Lathicharge in Bareilly / ନମାଜ ପାଠ ପରେ ଆରମ୍ଭ ହୋଇଗଲା ହିଂସା, ପୋଲିସ୍ କଲା ଲାଠିଚାର୍ଜ

Key Points
‘ଆଇ ଲଭ ମହମ୍ମଦ’ ପୋଷ୍ଟରକୁ ନେଇ ବିବାଦ । ବରେଲୀରେ ନମାଜ ପାଠ ପରେ ହିଂସା । ଲାଠିଚାର୍ଜ କଲା ପୋଲିସ୍ ।
ନମାଜ ପାଠ ପରେ ବିଶୃଙ୍ଖଳା । ସ୍ଥିତି ଏମିତି ହେଲା ଯେ ଶେଷରେ ପୋଲିସ୍ ବିଶୃଙ୍ଖଳାକାରୀଙ୍କ ଉପରେ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ । ମିଳିଥିବା ସୂଚନା ଅନୁଯାୟୀ, ବରେଲିରେ ଶୁକ୍ରବାର ନମାଜ ପରେ, ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ "ଆଇ ଲଭ୍ ମହମ୍ମଦ" ପୋଷ୍ଟର ବିବାଦ ବିରୋଧରେ ପ୍ରତିବାଦ କରିଥିଲେ ।
#WATCH | Police deploy lathi charge as protestors pelt stones in Bareilly, UP, during the protests after the Friday prayers.
— ANI (@ANI) September 26, 2025
Protestors gathered outside Ala Hazrat Dargah & IMC chief Maulana Tauqeer Raza Khan's house, holding 'I Love Mohammad' placards. Heavy security is… pic.twitter.com/jm7bdvDfiR
ଆଇଏମସି ମୁଖ୍ୟ ମୌଲାନା ତୌକିର ରଜା ପ୍ରତିବାଦ ଘୋଷଣା କରିଥିଲେ । ପୋଲିସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରଦର୍ଶନକାରୀ ହଟିବାକୁ ମନା କରି ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲା । ଶେଷରେ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । ଯାହାଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ।
📱 Get Argus News App
✨ଅଧିକ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ନୂଆ ପାର୍ଟି ଗଢ଼ିଲେ ଲାଲୁଙ୍କ ପୁଅ, ସୋସିଆଲ ମିଡିଆରେ ସେୟାର କଲେ ଦଳୀୟ ଚିହ୍ନ
ଏମିତିକି ଶ୍ୟାମଗଞ୍ଜ ଅଞ୍ଚଳରେ ପ୍ରଦର୍ଶନକାରୀ ଏବଂ ଏସପି (କ୍ରାଇମ୍)ଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ମଧ୍ୟ ଉପୁଜିଥିଲା । ତେବେ ସେହି ଅଞ୍ଚଳରେ ସ୍ଥିତି ବିଗୁଡ଼ିଥିବାର ଦେଖି ପୋଲିସ୍ ଶ୍ୟାମଗଞ୍ଜ ଅଞ୍ଚଳରେ ଦୋକାନ ଗୁଡ଼ିକୁ ବନ୍ଦ କରିଦେଇଥିଲା । ନୌମହଲ୍ଲା ମସଜିଦ ବାହାରେ ମଧ୍ୟ ଭିଡ଼ ଜମା ହୋଇଥିଲା । ଭିଡ଼ ଅନିୟନ୍ତ୍ରିତ ହେବା ପରେ ପୋଲିସ ଲାଠିଚାର୍ଜ କରିଥିଲା। ଯାହା ଫଳରେ କିଛି ମିନିଟ୍ ମଧ୍ୟରେ ସେଠାରେ ଜମା ହୋଇଥିବା ଶହ ଶହ ଲୋକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ସୂଚନା ଅନୁସାରେ ମୌଲାନା ତୌକିର ରଜା "ଆଇ ଲଭ୍ ମହମ୍ମଦ" ପ୍ରସଙ୍ଗରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପଠାଇବାକୁ କହିଥିଲେ । ଏହା ସହ ସେ ରାସ୍ତାରେ ପ୍ରତିବାଦ କରିବାକୁ ଘୋଷଣା ମଧ୍ୟ କରିଥିଲେ । ଯାହାକୁ ନେଇ ପୋଲିସ୍ ପୂର୍ବରୁ ହାଇଆଲର୍ଟରେ ଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା।
#WATCH | Visuals from the 'I Love Mohammad' protests in Bareilly, UP, after Police deployed lathi charge as protestors pelted stones during the protests after the Friday prayers. pic.twitter.com/3SAb9HFLug
— ANI (@ANI) September 26, 2025
ଶୁକ୍ରବାର ସକାଳଠାରୁ ଇସଲାମିଆ ମଇଦାନ ଏବଂ ବିହାରୀପୁରରେ ପୂରା ପୋଲିସ୍ ଛାଉଣୀ ହୋଇ ରହିଥିଲେ । ଶ୍ୟାମଗଞ୍ଜ ମଣ୍ଡିକୁ ଯାଉଥିବା ରାସ୍ତାରେ ବ୍ୟାରିକେଡ୍ ନିର୍ମାଣ କରିବା ସହ ପ୍ରବଳ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଅପରାହ୍ନରେ ଯେତେବଳେ ଲୋକମାନେ ଘରୁ ବାହାରକୁ ଆସିବା ଆରମ୍ଭ କରିଥିଲେ, ସେ ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଶେଷରେ ଶୁକ୍ରବାର ନମାଜ ପରେ ପ୍ରଦର୍ଶନକାରୀ ଏକ ଶୋଭାଯାତ୍ରାରେ ରାସ୍ତାକୁ ଓହ୍ଲାଇ ସ୍ଲୋଗାନ ଦେଇଥିଲେ । ଆଉ ଏହାପରେ ସ୍ଥିତି ବିଗିଡ଼ିବା ପରେ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା ।
Related Topics
Explore more stories