳିଥିବା ସୁଧରୁ ଆସିଥିଲା। ଟ୍ରଷ୍ଟ ଅନୁଯାୟୀ ପ୍ରତିଦିନ ହାରାହାରି ୭୦ ରୁ ୮୦ ହଜାର ଲୋକ ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। ହେଲେ ଛୁଟି ଏବଂ ପର୍ବପର୍ବାଣୀ ସମୟରେ ଏହି ସଂଖ୍ୟା ଦୁଇରୁ ତିନି ଗୁଣ ବୃଦ୍ଧି ପାଏ।


ରାମ ମନ୍ଦିରକୁ ଦିନ, ଘଣ୍ଟା ଏବଂ ମିନିଟ୍ ପିଛା ମିଳୁଥିବା ଦାନ
ରାମ ମନ୍ଦିରର ବାର୍ଷିକ ରିପୋର୍ଟ ଅନୁସାରେ ଦୈନିକ ୪୧.୯୨ ଲକ୍ଷ ଟଙ୍କା ଦାନ ସୂତ୍ରରେ ମିଳିଥାଏ। ଯାହାର ପରିମାଣ ପ୍ରତି ଘଣ୍ଟାରେ ୧.୭୫ ଲକ୍ଷ ଏବଂ ପ୍ରତି ମିନିଟ୍ ପିଛା ୨୧୯୨ ଟଙ୍କା ରହିଛି। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତି ଘଣ୍ଟାରେ ୧.୭୫ ଲକ୍ଷ ଚଙ୍କା ଦାନ ସୂତ୍ରରେ ମିଳିଛି। ଏହି ବାର୍ଷିକ ରିପୋର୍ଟ ବ୍ୟତୀତ, ରାମ ମନ୍ଦିରକୁ ମିଳିଥିବା ଦାନ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ୨୦୨୪ ଜାନୁଆରୀର ପ୍ରଥମ ଦିନରେ ରାମ ମନ୍ଦିରକୁ ୩.୧୭ କୋଟି ଟଙ୍କାର ଦାନ ମିଳିଥିଲା। ୨୦୨୪ ଫେବୃଆରୀର ପ୍ରଥମ ୧୧ ଦିନରେ ୧୧ କୋଟି ଟଙ୍କାର ଦାନ ମିଳିଥିଲା। ହେଲେ ପୁରା ବର୍ଷ ୩୨୭ କୋଟି ଟଙ୍କା ଦାନ ସୂତ୍ରରେ ମିଳିଥିବା ନେଇ ଟ୍ରଷ୍ଟ ରିପୋର୍ଟ ଦର୍ଶାଇଛି।

ଏହା ସଲହ ପଢନ୍ତୁ: ବାରମ୍ବାର ହୋଇଛି ଆକ୍ରମଣ; ପ୍ରତ୍ୟେକ ଥର ଦୃଢ଼ ଭାବରେ ଦଣ୍ଡାୟମାନ ହୋଇଛନ୍ତି ସୋମନାଥ

ରାମ ମନ୍ଦିରକୁ କିପରି ଦାନ କରିଥାନ୍ତି ଭକ୍ତ?

ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ଦର୍ଶନ ପଥ ନିକଟରେ ଚାରୋଟି ବଡ଼ ବଡ଼ ଦାନ ବାକ୍ସ ରଖାଯାଇଛି। ଭକ୍ତ ଏହି ବାକ୍ସରେ ଦାନ ରାଶି ପରିମାଣ ଜମା କରିଥାନ୍ତି। ଅନଲାଇନ୍ ଯୋଗେ ମଧ୍ୟ ମନ୍ଦିର ଟ୍ରଷ୍ଟ ଦାନ ପରିମାଣ ଗ୍ରହଣ କରିଥାଏ। ଭକ୍ତ କମ୍ପ୍ୟୁଟର ଦ୍ୱାରା ପରିଚାଳିତ ଦଶଟି କାଉଣ୍ଟର ଠାରେ ମଧ୍ୟ ଦାନ କରିପାରିବେ। ପ୍ରାୟ ୧୧ ଜଣ ବ୍ୟାଙ୍କ କର୍ମଚାରୀ ଏବଂ ୩ ଜଣ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କ ସମେତ ମୋଟ ୧୪ ଜଣଙ୍କୁ ନେଇ ଗଠିତ ଏକ ଦଳ ଭକ୍ତଙ୍କ ଦ୍ୱାରା ଚାରୋଟି ଦାନ ବାକ୍ସରେ ଜମା ହୋଇଥିବା ଦାନ ରାଶି ପରିମାଣକୁ ଗଣନା କରିଥାନ୍ତି।









Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored