Girl Students Fainted / ସ୍କୁଲ ପରିସରରେ କଣ ଘଟିଲା ? ହଠାତ୍ ଚେତା ହରାଇଲେ ୧୮ରୁ ଅଧିକ ଛାତ୍ରୀ
·18 mins ago·2 min read

Key Points
ବାରାବାଙ୍କୀର ଏକ ସ୍କୁଲରେ ଆତଙ୍କ
ହଠାତ୍ ଚେତା ହରାଇଲେ ଅନେକ ଛାତ୍ରୀ
ହଠାତ୍ ଚେତା ହରାଇଲେ ଅନେକ ଛାତ୍ରୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାବାଙ୍କୀରେ ଗୁରୁବାର ଏକ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା । ହଠାତ୍ ଜଣକ ପରେ ଜଣେ ଛାତ୍ରୀ ଚେତା ହରାଇଥିଲେ । ଅଞ୍ଚଳର ରାଜକୀୟ ବାଳିକା ଇଣ୍ଟର କଲେଜରେ ପ୍ରାର୍ଥନା କରିବା ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ତୁରନ୍ତ ବେହୋସ୍ ହୋଇଯାଇଥିବା ଛାତ୍ରୀମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ଏହି ଘଟଣା ଘଟିବା ପରେ ସ୍କୁଲ ପରିସରରେ ଶିକ୍ଷକ ଓ କର୍ମଚାରୀମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ଛାତ୍ରୀମାନଙ୍କ ଅବସ୍ଥା ଏପରି ହେବାପରେ ବିଦ୍ୟାଳୟ ପ୍ରଶାସନ ତୁରନ୍ତ ସ୍ଵାସ୍ଥ୍ୟ ବିଭାଗକୁ ସୂଚିତ କରିଥିଲା । ଏହାପରେ ସମସ୍ତ ପ୍ରଭାବିତ ଛାତ୍ରୀଙ୍କୁ ତରବରିଆ ଭାବେ ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଅସୁସ୍ଥ ଛାତ୍ରୀଙ୍କ ଉପଚାର ଆରମ୍ଭ କରିଥିଲେ । ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ରରେ ଜାରି ରହିଛି । ଉପଚାର ପରେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।
ଏସଡିଏମ ଗୁଞ୍ଜିତା ଅଗ୍ରୱାଲଙ୍କ କହିବାନୁସାରେ, ଗରମ ଯୋଗୁଁ ଛାତ୍ରୀମାନଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ଏପରି ସ୍ଥିତିରେ ଏସଡିଏମ ଅଭିଭାବକଙ୍କୁ ଅପିଲ୍ କରିଛନ୍ତି ଯେ ପିଲାମାନଙ୍କୁ ସ୍କୁଲ ପଠାଇବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ଯ ଓ ପାଣି ପିଆଇ ପଠାନ୍ତୁ । ଗରମ ପାଗରେ ଶରୀରରେ ଯେପରି ପାଣିର ପରିମାଣ ନ କମୁ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଗରମ ଓ ଗୁଳୁଗୁଳି ସମୟରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ସିଧାସଳଖ ଖରା ପଡ଼ୁଥିବା ସ୍ଥାନକୁ ନ ଯିବା ଏବଂ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଲେ ତୁରନ୍ତ ହସ୍ପିଟାଲକୁ ଯିବା ଆବଶ୍ୟକ ।
ପଢନ୍ତୁ ଏହି ଖବର: ଅବପାତରେ ପରିଣତ ହେଲା ଲଘୁଚାପ… ବାରିପଦାଠାରୁ ୧୯୦କିମି ଦୂରରେ ଅବପାତ କେନ୍ଦ୍ରୀଭୂତ….

- ଛାତ୍ରୀମାନଙ୍କ ସହ କଣ ଘଟିଲା ?

- ସବୁ ସ୍କୁଲରେ ସାବଧାନତା ଜରୁରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories