Ganesh Chaturthi Tragedy / ସର୍ଟ ସର୍କିଟ୍ ଉଜାଡ଼ି ଦେଲା ପରିବାର; ଫ୍ରିଜ୍ ବିସ୍ଫୋରଣରେ ଜିଅଁନ୍ତା ପୋଡ଼ିଗଲେ ପରିବାରର ୪ ଜଣ
·1 hour ago·2 min read

Key Points
ହଠାତ୍ ରାତି ୨ଟା ୧୫ରେ ଶୁଭିଲା ଭୀଷଣ ଶବ୍ଦ । ପଡ଼ୋଶୀ ଦେଖିବା ବେଳକୁ ହୁତୁହୁତୁ ହୋଇ ଜଳୁଥିଲା ଘର । ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର ।
ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀରେ ଗଜାନନଙ୍କ ପୂଜା ପରେ ରାତିରେ ଖାଇ ପିଇ ପରିବାର ଶୋଇ ପଡ଼ିଥିଲା । ହଠାତ୍ ରାତି ୨ଟା ୧୫ରେ ଶୁଭିଲା ଭୀଷଣ ଶବ୍ଦ । ପଡ଼ୋଶୀ ଦେଖିବା ବେଳକୁ ହୁତୁହୁତୁ ହୋଇ ଜଳୁଥିଲା ଘର । ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର ।
କର୍ଣ୍ଣାଟକର ବେଲଗାଭିରେ ଫ୍ରିଜ୍ ବିସ୍ଫୋରଣ ପରେ ଲାଗିଥିବା ନିଆଁ ପରିବାର ଉଜାଡ଼ି ଦେଇଛି । କେନ୍ଦ୍ରୀୟ ବସ୍ ଷ୍ଟାଣ୍ଡ ନିକଟ ଚାଭତ ଗଳିରେ ସୋମବାର ବିଳମ୍ବିତ ରାତିରେ ଫ୍ରିଜ୍ ନିଆଁରେ ଜିଅଁନ୍ତା ଜଳି ମୃତ୍ୟୁବରଣ କରିଛନ୍ତି ୪ ଜଣ । ପରିବାରର ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ରାସ୍ତା ମଝିରେ ଜଳିଲା LPG ସିଲିଣ୍ଡର ବୋଝେଇ ଟ୍ରକ୍, ଅଳ୍ପକେ ଟଳିଲା ବଡ଼ ଅଘଟଣ
ପଡ଼ୋଶୀଙ୍କ ଅନୁସାରେ, ଫ୍ରିଜ୍ ବିସ୍ଫୋରଣର ମାତ୍ର କେଇ ମିନିଟ୍ରେ ନିଆଁ ସମ୍ପୂର୍ଣ୍ଣ ଘରକୁ କବଳିତ କରି ନେଇଥିଲା । ମୃତକଙ୍କ ମଧ୍ୟରେ ୬୫ ବର୍ଷୀୟ ଗଜାନନ ଦାମୋନେ, ୪୫ ବର୍ଷର ଶରଦା ଦାମୋନେ, ୫୦ ବର୍ଷର ଭାରତୀ ଦାମୋନେ ଏବଂ ୨୧ ବର୍ଷର ରୋଷନ ଦାମୋନେ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୮ ବର୍ଷର ପ୍ରିୟା ଓ ୨୫ ବର୍ଷର ଗଙ୍ଗା ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଦୁହିଁଙ୍କ ଅବସ୍ଥା ସଙ୍ଗୀନ ରହିଛି । ଗଣେଶ ପୂଜା ରାତିରେ ଫ୍ରିଜ୍ ବିସ୍ଫୋରଣ ଏହି ପରିବାରକୁ ଉଜାଡ଼ି ଦେଇଛି ।
ତେବେ ଫ୍ରିଜ୍ଟି କାହିଁକି ଓ କେଉଁ କାରଣରୁ ହଠାତ୍ ରାତିରେ ଫାଟିଲା ତାହା ଜଣାପଡ଼ିନାହିଁ । ସର୍ଟ ସର୍କିଟରୁ ଏତେ ବଡ଼ ଅଘଟଣ ଘଟିଥିବା ପୋଲିସ ଆଶଙ୍କା କରୁଛି । ଅଗ୍ନିଶମ ବାହିନୀ ସହ ପୋଲିସ ଅଗ୍ନିକାଣ୍ଡର କାରଣ ଖୋଜୁଛନ୍ତି ।
କରନ୍ତୁନି ଅବହେଳା
ବିଶେଷଜ୍ଞଙ୍କ ଅନୁସାରେ, ଦିନେ ଫ୍ରିଜ୍ ଓ ଅନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ବେଳେ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର । ଫ୍ରିଜ୍ ପଛ ପାର୍ଶ୍ଵରେ ପବନ ଯିବା ଆସିବା ଲାଗି ପର୍ଯ୍ୟାପ୍ତ ଫାଙ୍କା ସ୍ଥାନ ରଖନ୍ତୁ । ନିୟମିତ ୱେୟାରିଂ ଯାଞ୍ଚ କରନ୍ତୁ । ପୁରୁଣା ଏବଂ ଖରାପ ହୋଇ ଯାଇଥିବା ଉପକରଣ ବ୍ୟବହାର କରନ୍ତୁ ନାହିଁ । ସମୟ ସମୟରେ ଉପକରଣର ସର୍ଭିସିଂ କରାଇ ନିଅନ୍ତୁ । ନହେଲେ ଛୋଟ ଭୁଲ୍ ବଡ଼ ଦୁର୍ଘଟଣାକୁ ବାଟ କଢ଼ାଇପାରେ ।
ଏଥିସହ ପଢ଼ନ୍ତୁ: AI ପାଇଁ Oracleରେ ଛଟେଇ ? ସକାଳ ୬ଟାର କର୍ମଚାରୀଙ୍କୁ ମେଲ୍
ତେଲଙ୍ଗାନାରେ ଫ୍ରିଜ୍ ଫାଟି ୨ ମୃତ

ଏହା ପୂର୍ବରୁ ଗତ ଏପ୍ରିଲ୍ ମାସରେ ତେଲଙ୍ଗାନାର ନିର୍ମଳ ଜିଲ୍ଲାର ମହାଲକ୍ଷ୍ମୀୱାଡ଼ାରେ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଥାନୀୟ ବାସିନ୍ଦାକୁ ସ୍ତବ୍ଧ କରି ଦେଇଥିଲେ ।
ଦିନ ବେଳା ଘରେ ରୋଷେଇ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିଲେ । ସେହି ସମୟରେ ସର୍ଟ ସର୍କିଟ୍ ହୋଇ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଘରେ ଲାଗି ଯାଇଥିଲା ନିଆଁ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲ୍ ନିଆ ଯାଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।

Related Topics
Explore more stories