Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶେଷବତାର ମନ୍ଦିରରେ ହେଲା ଧ୍ୱଜାରୋହଣ; ଶେଷ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

National

Ayodhya Ram Mandir Construction Update / ଶେଷବତାର ମନ୍ଦିରରେ ହେଲା ଧ୍ୱଜାରୋହଣ; ଶେଷ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

Subhramjit Ray
Browse all articles by Subhramjit Ray
·1 hour ago·2 min read
 ଶେଷବତାର ମନ୍ଦିରରେ ହେଲା ଧ୍ୱଜାରୋହଣ; ଶେଷ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ
Ayodhya Ram Mandir

Key Points

ଅଯୋଧ୍ୟା ରାମ ମନ୍ଦିର ପରିସରରେ ଶେଷାବତାର ମନ୍ଦିରର ନିର୍ମାଣ କାର୍ଯ୍ୟ ମନ୍ଦିରରେ ଧ୍ୱଜାରୋହଣ ସହିତ ଶେଷ ହୋଇଥିଲା। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ହଜାର ହଜାର ରାମ ଭକ୍ତ ଯୋଗ ଦେଇଥିଲେ।
Ayodhya Ram Mandir construction work completed: ଅଯୋଧ୍ୟା ସ୍ଥିତ ଶେଷାବତାର ମନ୍ଦିରରେ ଧ୍ୱଜାରୋହଣ ସହ ଶେଷ ହୋଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ମଙ୍ଗଳବାର (ଜୁନ୍ ୨୪) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜାରୋହଣ ସହ ସମାପ୍ତ ହୋଇଥିଲା। ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ପ୍ରାୟ ୪ ହଜାରରୁ ରାମ ଭକ୍ତ ସାମିଲ ହୋଇଥିଲେ। ୧୧ ଜଣ ସାଧୁ ସନ୍ଥଙ୍କ ମନ୍ତ୍ର ଜପ ସହିତ ପୂଜାର୍ଚ୍ଚନା କରିବା ସହ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜାରୋହଣ ହୋଇଥିଲା।

ମୁଖ୍ୟ ରାମ ମନ୍ଦିର ପରିସରରେ ସମାସ୍ତ ସମସ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ

ଶେଷାବତାର ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ସହିତ, ରାମ ମନ୍ଦିରରେ ନିର୍ମିତ ହେଉଥିବା ଅନ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ବର୍ତ୍ତମାନ କେବଳ ଅଡ଼ିଟୋରିୟମ୍, ଟ୍ରଷ୍ଟ ମୁଖ୍ୟାଳୟ ଏବଂ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା କେନ୍ଦ୍ର ଭଳି ପ୍ରଶାସନିକ ଭବନର ନିର୍ମାଣ କାର୍ଯ୍ୟ ବାକି ରହିଛି। ମୁଖ୍ୟ ରାମ ମନ୍ଦିର ପରିସର ଏବଂ ଚାରିପାଖରେ ରହିଥିବା କାନ୍ଥରେ ଅନେକ ଉପ-ମନ୍ଦିର ନିର୍ମାଣ କରାଯାଇଛି। ଯେପରିକି ଗଣେଶ ମନ୍ଦିର, ସୂର୍ଯ୍ୟ ଦେବ ମନ୍ଦିର, ମାତା ଅନ୍ନପୂର୍ଣ୍ଣା ମନ୍ଦିର, ହନୁମାନ ମନ୍ଦିର ଏବଂ ଶିବ ମନ୍ଦିର। ପ୍ରାୟ ସମସ୍ତ ମନ୍ଦିରର ଶୀର୍ଷରେ ଧ୍ୱଜାରୋହଣ ପତାକା ଉତ୍ତୋଳନ ଉତ୍ସବ ସମାପ୍ତ ହୋଇସାରିଛି। ଶେଷାବତାର ମନ୍ଦିର ଥିଲା ଶେଷ ମନ୍ଦିର, ଯେଉଁଠି ଗତକାଲି ଧ୍ୱଜାରୋହଣ ଉତ୍ସବ ସହିତ ସମ୍ପୂର୍ଣ୍ଣ ମନ୍ଦିର ସ୍ଥାପନ କାର୍ଯ୍ୟ ସମାପ୍ତ ହୋଇଥିଲା।

ଏହା ସହ ପଢନ୍ତୁ:  ଶେଷାବତାର ମନ୍ଦିରରେ ହେଲା ଧ୍ୱଜାରୋହଣ; ଶେଷ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଧ୍ୱଜାରୋହଣରେ ସାମିଲ ହୋଇଥିଲେ ୪ ହଜାରରୁ ଅଧିକ ରାମ ଭକ୍ତ
ପ୍ରଭୁ ଶ୍ରୀରାମଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜାରୋହଣ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାୟ ୪ ହଜାରରୁ ଅଧିକ ରାମ ଭକ୍ତ ଯୋଗ ଦେଇଥିଲେ। ଏନେଇ ପ୍ରତିକ୍ରିୟା ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଅଯୋଧ୍ୟା ଧାମର ୧୧ ଜଣ ପୂଜ୍ୟ ସନ୍ଥ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଅବସ୍ଥିତ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜର ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଆଖପାଖରୁ ଆସିଥିବା ହଜାର ହଜାର ରାମଭକ୍ତଙ୍କ "ଜୟ ଶ୍ରୀରାମ" ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଯୋଧ୍ୟା ନଗରୀ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ
ଗତ ୨୦୨୪ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ନଗରୀରେ ନିର୍ମିତ ହୋଇଥିବା ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ହୋଇଥବା ସମାରୋହରେ ହଜାର ହଜାର ରାମ ଭକ୍ତ ଏକାଠି ହୋଇଥିଲେ। ଯେଉଁଥିରେ ୧୯୮୯ ମସିହା ନଭେମ୍ବର ୯ ତାରିଖରେ ପ୍ରଥମ ଶିଳାନ୍ୟାସ କରିଥିବା କରସେବକ କାମେଶ୍ୱର ଚୌପାଲ ଏବଂ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ସହିତ ଜଡି଼ତ ହୋଇଥିବା ଅନ୍ୟ କରସେବକଙ୍କ ପରିବାର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏପରିକି ବିଦେଶର ୫୦ କୂଟନୀତିଜ୍ଞଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ କରାଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored