Tej Pratap Yadav / ନିର୍ବାଚନ ପୂର୍ବରୁ ନୂଆ ପାର୍ଟି ଗଢ଼ିଲେ ଲାଲୁଙ୍କ ପୁଅ, ସୋସିଆଲ ମିଡିଆରେ ସେୟାର କଲେ ଦଳୀୟ ଚିହ୍ନ

Key Points
ବିହାର ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିଲେ ଲାଲୁଙ୍କ ବଡ଼ ପୁଅ । ସୋସିଆଲ ମିଡିଆରେ ସେୟାର କଲେ ଦଳୀୟ ଚିହ୍ନ ଓ ପୋଷ୍ଟର । ତେଜସ୍ବୀଙ୍କ ହୋଇପାରେ ଅଡ଼ୁଆ ।
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ଼ ହଲଚଲ । ଆଉ କିଛି ଦିନ ପରେ ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନର ତାରିଖ । ତେବେ ଏହା ପୂର୍ବରୁ ଆଉ ଏକ ନୂଆ ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି । ରାଷ୍ଟ୍ରୀୟ ଜନତା ଦଳ (RJD)ର ପୂର୍ବତନ ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ତାଙ୍କର ନୂତନ ଦଳ ଘୋଷଣା କରିଛନ୍ତି । ତାଙ୍କ ଦଳର ନାମ 'ଜନଶକ୍ତି ଜନତା ଦଳ' । ଆଉ ଏହି ଦଳର ନିର୍ବାଚନ ଚିହ୍ନ 'ବ୍ଲାକବୋର୍ଡ' ରହିଛି । ଏନେଇ ତେଜ ପ୍ରତାପ ଯାଦବ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ସୂଚନା ଦେଇଛନ୍ତି । ସେ ତାଙ୍କ 'X' ହ୍ୟାଣ୍ଡେଲରେ ନିର୍ବାଚନ ଚିହ୍ନ ସହ ନୂଆ ଦଳର ପୋଷ୍ଟର ମଧ୍ୟ ଜାରି କରିଛନ୍ତି ।
हमलोग बिहार के संपूर्ण विकास के लिए पूर्ण रूप से समर्पित और तत्पर हैं। हमारा मकसद बिहार में संपूर्ण बदलाव कर एक नई व्यवस्था का नव निर्माण करना है।
— Tej Pratap Yadav (@TejYadav14) September 25, 2025
हमलोग बिहार के संपूर्ण विकास के लिए लंबी लड़ाई लड़ने को तैयार हैं।#tejpratapyadav #janshaktijantadal #biharelection pic.twitter.com/GxsQHw0WqQ
ତାଙ୍କ 'X' ହ୍ୟାଣ୍ଡେଲରେ ନୂତନ ଦଳର ପୋଷ୍ଟର ଅପଲୋଡ୍ କରି ତେଜ ପ୍ରତାପ ଯାଦବ ଏହାର କ୍ୟାପସନ ଲେଖିଛନ୍ତି, ସେ ଏବଂ ତାଙ୍କ ଦଳ ବିହାରର ସାମଗ୍ରିକ ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଏବଂ ପ୍ରତିବଦ୍ଧ । ତାଙ୍କର ଏବଂ ତାଙ୍କ ଦଳର ଲକ୍ଷ୍ୟ ହେଉଛି ବିହାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ଏବଂ ଏକ ନୂତନ ବ୍ୟବସ୍ଥା ସୃଷ୍ଟି କରିବା । ଜନଶକ୍ତି ଜନତା ଦଳ ମାଧ୍ୟମରେ ସେ ବିହାରର ସାମଗ୍ରିକ ବିକାଶ ପାଇଁ ଲଢ଼ିବେ ଏବଂ ଆଗାମୀ ନିର୍ବାଚନରେ ତାଙ୍କ ବିରୋଧୀମାନଙ୍କୁ କଡ଼ା ଲଢ଼େଇ ଦେବେ ।
📱 Get Argus News App
✨ସୂଚନା ଅନୁସାରେ ତେଜ ପ୍ରତାପ ଯାଦବ ଯେଉଁ ନୂଆ ଦଳର ପୋଷ୍ଟର ଲଞ୍ଚ କରିଛନ୍ତି ସେଥିରେ ପାଞ୍ଚ ଜଣ ମହାପୁରୁଷଙ୍କ ଫଟୋ ରହିଛି । ସେଥିରେ ଜାତିର ପିତା ମହାତ୍ମା ଗାନ୍ଧୀ, ବି.ଆର୍. ଆମ୍ବେଦକର, ରାମ ମନୋହର ଲୋହିଆ, ଜୟ ପ୍ରକାଶ ନାରାୟଣ ଏବଂ କର୍ପୁରୀ ଠାକୁରଙ୍କ ଫଟୋ ରହିଛି ।
ଅଧିକ ପଢ଼ନ୍ତୁ: ଲଦାଖ ହିଂସା ପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସୋନମ ଓ୍ବାଙ୍ଗଚୁକ୍
ତେବେ ତେଜ ପ୍ରତାପଙ୍କ ଏହି ନୂଆ ଦଳ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବଙ୍କ ପାଇଁ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । କାହିଁକି ନା ତେଜ ପ୍ରତାପ ତାଙ୍କ ନୂଆ ଦଳ ମାଧ୍ୟମରେ RJDର ଭୋଟ୍ ହ୍ରାସ କରିପାରନ୍ତି । ସେହିପରି ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ଆରଜେଡି ନେତା ଏବଂ ବିଧାୟକମାନଙ୍କୁ ବିଭାଜିତ କରି ସେ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଏକ ବଡ଼ ଝଟକା ଦେଇପାରିନ୍ତି ତେଜ ପ୍ରତାପ ।
ତେଜ ପ୍ରତାପ ଦାବି କରିଛନ୍ତି ଯେ ସେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ମହୁଆ ଆସନରୁ ଲଢ଼ିବେ। ସେ ପୂର୍ବରୁ ୨୦୧୫ରେ ମହୁଆରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ତେଜ ପ୍ରତାପ ଯାଦବ ଦାବି କରିଛନ୍ତି ଯେ ମହୁଆ ତାଙ୍କର କର୍ମଭୂମି ଏବଂ ଅନ୍ୟ ଯେକେହି ମହୁଆରୁ ପ୍ରତିଦ୍ୱନ୍ଦ୍ୱିତା କଲେ ତାଙ୍କୁ ଜନସାଧାରଣ ପରାସ୍ତ କରିବେ ବୋଲି ସେ କହିଛନ୍ତି ।
ତେଜ ପ୍ରତାପ କାହିଁକି ଆରଜେଡି ଏବଂ ତାଙ୍କ ପରିବାରରୁ ଅଲଗା ହୋଇଥିଲେ?
ଗତ ମେ' ମାସରେ ଲାଲୁ ପ୍ରସାଦ ଯାଦବ ତେଜ ପ୍ରତାପ ଯାଦବଙ୍କୁ ପରିବାର ଏବଂ ଦଳରୁ ବହିଷ୍କାର କରିଥିଲେ । ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ। ପୂର୍ବରୁ, ତେଜ ପ୍ରତାପ ଯାଦବଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଲେଖାଯାଇଥିଲା ଯେ ତେଜ ପ୍ରତାପ ଏବଂ ଅନୁଷ୍କା ଗତ ୧୨ ବର୍ଷ ଧରି ସମ୍ପର୍କରେ ଥିଲେ । ଏହି ଘଟଣା ଲାଲୁ ପରିବାର ମଧ୍ୟରେ ବିବାଦ ସୃଷ୍ଟି କରିଥିଲା ।
Related Topics
Explore more stories