Beggar Donates Blankets / ୧୦ ଟଙ୍କାର କମାଲ୍, ଗରିବଙ୍କୁ ଭିକାରି ବାଣ୍ଟିଲେ ୫୦୦ କମ୍ବଳ
·6 months ago·2 min read

Key Points
ସେବା ପାଇଁ ମନ ଦରକାର ଧନ ନୁହେଁ ବୋଲି ପ୍ରମାଣିତ କରିଛନ୍ତି ରାଜୁ । ସମସ୍ତଙ୍କୁ ଚମକାଇ ଭିକାରି ଜଣଙ୍କ ଗରିବଙ୍କୁ ବାଣ୍ଟିଛନ୍ତି ୫୦୦ କମ୍ବଳ ।
ଚଣ୍ଡିଗଡ଼: ଥଣ୍ଡାରେ କଲବଲ ଉତ୍ତର ଭାରତ । ଅସହ୍ୟ ହୋଇ ପଡ଼ିଛି ଜନଜୀବନ । ଥିଲା ବାଲା ସିନା ବନ୍ଦ ଘରେ ଶୋଇ ପଡ଼ୁଛନ୍ତି । ହେଲେ ଖଟିଖିଆ ଗରିବ, ଘରହୀନ ଭାଗ୍ୟକୁ ଆଦରି ପ୍ରବଳ ଶୀତରେ ସେମିତି ଜଡ଼ସଡ଼ ହେଉଛନ୍ତି ।
ଏଭଳି ଶୀତରେ ଜଣେ ଭିକାରି କରିଛନ୍ତି ବଡ଼ ଚମତ୍କାର । ସମସ୍ତଙ୍କୁ ଚମକାଇ ଭିକାରି ଜଣଙ୍କ ଗରିବଙ୍କୁ ବାଣ୍ଟିଛନ୍ତି ୫୦୦ କମ୍ବଳ । ଭିକାରିଙ୍କ ଏଭଳି ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି ପଞ୍ଜାବର ପଠାନକୋଟରେ ।
ଏଥିସହ ପଢ଼ନ୍ତୁ: 'କୋଟିଏ ଟଙ୍କାର ଦରମାରେ ଚାକିରି ପାଇଁ ମିଳୁ ନାହାନ୍ତି ଲୋକ'; ଚିନ୍ତା ବ୍ୟକ୍ତ କଲେ CEO
ଭିକ ମାଗୁଥିବା ବ୍ୟକ୍ତି ଜଣଙ୍କର ନିଷ୍ଠା ଗରିବଙ୍କ ଆଶା ପୂରଣ କରିଛି । ଗରିବ ଲୋକଙ୍କୁ ୫୦୦ କମଳ ବାଣ୍ଟିଥିବା ଭିକାରି ହେଉଛନ୍ତି ରାଜୁ । ଯିଏକି ପ୍ରବଳ ଥଣ୍ଡାରୁ ଗିରବଙ୍କୁ ରକ୍ଷା କରିବା ଲାଗି ବାଣ୍ଟିଛନ୍ତି କମ୍ବଳ ।
ନିଜେ ରାଜୁ ଭିକ ମାଗିଲେ ଚଳନ୍ତି । ଏଭଳି ସ୍ଥିତିରେ ସେ ଗରିବ ଓ ଘରହୀନଙ୍କୁ ୫୦୦ କମ୍ବଳ ବାଣ୍ଟିଛନ୍ତି । ରାଜୁଙ୍କ ଏଭଳି କାମ ସମସ୍ତଙ୍କ ହୃଦୟ ଛୁଇଁଛି । ନିଜର ସଂଘର୍ଷ ସମୟରେ ରାଜୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
କୋଭିଡ୍ ସମୟରେ ମଧ୍ୟ ଲୋକଙ୍କ ସେବା ପାଇଁ ଆଗେଇ ଆସିଥିଲେ ରାଜୁ । ସେତେବେଳେ ରାଜୁଙ୍କ କାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମନ୍ କୀ ବାତ୍ରେ ରାଜୁଙ୍କ ମାନବିକତାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ସେବା ପାଇଁ ମନ ଦରକାର ଧନ ନୁହେଁ ବୋଲି ରାଜୁ ପ୍ରମାଣିତ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା
କମ୍ବଳ ବାଣ୍ଟିବା ନେଇ ରାଜୁ କହିଛନ୍ତି, "ମୁଁ ଲୋକଙ୍କ ଠାରୁ ଅଳ୍ପ ଅଳ୍ପ ଟଙ୍କା ମାଗିଥିଲି । କେବେ କେବେ ୧୦ ଟଙ୍କା ସଂଗ୍ରହ କରିଥିଲି । ଆଉ ସେହି ଟଙ୍କାରେ ୫୦୦ କମ୍ବଳ ହୋଇଗଲା । ଭଗବାନ ମୋତେ ସୁଯୋଗ ଦେଲେ, ସମସ୍ତଙ୍କ ସାହାଯ୍ୟରେ ଲୋକ ଉପକୃତ ହେଲେ ।"
ସେ ଆହୁରି କହିଛନ୍ତି, "ଭଗବାନଙ୍କ କରୁଣାରୁ ଏସବୁ ସମ୍ଭବ ହୋଇଛି । ମୁଁ କେବଳ ମୋ ଦାୟିତ୍ଵ ନିର୍ବାହ କରିଛି ।" ଏଥିସହ ଘରହୀନଙ୍କୁ ସ୍ଥାୟୀ ବାସସ୍ଥାନ ସରକାର ଯୋଗାଇ ଦେବାକୁ ନିବେଦନ କରିଛନ୍ତି ରାଜୁ । ତାଙ୍କ କାମକୁ ସ୍ଥାନୀୟ ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: