Somnath Mandir Gujarat / ବାରମ୍ବାର ହୋଇଛି ଆକ୍ରମଣ; ପ୍ରତ୍ୟେକ ଥର ଦୃଢ଼ ଭାବରେ ଦଣ୍ଡାୟମାନ ହୋଇଛନ୍ତି ସୋମନାଥ
·1 hour ago·3 min read

Key Points
ବର୍ତ୍ତମାନର ସୋମନାଥ ମନ୍ଦିର ଯେଉଁ ସ୍ଥାନରେ ରହିଛି ତାହାକୁ ଏକ ପବିତ୍ର ଭୂମି ଭାବରେ ବିବେଚନା କରାଯାଏ। ଯେଉଁଠାରେ ଚନ୍ଦ୍ରମାଙ୍କୁ ତାଙ୍କ ତପସ୍ୟା ଏବଂ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଆଶୀର୍ବାଦ ଦେବା ସହ ଅନ୍ଧାରର ଅଭିଶାପରୁ ମୁକ୍ତି ଦେଇଥିଲେ।
Somnath Temple History: ସୌରାଷ୍ଟ୍ର ଉପକୂଳରେ ଅବସ୍ଥିତ ଭାରତ ବର୍ଷର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ଉଭୟ ଐତିହାସକ ଗୌରବ ଏବଂ ସଂଘର୍ଷର ସାକ୍ଷୀ ରହିଛି। ବିଦେଶୀ ଆକ୍ରମଣକାରୀ କ୍ଷମତା ବିସ୍ତାର ଏବଂ ଲୁଟ୍ କରିବା ଉଦ୍ଦେଶ୍ୟରେ ବାରମ୍ବାର ଏହି ପବିତ୍ର ମନ୍ଦିର ଉପରେ ଆକ୍ରମଣ କରିବାକୁ ପଛାଇ ନାହାଁନ୍ତି। ହେଲେ ଆକ୍ରମଣ ପରେ ପ୍ରତ୍ୟେକ ଥର ଏହି ମନ୍ଦିର ଅଧିକ ଉଚ୍ଚ ଏବଂ ଚମତ୍କାର ସହ ଗଢି ଉଠିଛି।
୧୦୦୦ ବର୍ଷରେ ହୋଇଛି ଅନେକ ଥର ବିଦେଶୀ ଆକ୍ରମଣ; ହେଲେ ତଥାପି ଦଣ୍ଡାୟମାନ ରହିଛନ୍ତି ସୋମନାଥ
ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣକୁ ୨୦୨୬ରେ ୧୦୦୦ ବର୍ଷ ପୂରଣ ହୋଇଯାରିଛି। ଗତ ୧୦୨୬, ଜାନୁଆରୀ ୬ ତାରିଖରେ ମହମୁଦ ଗଜନ ୩୦,୦୦୦ ସୈନ୍ୟଙ୍କ ସହିତ ସୋମନାଥ ମନ୍ଦିରରେ ପହଞ୍ଚିଥିଲା। ପ୍ରାୟ ୩ ଦିନର ଭୟଙ୍କର ଯୁଦ୍ଧ ପରେ ଗଜନୀ ସେନା ଜାନୁଆରୀ ୮ ତାରିଖରେ ସେଠାରେ ରହିଥିବା ଦୁର୍ଗରେ ପ୍ରବେଶ କରିଥିଲା। ମନ୍ଦିରକୁ ସୁରକ୍ଷା ଦେବାକୁ ଯାଇ ପ୍ରାୟ ୫୦, ହଜାରରୁ ଅଧିକ ଭକ୍ତଙ୍କୁ ନିଜର ପ୍ରାଣ ବଳି ଦେଇଥିଲେ।
ମହମୁଦ ଗଜନୀ ସୋମନାଥ ମନ୍ଦିରରୁ ସୁନା, ରୂପା ଏବଂ ମଣି ଲୁଟି ନେଇଥିଲେ। ପ୍ରାୟ ୬ ଟନ୍ ସୁନା ଏବଂ ପ୍ରାୟ ୬୦୦ ରୁ ୭୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଗଜନୀ ଲୁଟି ନେଇଥିଲା। ଏପରିକି ମହମ୍ମଦ ଗଜନୀ ସୋମନାଥ ମନ୍ଦିରର ମୂର୍ତ୍ତି ଭାଙ୍ଗି ଦେବା ସହ ଏହାକୁ ଏକ ଭଗ୍ନାବଶେଷରେ ପରିଣତ କରିଦେବାକୁ ପଛାଇ ନଥିଲା। ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ପରେ ରାଜା ଭୀମଦେବ ଏବଂ ପରମାର ରାଜା ଭୋଜ ତାଙ୍କ ଶାସନ କାଳରେ ଏହି ମନ୍ଦିରର ପୁର୍ନନିର୍ମାଣ କରିଥିଲେ।
ଏହା ସହ ପଢନ୍ତୁ: ଭାଙ୍ଗିଦେଲେ ୮୦୦ ବର୍ଷର ପୁରୁଣା ଶିବ ମନ୍ଦିର; ହଠାତ୍ ଆବିର୍ଭାବ ହେଲେ ଗଣପତି
ପ୍ରଥମ ଆଦି ଜ୍ୟୋତିର୍ଲିଙ୍ଗ
ଶ୍ରୀ ସୋମନାଥ ମହାଦେବଙ୍କ ମନ୍ଦିର ଯେଉଁ ସ୍ଥାନରେ ରହିଛି ତାହାକୁ ଏକ ପବିତ୍ର ଭୂମି ଭାବରେ ବିବେଚନା କରାଯାଏ। ଯେଉଁଠାରେ ଚନ୍ଦ୍ରମାଙ୍କୁ ତାଙ୍କ ତପସ୍ୟା ଏବଂ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଆଶୀର୍ବାଦ ଦେବା ସହ ଅନ୍ଧାରର ଅଭିଶାପରୁ ମୁକ୍ତି ଦେଇଥିଲେ। ଏହା ସେହି ସ୍ଥାନ ବୋଲି ମଧ୍ୟ ବିଶ୍ୱାସ କରାଯାଏ ଯେଉଁଠାରେ ଭଗବାନ କୃଷ୍ଣ ତାଙ୍କର ଶେଷ ଯାତ୍ରା କରିଥିଲେ। ସୋମନାଥ ତଟରେ ଅବସ୍ଥିତ ମନ୍ଦିର ଚାରୋଟି ପର୍ଯ୍ୟାୟରେ ନିର୍ମିତ ହୋଇଥିବାର କୁହାଯାଏ। ଭଗବାନ ସୋମଙ୍କ ଦ୍ୱାରା ସୁନା, ରବିଙ୍କ ଦ୍ୱାରା ରୂପା, ଭଗବାନ କୃଷ୍ଣଙ୍କ ଦ୍ୱାରା କାଠ ଏବଂ ରାଜା ଭୀମଦେବଙ୍କ ଦ୍ୱାରା ପଥରରେ ଏହି ମନ୍ଦିର ନିର୍ମିତ ହୋଇଥିଲା। ଯେଉଁଥିରେ ଏକ ଗର୍ଭଗୃହ ଏକ ସଭାମଣ୍ଡପ ଏବଂ ଏକ ନୃତ୍ୟମଣ୍ଡପ ରହିଛି। ଏହି ମନ୍ଦିରର ଶିଖର ପ୍ରାୟ ୧୫୫ ଫୁଟ ଉଚ୍ଚ। ଏହାର ଶିଖର ଉପରେ ରହିଥିବା କଳସର ଓଜନ ପ୍ରାୟ ୧୦ ଟନ୍। ମନ୍ଦିରର ଧ୍ୱଜଦଣ୍ଡ ପ୍ରାୟ ୨୭ ଫୁଟ ଉଚ୍ଚ ଏବଂ ୧ ଫୁଟ ପରିଧି ବିଶିଷ୍ଟ। ସପ୍ତମ ବିଦ୍ୟମାନ ମନ୍ଦିର କୈଳାସ ମହାମେରୁ ପ୍ରସାଦ ଶୈଳୀରେ ନିର୍ମିତ। ମହାରାଣୀ ଅହଲ୍ୟାବାଈ ହୋଲକରଙ୍କ ଦ୍ୱାରା ପୁନଃନିର୍ମିତ ମନ୍ଦିର ମୁଖ୍ୟ ମନ୍ଦିର ପରିସର ନିକଟରେ ଅବସ୍ଥିତ।
ସ୍ୱାଧିନତା ପରେ ସୋମନାଥ ମନ୍ଦିରର ପୁନଃନିର୍ମାଣ କରିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ
୧୧୦୦ ଖ୍ରୀଷ୍ଟାବ୍ଦରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ମୁସଲିମ ଆକ୍ରମଣକାରୀଙ୍କ ଦ୍ୱାରା ମନ୍ଦିର ଉପରେ ୬ ଥର ଆକ୍ରମଣ ହୋଇଥିବା ଉଲ୍ଲେଖ ରହିଛି। ହେଲେ ଲୋକଙ୍କ ଆସ୍ଥା ବିଶ୍ୱାସ ଯୋଗୁଁ ଏହାର ପ୍ରତ୍ୟେକ ଥର ପୁନଃନିର୍ମାଣ କରାଯାଇଥିଲା। ସ୍ୱାଧିନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ସୋମନାଥ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୪୭ ମସିହା ନଭେମ୍ବର ୧୩ ତାରିଖରେ ଦୀପାବଳି ସମୟରେ ଏକ ଦର୍ଶନ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ଘୋଷଣା କରିଥିଲେ ଯେ ସେଠାରେ ମନ୍ଦିର ପୁନଃନିର୍ମାଣ କରାଯିବ। ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଯୋଗୁଁ ଆଧୁନିକ ମନ୍ଦିର ପୁନଃନିର୍ମାଣ କରାଯାଇଥିଲା। ଭାରତର ତତ୍କାଳୀନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୯୫୧ ମସିହା ମେ ୧୧ ତାରିଖରେ ବିଦ୍ୟମାନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କୁହାଯାଏ ଯେ ସେତେବେଳର ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ସୋମନାଥ ମନ୍ଦିରର ପୁନଃନିର୍ମାଣକୁ ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଅସନ୍ତୁଷ୍ଟ ହୋଇ ଉଠିଥିଲେ। ସେ ରାଷ୍ଟ୍ରପତି ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦିଅନ୍ତୁ ନାହିଁ ବୋଲି ଚାହୁଁଥିଲେ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଚନ୍ଦ୍ରୋଦୟ ମନ୍ଦିର; କ'ଣ ରହିଛି ଏହାର ବିଶେଷେତ୍ୱ
ସୋମନାଥ ମନ୍ଦିରର ସ୍ୱାମୀ ବିବେକାନନ୍ଦଙ୍କ ସହ ରହିଛି ବିଶେଷ ସମ୍ପର୍କ
ସ୍ୱାମୀ ବିବେକାନନ୍ଦ ୧୮୯୦ ମସିହାରେ ସୋମନାଥ ଗସ୍ତରେ ଆସିଥିଲେ। ସେ ତାଙ୍କର ଏହି ଅଭିଜ୍ଞତାରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ୧୮୯୭ ମସିହାରେ ଚେନ୍ନାଇରେ ନିଜର ଏକ ଅଭିଭାଷଣ ଦେବା ସମୟରେ ସେ ନିଜର ଭାବନା ପ୍ରକାଶ କରି କହିଥିଲେ ଯେ, "ଦକ୍ଷିଣ ଭାରତର କିଛି ପୁରୁଣା ମନ୍ଦିର ଏବଂ ଗୁଜୁରାଟର ସୋମନାଥ ଭଳି ମନ୍ଦିର ଆପଣଙ୍କୁ ବହୁତ କିଛି ଶିକ୍ଷା ଦେଇପାରିବ। ଏହି ମନ୍ଦିର ଆପଣଙ୍କୁ ଯେକୌଣସି ପୁସ୍ତକ ଅପେକ୍ଷା ଏକ ଜାତିର ଇତିହାସ ସମ୍ପର୍କରେ ବୁଝାଇ ପାରିବେ। କିପରି ଏହି ମନ୍ଦିର ଶହ ଶହ ଆକ୍ରମଣ ଏବଂ ଶହ ଶହ ପୁନଃନିର୍ମାଣର ସାକ୍ଷୀ ରହିଛି। ନିରନ୍ତର ଧ୍ୱଂସପ୍ରାପ୍ତ ହେବା ପରେ ପୁନର୍ବାର ଦଣ୍ଡାୟମାନ ହୋଇ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories