Videos
|
National

Baramati Trainer Aircraft Crash / ବାରାମତୀରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ପାଇଲଟ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ବାରାମତୀରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ପାଇଲଟ୍
Baramati Trainer Aircraft Crash

Key Points

ବାରାମତୀ ବିମାନବନ୍ଦର ପରିସରରେ ଅବତରଣ କରିବା ସମୟରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ, ରନୱେ ଠାରୁ ଅଳ୍ପ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Trainer Aircraft Crashes in Baramati: ରବିବାର (୯ ଅଗଷ୍ଟ) ମହାରାଷ୍ଟ୍ର ପୁନେ ସ୍ଥିତ ବାରାମତୀ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ପ୍ରଶିକ୍ଷଣ ବିମାନ। ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଏକ ପ୍ରଶିକ୍ଷଣ ବିମାନ ରବିବାର ଅପରାହ୍ନରେ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରନୱେ ଠାରୁ ଅଳ୍ପ ଦୂରରେ ରହିଥିବା ବିମାନବନ୍ଦର ପରିସରରେ ଦିନ ପ୍ରାୟ ୧୨:୩୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ବିମାନରେ ଥିବା ୨ ଜଣ ପାଇଲଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ଏହି ଦୁର୍ଘଟଣାରେ ପ୍ରଶିକ୍ଷଣ ବିମାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ପ୍ରଶିକ୍ଷଣ ସମୟରେ "VT-SEX" ନାମକ ଏକ ବିମାନ ଏକ ତାଲିମ ଅଭ୍ୟାସ ସମୟରେ ବାରାମତୀ ଏୟାରଫିଲ୍ଡ ରନୱେ (Baramati Airfield Runway) ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାକୁ ବୈଷୟିକ ଭାଷାରେ "ରନୱେ ଏକ୍ସକର୍ସନ" (Runway Excursion)କୁହାଯାଏ। ଯାହାର ଅର୍ଥ ହେଉଛି ଯେତେବେଳେ ଲ୍ୟାଣ୍ଡିଂ(Flight Landing) କିମ୍ବା ଟେକ୍-ଅଫ୍ (Flight Take Off) ସମୟରେ କୌଣସି ବିମାନ ଏହାର ଧାର୍ଯ୍ୟ ରନୱେ ପଥରୁ ଭୁଲ୍ ବଶତଃ କିମ୍ବା ଦୁର୍ଘଟଣାବଶତଃ ବାହାରକୁ ଚାଲିଯାଏ।

ଏହି ଘଟଣାରେ ବିମାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଏହାର ୨ ପାଇଲଟ୍ କ୍ୟାପ୍ଟେନ ଚିରାଗ ଶଶିକାନ୍ତ ଡୋଇଫୋଡ ଏବଂ କ୍ୟାଡେଟ୍ ଅଭିଜିତ ଜୁଣ୍ଡ୍ରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ପାଇଲଟ୍ ଆହତ ହୋଇନଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସନ୍ଦୀପ ସିଂହ ଗିଲ୍।

ଏହା ସହ ପଢନ୍ତୁ: ଭିଭିଆଇପି ଉଡ଼ାଣକୁ ନେଇ ଜାରି ହେଲା ନୂତନ ନିର୍ଦ୍ଦେଶନାମା; ସୁରକ୍ଷା ସହ ହେବ ନାହିଁ କୌଣସି ବୁଝାମଣା

ଦୁର୍ଘଟଣାଗ୍ରସ୍ତ ପ୍ରଶିକ୍ଷଣ ବିମାନ ପ୍ରଥମେ "ଲିଙ୍କ୍ ବ୍ରାଭୋ" (Link Bravo) ଦେଇ ରନୱେ ଠାରେ ପ୍ରବେଶ କରିଥିଲା। ହେଲେ ରନୱେ ୨୯ ର ଦ୍ୱାରଦେଶରେ ପହଞ୍ଚିବା ପରେ ଏକ ଅସଫଳ ଉଡ଼ାଣ ଭରିଥିଲା। ଏହା ପରେ ଯାଇ ବିମାନ ରନୱେ ୧୧ ର ଦ୍ୱାରଦେଶରେ ପହଞ୍ଚିଥଲା, ସେଠାରେ ଆଉ ଥରେ ଉଡ଼ାଣ ଭରିବାକୁ ଚେଷ୍ଟା କରିଥିଲା। ହେଲେ ଏହି ଉଡ଼ାଣ ପ୍ରୟାସ ବିଫଳ ହୋଇଥିଲା। ଏହି ପ୍ରଶିକ୍ଷଣ ସମୟରେ,ବିମାନକୁ ରନୱେ ଠାରେ ସମ୍ପୂର୍ଣ୍ଣ ଭାବରେ ଅଟକା ଯାଇପାରିଲା ନାହିଁ। ଏହା ପୁଣି ଥରେ ରନୱେ ୨୯ ର ଦ୍ୱାରଦେଶ ଅତିକ୍ରମ କରି ଯାଇଥିଲା।ଏହା ପରବର୍ତ୍ତୀ ସମୟରେ ଏହା ରନୱେ ୨୯ ଦ୍ୱାରଦେଶ ଅତିକ୍ରମ କରି ଡାହାଣ ପାର୍ଶ୍ୱ ଆଡକୁ ମାଡ଼ି ଯାଇଥିଲା।

୩ ମାସରେ ବାରାମତୀରେ ଦ୍ୱିତୀୟ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ
ବାରାମତୀ ବିମାନବନ୍ଦର ପରିସରରେ ଦୁଇଟି ପାଇଲଟ୍ ତାଲିମ ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ଏହି ବିମାନବନ୍ଦର ପରିସରରେ ତାଲିମ ବିମାନ ଦୁର୍ଘଟଣାର ଏହା ପ୍ରଥମ ଘଟଣା ନୁହେଁ। ଚଳିତ ବର୍ଷ ମେ ୧୩ ତାରିଖରେ, ବାରାମତୀ ସ୍ଥିତ ଗୋଜୁବାଭି ଅଞ୍ଚଳରେ ଅନ୍ୟ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ଘଟିବାର ମାତ୍ର ୩ ମାସ ମଧ୍ୟରେ ବାରାମତୀରେ ଏହା ହେଉଛି ଦ୍ୱିତୀୟ ବିମାନ ଦୁର୍ଘଟଣା। ଯାହା ତାଲିମ ପାଇଁ ବ୍ୟବହୃତ ହେଉଥିବା ବିମାନର ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: