Cow Slaughter Ban / ବକ୍ରି ଇଦରେ ଗାଈ ବଳି ବ୍ୟାନ୍; ପୂଜନୀୟ ପଶୁ କହି ଏମିତି ରାୟ ଦେଲେ କୋର୍ଟ
·3 months ago·2 min read

Key Points
ଆଜି ସାରା ଦେଶରେ ପାଳିତ ହେଉଛି ବକ୍ରି ଇଦ୍
ତେବେ ବକ୍ରି ଇଦରେ ଗାଈ ବାଛୁରୀ ବଳି ବ୍ୟାନ୍
ଏମିତି ଏକ ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ
ତେବେ ବକ୍ରି ଇଦରେ ଗାଈ ବାଛୁରୀ ବଳି ବ୍ୟାନ୍
ଏମିତି ଏକ ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ
ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁରେ ବକ୍ରି ଇଦ କିମ୍ବା କୌଣସି ବି ଦିନରେ ଗାଈ କିମ୍ବା ବାଛୁରୀ ବଳିକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି । ଜଷ୍ଟିସ୍ ଜି.ଆର ସ୍ଵାମୀନାଥନ ଓ ଜଷ୍ଟିସ ଭି. ଲକ୍ଷ୍ମୀନାରାୟଣନଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ସାର୍ବଜନୀନ ସ୍ଥାନରେ ଗାଈ ବଳିକୁ ରୋକିବା ଲାଗି ଆବେଦନ ହୋଇଥିବା ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଗ୍ରହଣ କରି କୋର୍ଟ ଗାଈକୁ ପୂଜନୀୟ ପଶୁ ବୋଲି କହିଛନ୍ତି । ବକ୍ରି ଇଦର ପୂର୍ବ ସଂଧ୍ୟା କିମ୍ବା କୌଣସି ବି ଦିନରେ ରାଜ୍ୟରେ ଯେପରି ଗାଈକୁ ବଳି ଦିଆଯିବ ନାହିଁ ତାହା ସୁନିଶ୍ଚିତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ହାଇକୋର୍ଟ ବେଞ୍ଚ କହିଛନ୍ତି ଯେ ଅଧିକାରୀ ବିଶେଷ ଭାବେ ସରକାରଙ୍କ ମୁଖ୍ୟ ସଚିବ ଓ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହି ଦାୟିତ୍ବ ଦିଆଯାଉଛି ଯେ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତ ଅଧିକାରୀଙ୍କ ନିକଟରେ ସଠିକ ଭାବେ ପହଞ୍ଚାଇବା ଦରକାର, ଯାହାଦ୍ଵାରା ରାଜ୍ୟରେ ଯେପରି ଏହି ନିୟମର ଉଲ୍ଲଙ୍ଘନ ହେବ ନାହିଁ ଓ ସମସ୍ତେ ଏହି ନିୟମକୁ ମାନିବାକୁ ବାଧ୍ୟ ହେବେ ।

- କୋଏମ୍ବାଟୁରରୁ ହୋଇଥିଲା ଆବେଦନ
- 'ଗାଈ ହେଉଛି ପୂଜନୀୟ ପଶୁ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗାଈକୁ ରକ୍ଷା କରିବା ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନ୍ୟ ଏକ ଲକ୍ଷ୍ୟ ଥିଲା । ପ୍ରଖ୍ୟାତ ବିଦ୍ଵାନ ଶ୍ରୀଧର୍ମପାଳ କହିଥିଲେ ଯେ କେବଳ ଉପନିବେଶବାଦୀ (ଏମାନେ ହେଉଛନ୍ତି ସେହି ଶକ୍ତିଶାଳୀ ଦେଶ ବା ଗୋଷ୍ଠୀ, ଯେଉଁମାନେ ନିଜ ସୀମା ବାହାରକୁ ଯାଇ ଅନ୍ୟ ଦେଶ ବା ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥାନ୍ତି) ସେନାର ଖାଦ୍ୟପେୟ ଲାଗି ସେତେବେଳେ ଗାଈଙ୍କୁ ବଳି ଦିଆଯାଉଥିଲା । ମାତ୍ର ଭାରତକୁ ସ୍ଵାଧୀନତା ମିଳିବା ପରେ ଅନେକ ରାଜ୍ୟଗୁଡ଼ିକରେ ଏଥିଲାଗି ନୂଆ ଆଇନ ଅଣାଯାଇଥିଲା ଓ ଗାଈ ବଳି ନିଷିଦ୍ଧ କରାଯାଇଥିଲା ।
ପଢନ୍ତୁ ଏହି ଖବର: ଏଣିକି ବକ୍ରି ଇଦରେ ବଙ୍ଗରେ କେବଳ ୧ ଦିନ ଛୁଟି; ପୂର୍ବରୁ ଏତିକି ଦିନ ଛୁଟି ଦେଉଥିଲେ ମମତା
ଶୁଣାଣି ସମୟରେ ମାଡ୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ପୁରୁଣା ରାୟକୁ ଦୋହରାଇଥିଲେ ଓ କହିଥିଲେ ଯେ ବକ୍ରି ଇଦରେ ଗାଈ ବଳି ଦେବା ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ବାଧ୍ୟତାମୂଳକ ଧାର୍ମିକ ପରମ୍ପରା ନୁହେଁ । ଅନେକ ମୁସଲମାନ ବକ୍ରି ଇଦରେ ଗାଈ ବଳି ଦିଅନ୍ତି ନାହିଁ । ଗାଈକୁ ବଳି ଦେବା ମୁସଲମାନଙ୍କ ଧାର୍ମିକ ବିଶ୍ଵାସ ପ୍ରକାଶ କରିବା ଲାଗି ଜରୁରୀ ନୁହେଁ ।

Related Topics
Explore more stories